ଏହି ସିଙ୍ଗର ପ୍ରେମରେ ହ୍ୟୁମାନ ସାଗର, ସାମ୍ନାକୁ ଆସିଲା ପ୍ରକୃତ ସତ …

ଓଡ଼ିଆ ସିନେ ଜଗତରେ ବିବାଦ ପିଛା ଛାଡ଼ୁନି । ଏଇ ଏବେ ଏବେ ଅନୁଭବ ଓ ଜାଗୃତିଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଲା ଯେଉଁ ବିବାଦ ଉପୁଜିଲା ତାହା କାହାକୁ ବି ଅଛପା ନାହିଁ । ଆଉ ସବୁଠୁ ବଡ଼ କଥା ହେଲା ଏଇ ଘଟଣାକୁ ନେଇ ମଧ୍ୟ ଲୋକେ ନା ନା କଥା କହିଲେ । ଏଇ ଘଟଣାକୁ ନେଇ ଲୋକେ ନା ନା ଆଲୋଚନା କଲେ। ଗଣମାଧ୍ୟମ ରେ ଏହି ଖବର ଶିରୋନାମା ପାଲଟିଲା ।

ଆଉ ଏହି ଖବର ଥମିଛି କି ନାହିଁ ସାମ୍ନାକୁ ଆସିଲା ଓଲିଉଡ଼ ଚକଲେଟ ବୟ ବାବୁସାନ ମହାନ୍ତିଙ୍କ ପ୍ରେମ କାହାଣୀର ଆଉ ଏକ ନୂତନ ଅଧ୍ୟାୟ । ବାବୁସାନ ମହାନ୍ତି ପ୍ରେମ କରି ବିବାହ କରିଥିଲେ ନିଜ ଛୋଟ ଦିନର ବାନ୍ଧବୀ ତୃପ୍ତିଙ୍କୁ ଆଉ ବିବାହ ପରେ ବାବୁସାନ ତୃପ୍ତିଙ୍କୁ ବେଶ ଅଧିକ ଭଲ ପାଉଥିବା ମଧ୍ୟ ଆପଣ ମାନେ ନିହାତି ଭାବେ ଜାଣିଥିବେ । ହେଲେ ବିବାହ ହେଲା ଏକ ଶିଶୁ ପୁତ୍ର ମଧ୍ୟ ଜନ୍ମ ନେଲା ଆଉ ଏହା ପରେ ସାମ୍ନାକୁ ଆସିଲା ପରକ୍ରିୟା ପ୍ରୀତିର କାହାଣୀ । ଯେଉଁ ଖବର ଦାଣ୍ଡରେ ପଡି ହାଟରେ ଗଡ଼ିଲା । ଯେଉଁ ଘଟଣାକୁ ନେଇ ବାବୁସାନ ଭୁଲ ମଧ୍ୟ ମାଗିଲେ ।

ଆଉ ଏହି ଘଟଣାକୁ କିଛି ଦିନ ଯାଇଛି କି ନାହିଁ । ଏବେ ସାମ୍ନାକୁ ଆସିଛି ଲୋକପ୍ରିୟ ଗାୟକ ବିସିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ । ଏବେ ଲୋକେ କହୁଛନ୍ତି କାହା ପ୍ରେମରେ ପଡିଛନ୍ତି ହ୍ୟୁମାନ ସାଗର । ଏବେ ଲୋକେ କହୁଛନ୍ତି କାହିଁକି ଘର କଳି ରାସ୍ତାରେ ପଡି ଦାଣ୍ଡରେ ଗଡ଼ିଲା । କାହିଁକି ହ୍ୟୁମାନ ଯାହାଙ୍କୁ ପ୍ରେମ କରି ବିବାହ କରିଥିଲେ ସେ ନିଜେ ଆଣିଲେ ହ୍ୟୁମାନଙ୍କ ନାମରେ ନିର୍ଯ୍ୟାତନାର ଅଭିଯୋଗ ।

ସତରେ କଣ ହ୍ୟୁମାନ ତାଙ୍କୁ ମାଡ଼ ମାରୁଥିଲେ । ସତରେ କଣ ହ୍ୟୁମାନ ତାଙ୍କୁ ନିର୍ଯାତନା ଦେଉଥିଲେ ସତରେ କଣ ହ୍ୟୁମାନ ଆଉ କାହାକୁ ପ୍ରେମ କରୁଥିଲେ । ଏମିତି ଅନେକ ସାଙ୍ଘାତିକ ଅଭିଯୋଗ ବର୍ତ୍ତମାନ ହ୍ୟୁମାନଙ୍କ ପତ୍ନୀ ଆଣିଛନ୍ତି ହ୍ୟୁମାନଙ୍କ ନାମରେ ଅଭିଯୋଗ । ଆଉ ଏବେ କୁଆଡେ ଏହି ସବୁ ଘଟଣା ପଛରେ ଥିବା ଅସଲ କଥା ସାମ୍ନାକୁ ଆସିଛି । ଆଉ ସେହି ଅସଲ କଥାଟି କଣ ଆସନ୍ତୁ ତାହା ଉପରେ ନଜର ପକାଇବା ।

