ମାଡ଼ି ଆସୁଛି ଘୋର କଳିକାଳ , ମାଳିକା ସ୍ଵର୍ଣ୍ଣ ଅକ୍ଷର ବର୍ଣ୍ଣିତ ସବୁକଥା ହେଉଛି ସତ

ଆମ ମହା ପୁରୁଷ ମାନେ କଳିଯୁଗର ପରିସମାପ୍ତିରେ କଣ କଣ ହେବ ସେହି ବିଷୟରେ ବର୍ଣ୍ଣନା କରି ଯାଇଛନ୍ତି । ଯାହାକି ବର୍ତ୍ତମାନ ସମୟର ସତ ହେବାରେ ଲାଗିଛି । ମାଳିକାର ସେହି ସ୍ୱର୍ଣ୍ଣ ଅକ୍ଷରରେ ବର୍ଣ୍ଣିତ ହୋଇଥିବା କଥା ସବୁ ସତ ହେଉଛି ଏବଂ ଆଉ ସବୁ ସତ ହେବ ବୋଲି ମଧ୍ୟ ପ୍ରତୀତ ହେଉଛି । ମଣିଷ ମାନଙ୍କ ସହ ଯାହା ସବୁ ହେଉଛି ଏସବୁ ମାଳିକାରେ ବର୍ଣ୍ଣିତ ହୋଇଛି । କଳିଯୁଗ ବଢ଼ିବା ସହିତ ଜୀବଜନ୍ତୁ ଗୋମାତାଙ୍କ ଉପରେ ଏତେ ଅ-ତ୍ୟାଚା-ର ହେବ ଯେ ଭଲ ଗାଈ ଗୋରୁ ସବୁ ଲୋପ ପାଇଯିବେ ।

ଆଉ ଯେଉଁ ସବୁ ହାଇବ୍ରିଡ଼ ଗାଈ ସବୁ ରହିବେ ତାହା ଠାରୁ ମିଳୁଥିବା କ୍ଷୀର ଦହିରେ ନ-କଲି ଦ୍ରବ୍ୟ ମିଶା ଯିବ ଏବଂ ସେଥିରେ କୌଣସି ସ୍ୱାଦ ରହିବ ନାହିଁ । ପ୍ରାକୃତିକ ସ୍ଥାନରେ ନକ-ଲି ବାସ୍ନା ମିଳିବ । ଯେଉଁଥିରେ ଶରୀର ପାଇଁ କୌଣସି ଉପଯୋଗୀ ଜିନିଷ ନଥିବ । ତାହାକୁ ଖାଇଲେ ମଣିଷ କେବଳ କାମନା ପ୍ରବଣ ହେବ ଏବଂ ଧୀରେ ଧୀରେ ରୁଗ୍ଣ ହେବାକୁ ଲାଗିବ । ଏହାପରେ ସୃଷ୍ଟିରେ ମା-ଡ଼ିଯି-ବ ଅଜଣା ରୋଗର ବ୍ୟାଧି । ଯେଉଁ ବ୍ୟାଧି ସମଗ୍ର ମଣିଷ ସମାଜକୁ ଗ୍ରାସ କରିବ । ଦେଖୁ ଦେଖୁ ମଣିଷ ସବୁ ଶ-ବ ପାଲଟି ଯିବେ

ଯେଉଁ ଶ-ବ କାରଣରୁ ମଣିଷ ମଣିଷ ଉପରେ ଚାଲିବ । ଏଥିରେ ଆହୁରି ମଧ୍ୟ ଲେଖା ଯାଇଛି ଯେ ଗାଈ ମାନଙ୍କୁ ଅନେକ ରୋ-ଗ ମାଡ଼ି ବସିବ ।ଗୋମାତାଙ୍କ ଜନ୍ମ ବିକୃତ ହେବାରେ ଲାଗିବ । ସମୟ ଆସିବ ଯେତେବେଳେ ଗୋମାତାଙ୍କ ମାଂସ ପାଇଁ ମଣିଷ ଧୀରେ ଧୀରେ ସେମାନଙ୍କୁ ନି-ପାତ କରିଦେବେ । ଆଉ ଏହାପରେ ମଣିଷ କେବଳ ନ-କଲି ଖାଦ୍ୟ ଖାଇ ବଞ୍ଚିବ । କଳିଯୁଗରେ ମଣିଷ ନିଜର ସବୁ ହିତାହାତ ଜ୍ଞାନ ହରାଇ ବସିବ । ଘରର କୂଳବଧୂ ମାନେ ସ୍ୱାମୀଙ୍କୁ ମା-ଡ଼ ମା-ରିବେ । ସ୍ୱାମୀ ମାନେ ନିଜ ସ୍ତ୍ରୀ କୁ ଛାଡ଼ି ବେ-ଶ୍ୟାଳ-ୟକୁ ଚାଲିଯିବେ । ଏହାବ୍ୟତୀତ କାମନା ବାସନାରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଏପରି ଗ୍ରାସିତ ହେବେ ଯେ ତାଙ୍କ ଠାରୁ ଜନ୍ମିତ ସନ୍ତାନ ସଂସାରର କୌଣସି ହିତ କାର୍ଯ୍ୟରେ ରହି ପାରିବେ ନାହିଁ ।

ମଣିଷ ଭିତରେ କଳି ପ୍ରବୃତ୍ତି ଏତେ ବୃଦ୍ଧି ପାଇବ ଯେ ମଣିଷ ଲୋଭ , କାମ , କ୍ରୋ-ଧ , କାମନା , ବାସନାକୁ ହିଁ ସର୍ବସ୍ବ ମଣିବେ । ସାମାନ୍ୟ ସ୍ୱାର୍ଥ ପାଇଁ ମଣିଷ ଜୀବନ ନେବା ଭଳି ଅପ-ରାଧ ମଧ୍ୟ କରିବ । ଏହିସବୁ ଘ-ଟଣା ବର୍ତ୍ତମାନ କଳିଯୁଗରେ ଘଟୁଛି । ନାରୀ ଏବଂ ପୁରୁଷ ଉଭୟ ସମ-ଲିଙ୍ଗୀ ହୋଇଯିବେ । ତେବେ ମାଳିକାର ସେହି ବଚନରେ ମଣିଷ ପାଇଁ କେବଳ ସତର୍କ ଘଣ୍ଟି ନାହିଁ ବରଂ ସେଥିରୁ ବାହାରିବାକୁ ରାସ୍ତା ମଧ୍ୟ ବର୍ଣ୍ଣନା କରାଯାଇଛି । ତାହା ହେଉଛି ମହାପ୍ରଭୁଙ୍କ ନାମ । କେବଳ ମହା ପ୍ରଭୁଙ୍କ ନାମ ନେଇ ମନୁଷ୍ୟ ଘୋର କଳିକାଳରୁ ବର୍ତ୍ତି ପାରିବେ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *