ଜାଣନ୍ତୁ ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ଉପାୟ , ଘରର ଏହି ଜାଗାରେ ରଖି ଦିଅନ୍ତୁ ଫିଟକିରି , ରାତାରାତି ହୋଇଯିବେ କୋଟିପତି

ଜୀବନରେ ସମସ୍ତେ ଇଚ୍ଛା ରଖିଥାନ୍ତି ଯେ ସେମାନେ ଧନୀ ହୋଇ ଯାଆନ୍ତୁ , ଏହାଦ୍ବାରା ସେମାନଙ୍କୁ ଆଉ କିଛି ଜିନିଷରେ ଅସୁବିଧା ହେବ ନାହିଁ । ବିଳାସମୟ ଜୀବନ ବଞ୍ଚିବା ସମସ୍ତଙ୍କ ଇଚ୍ଛା ରହିଥାଏ । କିନ୍ତୁ ଏସବୁ ପାଇଁ ସବୁର ମୂଳ ଟଙ୍କା ଅଟେ , ଯାହାଦ୍ଵାରା ଆପଣ ଜୀବନରେ ସବୁକିଛି ପାଇ ପାରିବେ । ତେବେ ଆଜି ଆମେ ଏଥିରେ ଜାଣିନେବା କେଉଁ ଉପାୟ ଆପଣେଇ ଆପଣ ରାତାରାତି କୋଟିପତି ହୋଇ ଯାଇ ପାରିବେ ।

ତେବେ ଗୋଟିଏ କଥା କହିରଖୁଛୁ କି , କେବେ ମଧ୍ୟ ଘର ଆଗରେ ବଡ ବଡ ଗଛ ରଖନ୍ତୁ ନାହିଁ । ଏହାର ଛାଇ ଘର ଉପରେ ପଡ଼ିବା ଦ୍ଵାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ । ତେଣୁ ଏହାକୁ ଦୂର କରିବାପାଇଁ ଘରର ମୁଖ୍ୟ ଦ୍ଵାରରେ ସବୁଦିନ ସ୍ଵସ୍ତିକ ଚିହ୍ନ ବନାଇ ନିଅନ୍ତୁ । ଆଉ ପ୍ରତିଦିନ ଏପରି କରନ୍ତୁ । ତେବେ ଏପରି କଲେ ମାଆ ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ।

ଏହାବ୍ୟତୀତ ଘରେ ସବୁବେଳେ ତୁଳସୀ ଗଛ ଲଗାଇବା ଉଚିତ୍ , ଏହାଦ୍ବାରା ମଧ୍ୟ ନକାରାତ୍ମକ ଶକ୍ତି ଦୂର ହୋଇଯିବ । ସଦାବେଳେ ଘରର ମୁଖ୍ୟ ଦ୍ଵାରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ଏବଂ ଘର ଆଗରେ କେବେ ବି ଜୋତା ରଖନ୍ତୁ ନାହିଁ । ଘରର ମୁଖ୍ୟ ଦ୍ଵାର ପରିଷ୍କାର କରି ରଖିବା ଦ୍ଵାରା ମାଆ ଲକ୍ଷ୍ମୀ ଘର ଭିତରକୁ ଆଗମନ କରିଥାନ୍ତି । ଘରର ମୁଖ୍ୟ ଦ୍ଵାର ସବୁବେଳେ ବଡ ରଖିବା ଉଚିତ୍ ଏବଂ ଘର ଆଗରେ ନେମ୍ ପ୍ଲେଟ ଲଗାଇବା ଉଚିତ୍ ।

ଘରର ସମୃଦ୍ଧି ଚାହୁଁଥିଲେ ଲାଲ , ବାଇଗଣୀ ରଙ୍ଗର ପ୍ରୟୋଗ ନିଜ ଘର ଭିତରେ କରିବା ଉଚିତ୍ । ବାସ୍ତୁ ଶାସ୍ତ୍ରରେ ସୁନାର ଅନେକ ମହତ୍ତ୍ଵ ରହିଛି । ତେଣୁ ସୁନେଲି ରଙ୍ଗର ପ୍ରୟୋଗ ଘରେ କରନ୍ତୁ । ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି , ଘରର ରୋଷେଇଘରକୁ ସବୁବେଳେ ସଫା ସୁତୁରା ରଖନ୍ତୁ , ଏହାଦ୍ବାରା ମାଆ ଲକ୍ଷ୍ମୀ ଆଗମନ କରିବେ । ଘର ସହିତ ଘର ବାହାରକୁ ମଧ୍ୟ ସଫା ରଖନ୍ତୁ । ଯଦି ଘରର କୌଣସି ପାଇପ ଲିକ ହେଉଛି , ତେବେ ତାହାକୁ ସଜାଡି ନିଅନ୍ତୁ ।

ଘରର ସବୁ ଦ୍ଵାରରେ ଡୋର ମେଟ୍ ରଖନ୍ତୁ । ଯଦି ସବୁ ଦ୍ୱାରରେ ନ ରଖୁଛନ୍ତି , ତେବେ କେବଳ ମୁଖ୍ୟ ଦ୍ଵାରରେ ରଖି ଦିଅନ୍ତୁ । ଏହାବ୍ୟତୀତ ଗୋଟିଏ ଲାଭଦାୟକ ଉପାୟ ବିଷୟରେ ଆମେ ଆପଣଙ୍କୁ କହିରଖୁଛୁ , ଏହି ଡୋର ମେଟ୍ ତଳେ ଫିଟକରି ଗୁଣ୍ଡ କରି ରଖିଦିଅନ୍ତୁ କିମ୍ବା ଖଣ୍ଡ ଖଣ୍ଡ କରି ରଖିଦିଅନ୍ତୁ । ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ଆଉ ଆସିପାରିବ ନାହିଁ ଏବଂ ଧନ ସମ୍ପତ୍ତି ସମୃଦ୍ଧି ହୋଇଯିବ ।

Leave a Reply

Your email address will not be published. Required fields are marked *