କରମଣ୍ଡଳ ଏକ୍ସପ୍ରେସର ଚାଳକ ଏବଂ ସହଚାଳକ ସୁସ୍ଥ ହେଲେ ଜଣା ପଡ଼ିବ ଏତେ ବଡ଼ ଦୁର୍ଘ-ଟଣା କେମିତି ହେଲା।

ଜୁନ୍ ୨ ତାରିଖ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲାର ବାହାନଗା ରେଲୱେ ଷ୍ଟେସନରେ ଘଟିଥିବା ଦୁର୍ଘ-ଟଣା ଭାରତ ବାସୀଙ୍କ ହୃଦୟକୁ ଥରାଇ ଦେଇଥିଲା। ଏତେ ବଡ ଦୁର୍ଘ-ଟଣା ଆଗରୁ କେବେ ଘଟି ନଥିଲା। କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ସେଣ୍ଟ୍ରାଲ ରୁ ବାହାରି ହାୱଡ଼ାର ଶାଲିମାର ଯିବା ବେଳେ ସନ୍ଧ୍ୟା ୬.୩୦ ସମୟରେ ବାହାନଗା ଷ୍ଟେସନରେ ମାଲବାହି ଟ୍ରେନ୍ ସହିତ ଧ-କ୍କା ହେଇ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯାଇଛି।

ପ୍ରଥମେ ମାଲବାହି ଟ୍ରେନ୍ ୧ ନମ୍ବର ରେ ଯାଉଥିଲା ଏବଂ କରମଣ୍ଡଳ ଏକ୍ସପ୍ରେସ ୨ ନମ୍ବର ରେ ଯାଉଥିଲା କିନ୍ତୁ ହଠାତ୍ କରମଣ୍ଡଳ ଏକ୍ସପ୍ରେସ ଲାଇନ ବିଚ୍ୟୁତ ହେଇ ମାଲବାହି ଟ୍ରେନରେ ଧ-କ୍କା ହେଇଗଲା। ଏହି ଦୁର୍ଘ-ଟଣା ଭିତରେ ଟ୍ରେନର ଆଗ ବଗି ଏବଂ ପଛରେ ଅନେକ ବଗି ଭାଙ୍ଗି ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା। ଗୋଟେ ଦିନ ବିତିଯିବା ପରେ ମଧ୍ୟ ଲୋକଙ୍କ ଉଦ୍ଧାର ସରୁନି। ଏ ପର୍ଯ୍ୟନ୍ତ ପ୍ରାୟ ୨୫୦ ରୁ ଉର୍ଦ୍ଧ ଲୋକ ମୃ-ତ୍ୟୁ ବରଣ କଲେଣି ଏବଂ ଅନେକ ଆ-ହତ ହେଇ ମେଡିକାଲ ରେ ପଡିଛନ୍ତି।

ଦୁର୍ଘ-ଟଣା କେମିତି ହେଲା ଏ ବିଷୟରେ ସଠିକ୍ କାରଣ ଏ ପର୍ଯ୍ୟନ୍ତ କେହି କହିପାରୁ ନାହାଁନ୍ତି। କେବଳ ଲୋକ ପାଇଲଟ୍ ଜିଏନ୍ ମହାନ୍ତି ଏବଂ ଆସିଷ୍ଟାଣ୍ଟ ପାଇଲଟ୍ ଏଚ ବେହେରା ସୁସ୍ଥ ହେବ ପରେ ସବୁ କହିପାରିବେ। ସମସ୍ତେ ଭାବୁଥିଲେ ଏତେ ବଡ ଦୁର୍ଘ-ଟଣାରେ ପାଇଲଟ୍ ଆଉ ବଞ୍ଚି ନାହାଁନ୍ତି କିନ୍ତୁ କଟକ ଜିଲ୍ଲାର ଲୋକ ପାଇଲଟ୍ ଜିଏନ୍ ଏବଂ ଆସିଷ୍ଟାଣ୍ଟ ପାଇଲଟ୍ ଏଚ ବେହେରା ଏବେ ଗୁରୁ-ତର ଅବସ୍ଥାରେ ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି। ସେ ସୁସ୍ଥ ହେବାପରେ ଜଣା ପଡ଼ିବ ଏତେ ବଡ଼ ଦୁର୍ଘ-ଟଣା କେମିତି ହେଲା।

Leave a Reply

Your email address will not be published. Required fields are marked *