ହ୍ୟୁମାନଙ୍କର କୁଆଡେ ଥିଲା ପରକ୍ରିୟା ପ୍ରୀତି । ଏବେ ଚର୍ଚ୍ଚା ହେଉଛି ହ୍ୟୁମାନ କୁଆଡେ ଜଣେ ଗାୟିକାଙ୍କୁ ପ୍ରେମ କରୁଥିଲେ । ହ୍ୟୁମାନ କୁଆଡେ ଜଣେ ଗାୟିକାଙ୍କୁ ମନ ଦେଇଥିଲେ । ଆଉ ଏ କଥା ମଧ୍ୟ ଆଲୋଚନା ହେଉଛି କି ଏହି ପରକ୍ରିୟା ପ୍ରୀତି ପାଇଁ ପ୍ରେମ କରି ବିବାହ କରିଥିବା ଶ୍ରେୟାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଆଉ ସେଥିପାଇଁ କୁଆଡେ ପ୍ରେମ କରି ବିବାହ କରିଥିବା ଶ୍ରେୟାଙ୍କୁ ଅବହେଳା କରୁଥିଲେ ।

ଆଉ ଶେଷରେ ଯେତେବେଳେ ସବୁକିଛି ସୀମା ଟପି ଗଲା ସେତେବେଳେ ଶ୍ରେୟା ଆଉ ନିର୍ଯାତନା ସହି ନପାରି ଚାଲିଗଲେ ବାପାଙ୍କ ଘରକୁ । ହେଲେ ଏହା ମଧ୍ୟ ହ୍ୟୁମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ଶ୍ରେୟା ବାପାଙ୍କ ଘରକୁ ଚାଲିଯିବା ପରେ ମଧ୍ୟ ହ୍ୟୁମାନ ପରିବର୍ତ୍ତନ ହୋଇ ନଥିଲେ ଆଉ ଯେଉଁଥି ପାଇଁ ଶ୍ରେୟା ଶେଷରେ ବାଧ୍ୟ ହୋଇ ହ୍ୟୁମାନଙ୍କ ନାମରେ ଅଭିଯୋଗ ଆଣି ହୋଇଥିଲେ ଥାନାର ଦ୍ୱାରସ୍ଥ ।

ତେବେ ପ୍ରଶ୍ନ ଉଠୁଛି କିଏ ସେହି ଗାୟିକା ଯାହାଙ୍କ ପ୍ରେମରେ ହ୍ୟୁମାନ ପାଗଳ ସାଜିଥିଲେ ? କିଏ ସେହି ଗାୟିକା ଯାହାଙ୍କ ପାଇଁ ହ୍ୟୁମାନଙ୍କ ସୁନା ସଂସାରରେ ଉଠିଥିଲା ଝଡ଼ କିଏ ସେହି ଗାୟିକା ଯାହାଙ୍କ ପାଇଁ ହ୍ୟୁମାନ ନିଜ ସ୍ତ୍ରୀଙ୍କୁ ବି ଅବହେଳା କରିବାକୁ ପଛେଇଲେ ନାହିଁ । ତେବେ ସେପଟେ ଦୁହିଁଙ୍କୁ ଥାନାକୁ ଡାକି ପୋଲିସ ବୁଝା ସୁଝା କରିଥିବା ବେଳେ ହ୍ୟୁମାନ ସମାଧାନ ଚାହିଁଥିବା ଜଣା ପଡ଼ିଛି । କିନ୍ତୁ ଶ୍ରେୟା ନିଜର ନିଷ୍ପତ୍ତି ଜଣାଇବାକୁ ଦୁଇ ଦିନ ସମୟ ନେଇଛନ୍ତି ।

ତେବେ ସେପଟେ ହ୍ୟୁମାନଙ୍କୁ ନେଇ ଯେଉଁ ଗାୟିକାଙ୍କ କଥା କୁହାଯାଉଛି ତାହା କେତେ ସତ କେତେ ମିଛ ତାହା ତ ସମୟ କହିବ। ଯଦି ଏହା ସତ ହୋଇଥାଏ ତେବେ ଏହା ବହୁତ ସାଙ୍ଘାତିକ ବୋଲି ମଧ୍ୟ ଲୋକେ ଆଲୋଚନା କରୁଛନ୍ତି । ତେବେ ଆଗକୁ ଏହି ଘଟଣା କଣ ହେବ ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *