୧୦ ଜଣ ମୋ ଉପରେ ପଡି ଚାପି ଦେଇଥିଲେ, ୧୦ ବର୍ଷ ପୁଅର ଲୋମ ଟାଙ୍କୁରା କାହାଣୀ….

କାଲିର ସେହି ଦୁଃଖଦାୟକ ରେଳ ଦୁର୍ଘଟଣା ଭାରତୀୟ ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ରହିଯିବ । କାହିଁ କେତେ ଦୂରରୁ କେତେ ଯାତ୍ରୀ ନିଜ ନିଜର ସ୍ୱପ୍ନ ନେଇ , ପୁଣି କିଏ ନିଜର ପରିବାର ପାଖକୁ ଅନେକ ଉତ୍କଣ୍ଠା ଆଶା ଏବଂ ଖୁସି ନେଇ , ଆଉ କିଏ ଭବିଷ୍ୟତ ଗଢ଼ିବାକୁ ଯାଉଥିଲେ । କିନ୍ତୁ କିଏ ଜାଣିଥିଲା ଏଭଳି କାଳ ବାଟ ଜଗି ବସିଛି ? ବାସ ବାଲେଶ୍ୱରରୁ ୨୦ ମିନିଟ ପୂର୍ବରୁ ଛାଡ଼ିଥିଲା ଟ୍ରେନ ।

କିଏ ନିଜ ପରିବାର ଲୋକଙ୍କୁ କଲ କରି କଥା ହେଉଥାଏ ତ କିଏ ଛିଡ଼ା ହୋଇଥାଏ । ମାତ୍ର ୪ ମିନିଟ ଭିତରେ ସବୁକିଛି ଓଲଟ ପାଲଟ ହୋଇଗଲା । ଆଉ ଆଖି ପିଛୁଳାକେ ଟ୍ରେନର ବଗି ଭିତରେ ପେଶୀ ହୋଇ ଯାଉଥିଲେ ହଜାର ହଜାର ଲୋକ ।

କିଏ ବା କାହାକୁ ବଞ୍ଚାଇବ । ନିଜକୁ ସମ୍ଭାଳିବା ମଧ୍ୟ ମୁସ୍କିଲ । ଆଉ ଏହାରି ମଧ୍ୟରେ ଜଣେ ୧୦ ବର୍ଷର ନାବାଳକ ନିଜର ସେହି କଷ୍ଟ ସମୟର ଅନୁଭୂତିକୁ ବଖାଣିଛି । ୨ ତାରିଖ ସନ୍ଧ୍ୟାର ସେହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ବାଲେଶ୍ୱର ଭୋଗରାଇ ନାଫରାଇର ନୀଳାମ୍ବରଙ୍କ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ସାନ ପୁଅ ଦେବାଶିଷ ଏବଂ ତାଙ୍କ ପରିବାର କହିଲେ ବାପା ମା’ ଏବଂ ବଡ଼ ଭାଇ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଘଟଣା ଅନୁଯାୟୀ ଦୁର୍ଘଟଣା କାରଣରୁ ବାପା ମା’ ଭାଇ ଏବଂ ସେ ନିଜେ ମଧ୍ୟ ଟ୍ରେନ ଭିତରୁ ବାହାରକୁ ଛିଟକି ପଡ଼ିଥିଲେ । କିନ୍ତୁ ତାଙ୍କ ଉପରେ ୧୦ ଜଣ ଯାତ୍ରୀ ମୃତ୍ୟୁବରଣ କରି ପଡ଼ି ରହିଥିଲେ ।

ପ୍ରାୟ ଏକ ଘଣ୍ଟା ପରେ ବଡ଼ ଭାଇ ଆସି ତାଙ୍କ ଉପରୁ ଦଶଟି ଶବକୁ ଉଠାଇବା ପରେ ନିଜ ସାନ ଭାଇକୁ ଉଦ୍ଧାର କରିଥିଲେ । ତେବେ ତାଙ୍କୁ ଉଦ୍ଧାର କରିବା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇ ଯାଇଥିଲା । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ସାମାନ୍ୟ ଆଘାତ ଲାଗିଥିଲେ ହେଁ ସେମାନେ ବର୍ତ୍ତି ଯାଇଥିଲେ । ଆଉ ବର୍ତ୍ତମାନ ସାନ ପୁଅ ଦେବାଶିଷ କଟକ ବଡ଼ ଡ଼ାକ୍ତରଖାନାର ସର୍ଜରି ୱାର୍ଡରେ ଚିକିତ୍ସିତ ହେଉଛନ୍ତି ।

ଏଥିସହିତ ତାଙ୍କ ମା’ ଏବଂ ଭାଇ ବାଲେଶ୍ୱରରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । କହି ରଖିବୁ ଯେ ୨ ତାରିଖ ରାତିର ସେହି ଘଟଣା ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଉଛି । ୨୫୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ସହିତ ୨୫୦ ରୁ ଉର୍ଦ୍ଧ୍ବ ଦୁଃଖଦ କାହାଣୀ ବର୍ତ୍ତମାନ ସମସ୍ତଙ୍କୁ ଦୁଃଖରେ ଭସାଇ ଦେଇଛି ।

Leave a Reply

Your email address will not be published. Required fields are marked *