ଏମାନେ ହେଉଛନ୍ତି ବାଲେଶ୍ୱରର ପ୍ରକୃତ ହିରୋ , ଯେଉଁ ମାନେ ଯାତ୍ରୀ ମାନଙ୍କ ଚିତ୍କାର ଶୁଣି ବଂଚେଇଥିଲେ ସହ ସହ ଜୀବନ…

କୁହାଯାଏ ଏ ଦୁନିଆଁରେ ମଣିଷପଣିଆ ମରି ଗଲାଣି , ଲୋକେ କେବଳ ନିଜ ସ୍ବାର୍ଥ ପାଇଁ ହିଁ କାମ କରୁଛନ୍ତି । ଆଉ ଲୋକ ସେହି ଆଗ ଭଳି ହୋଇ ନାହାଁନ୍ତି , କେବଳ ନିଜ କଥା ଭାବିବାରେ ଲାଗିଛନ୍ତି । କିନ୍ତୁ ନା ଆଜ୍ଞା ଏହି କଥାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି , ଏହି ତିନି ଯୁବକ । ଯେଉଁ ମାନେ ସେହି ଅଶୁଭ ରାତିରେ ଶହ ଶହ ଯାତ୍ରୀଙ୍କ ବିକଟାଳ ଚିତ୍କାର ଶୁଣି ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ଆଉ ସେମାନଙ୍କୁ ସାହାଯ୍ୟ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ସମୟରେ ଚର୍ଚା ହେଉଛି ।

ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଘଟି ଯାଇଥିବା ସେହି ମର୍ମନ୍ତୁଦ ରେଳ ଦୁର୍ଘଟଣା , ଯେଉଁଥିରେ ଚାଲି ଯାଇଛି ଶହ ଶହ ଯାତ୍ରୀଙ୍କ ଜୀବନ । ହଠାତ୍ ବାଟ ଜଗି ବସି ଯମ ଆଉ ନେଇ ଯାଇଥିଲା ଏତେ ସାରା ନିରୀହ ଜୀବନ । ହଠାତ୍ ଟ୍ରେନ ବାଲେଶ୍ଵର ଅତିକ୍ରମ କରିଥିଲା କିନ୍ତୁ ବାହନଗା ନିକଟରେ ସତରେ ଯେମିତି ଆଶ୍ଚର୍ଯ୍ୟ କରିଦେବା ଭଳି ଶବ୍ଦ ଶୁଭା ଯାଇଥିଲା , ଯାହା ପରେ ଯାତ୍ରୀ ମାନେ ଭୟଭୀତ ହୋଇ ଯାଇଥିଲେ ଆଉ କଣ ହେଲା ବୋଲି ବୁଝି ପାରି ନଥିଲେ , ତେବେ କିଛି ବୁଝିବା ଆଗରୁ ଏ ଦୁନିଆଁ ଛାଡି ସବୁଦିନ ପାଇଁ କିଛି ଯାତ୍ରୀ ଚାଲି ଯାଇଥିଲେ ।

ତେବେ ଏହି ଦୁର୍ଘଟଣା ଘଟି ଯିବାର ବାସ୍ କିଛି ମୁହୂର୍ତ୍ତ ମଧ୍ୟରେ ଲୋକଙ୍କ କାନରେ ଏହି କଥା ପଡ଼ି ଯାଇଥିଲା ଆଉ ସାଙ୍ଗେ ସାଙ୍ଗେ ବାଲେଶ୍ଵର ବାସୀ ଦୌଡ଼ି ଆସିଥିଲେ । ତେବେ ଏହାରି ମଧ୍ୟରେ ଥିଲେ ତିନି ଜଣ ପ୍ରକୃତ ହିରୋ । ଯେଉଁ ମାନେ ମାତ୍ର କିଛି ବାଟ ଦୂରରେ ରହିଥିଲେ ଆଉ ସାଙ୍ଗେ ସାଙ୍ଗେ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ ।

ଆଉ ସେମାନେ ହେଉଛନ୍ତି , ଆଲୋକ ଆଉ ତାଙ୍କ ଦୁଇ ସାଙ୍ଗ । ସେମାନଙ୍କ କହିବା ଅନୁଯାୟୀ , ଭୟଙ୍କର ଶବ୍ଦ ଶୁଣିବାରୁ ସେମାନେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ବାହାରକୁ ଆଣିବାରେ ସାହାଯ୍ୟ କରିଥିଲେ ଏବଂ ୧୫୦ରୁ ଅଧିକ ଲୋକଙ୍କ ଶବକୁ ବାହାରକୁ ଆଣିଥିଲେ ।

କେବଳ ଏତିକି ନୁହେଁ , ବଗୀ ଭିତରେ ଚାରିଆଡ଼େ କଟା ହାତ , କଟି ଯାଇଥିବା ଗୋଡ଼ ସହିତ କଟି ଯାଇଥିବା ମୁଣ୍ଡ ମଧ୍ୟ ଦେଖାଯାଉଥିଲା ଏବଂ ମାଂସର ଛୋଟ ଛୋଟ ଖଣ୍ଡ ଜୋତା ଓ ଚପଲରେ ଲାଗିଯାଉଥିଲା । ଏହାପରେ ମଧ୍ୟ ସେମାନେ ତୁରନ୍ତ ସାହାଯ୍ୟ କାମରେ ଲାଗିପଡ଼ିଥିଲେ ।

ଏହା ବ୍ୟତୀତ ଆଉ ଜଣେ ଭଗବାନ ସଦୃଶ ମଣିଷ ହେଉଛନ୍ତି , ଟୁୁକୁନା ଦାସ । ପାଖରେ ରହି ସେ ଏକ ମନ୍ଦିର କାମ କରୁଥିଲେ ଆଉ ଚିତ୍କାର ଶୁଣି ସାଙ୍ଗେ ସାଙ୍ଗେ ଆସି ପହଞ୍ଚି ଯାଇ ଅନେକ ଲୋକଙ୍କୁ ଉଦ୍ଧାର କରିଥିଲେ ସେ । ତେବେ ଏପରି ଅନେକ ବାଲେଶ୍ଵର ବାସିନ୍ଦା ରହିଛନ୍ତି , ଯେଉଁ ମାନେ ନିଜ କଥା ଭୁଲି ଯାଇ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ଆଉ ଲୋକଙ୍କୁ ମଧ୍ୟ ଏକ ନୂଆ ଜୀବନ ଦେଇଥିଲେ ।

Leave a Reply

Your email address will not be published. Required fields are marked *