ଦୁଃଖରେ ଜୀବନ ବିତାଉଛନ୍ତି ଲୋମସ କନ୍ୟା ରେବତୀ , ଡାକ୍ତର କଲେ ନିରାଶ ଆଉ ଛାଡି ଗଲେ ବାପା ମାଆ

ଚର୍ଚ୍ଚାରେ ଲୋମଶ ମହିଳା। ଅନେକ ବର୍ଷ ଧରି ନିଜ ଦେହରେ ଏପରି ଲୋମକୁ ନେଇ ଆଗକୁ ବଢି ଚାଲିଛନ୍ତି ଜଣେ ମହିଳା । ଅନେକ କଷ୍ଟ ଆଉ ଯନ୍ତ୍ରଣା ଥାଇ ମଧ୍ୟ ନିଜ ଦେହର ଲୋମ ଆଉ ନିଜର ବିକୃତ ଚେହେରା ନେଇ ଜଣେ ମହିଳା ଆଜିକୁ ୨୮ ବର୍ଷ ହୋଇ ଗଲାଣି ଆଗକୁ ବଢି ଚାଲିଛନ୍ତି ।

ତଥାପି ତାଙ୍କର କଷ୍ଟ ଆଉ ଦୁଃଖ ଶୁଣିବା ପାଇଁ ପାଖରେ କେହି ନାହାନ୍ତି । ବାସ ନୀରବ ହୋଇ ଯାଇ ଗୋଟିଏ ଝାଟି ମାଟି ଘରେ ପଡ଼ି ରହିଛନ୍ତି । ସାହାରା ପାଇଁ ତାଙ୍କ ପାଖରେ କେହି ନାହିଁ । ବାସ୍ ସରକାରଙ୍କ ପାଖରୁ ଯେତିକି ଚାଉଳ ଗହମ ପାଉଛନ୍ତି ସେଥିରେ ପରିବାର ତାଙ୍କର ଚାଲିଛି ଆଉ ଆଖିରୁ ଲୁହ ଝରାଇ ଚାଲିଛନ୍ତି ମହିଳା ଜଣକ । ହେଲେ ସାହାଯ୍ୟର ହାତ ତାଙ୍କୁ ବଢ଼ାଇବା ପାଇଁ କେହି ନାହିଁ ।

ତେବେ ଆମେ କହୁଛୁ ବୌଦ୍ଧ ଜିଲ୍ଲାର ରେବତୀ ଘର ନାମକ ଜଣେ ଲୋମଶ ମହିଳାଙ୍କ ବିଷୟରେ । ଯାହାଙ୍କ ବିଷୟରେ ୨୦୦୮ ମସିହାରେ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଆଉ ତାହା ପରେ ତାଙ୍କୁ ଭଲ କରିବା ଏକ ପ୍ରକାରର ଚ୍ୟାଲେଞ୍ଜ ପାଲଟି ଯାଇଥିଲା । ଅନେକ ମିଡ଼ିଆ ଆଉ ଲୋକେ ଆସି ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଉ ତାହା ହିଁ ହୋଇଥିଲା ।

ତାଙ୍କୁ ସାହାଯ୍ୟ କରିବା ପାଇଁ ଆଉ ତାଙ୍କୁ ଭଲ କରିବା ପାଇଁ ଏସିବି ବଡ ମେଡିକାଲରେ ରହିଥିବା ଡାକ୍ତର ମାନେ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ତାହା ହିଁ ହୋଇଥିଲା ବୌଦ୍ଧ ଜିଲ୍ଲାରୁ ଯାଇ ତାଙ୍କୁ କଟକ ନିଆ ଯାଇଥିଲା । ସେଠାରେ ତାଙ୍କୁ ନେଇ ଚିକିତ୍ସା ମଧ୍ୟ କରିବା ପାଇଁ ଭର୍ତି କରା ଯାଇଥିଲା । ଆଉ ଏପରି ଦିନ ଆସିଥିଲା ଯେଉଁ ଦିନ ତାଙ୍କର ଚିକିତ୍ସା ହୋଇଥିଲା ।

ଡାକ୍ତର ମାନେ ତାଙ୍କ ଦେହରେ ଅସ୍ତ୍ରୋପ୍ରଚାର ମଧ୍ୟ କରିଥିଲେ । ଆଉ ତାପରେ ଭଲ ହୋଇ ଯାଇଥିଲେ ରେବତୀ । ଆଉ ସେଠାରେ କିଛି ମାସ ମଧ୍ୟ ରହିଥିଲେ । ସେଠାରୁ ଆସିବା ପରେ ସରକାର ତାଙ୍କୁ ସାହାଯ୍ୟ କରିବା ପାଇଁ ଆଉ ତାଙ୍କୁ ଖାଇବା ପିଇବାକୁ ଦେବା କଥା ମଧ୍ୟ କହିଥିଲେ। କିନ୍ତୁ ମାସ ଆଗକୁ ବଢ଼ି ଚାଲିବା ସହିତ ସରକାରଙ୍କ ଏବଂ ଜିଲ୍ଲା ପ୍ରଶାସନଙ୍କର ସମସ୍ତ ପ୍ରତିଶ୍ରୁତି ଅଧାରେ ରହି ଯାଇଥିଲା । ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ଆଉ ଧିରେ ଧିରେ ଯେତେବେଳେ ରେବତୀ ଔଷଧ ଖାଇବା ବନ୍ଦ କରିଦେଲେ , ସେତେବେଳେ ତାଙ୍କ ଦେହରେ ଆହୁରି ଲୋମ ବଢ଼ି ଚାଲିଲା । ଆଉ ଏପରି ଦିନ ଆସିଲା କି , ପୁଣିଥରେ ଲୋମଶ ମହିଳାରେ ପରିଣତ ହୋଇଗଲେ ।

ତେବେ ବର୍ତ୍ତମାନ ସମୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ପାଖରେ କେହି ନାହାନ୍ତି । ବାସ୍ ସେ ନିରବ ପାଲଟି ଯାଇଛନ୍ତି । କାହିଁକି ନା ତାଙ୍କ ପାଖରେ ଆଉ କେହି ନାହାନ୍ତି । ନିଜର ଲୋକ ବୋଲି କେହି ତାଙ୍କୁ କିଛି କହିବାକୁ ନାହିଁ । ବାସ ସରକାରଙ୍କ ଠାରୁ ପାଉଥିବା ଚାଉଳ ହିଁ ତାଙ୍କର ସବୁକିଛି ଅଟେ । ବର୍ତ୍ତମାନ ସମୟରେ ଜଙ୍ଗଲ ମଧ୍ୟରେ ରହି ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି ସେ ।

ଚାଳ ଛପର ଘର ଭିତରେ ରହି ସେ ନିଜର ଦିନ କାଟିବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ସମୟରେ ରେବତୀ ଗୋଟିଏ ନିବେଦନ କରିଛନ୍ତି କି , ତାଙ୍କୁ ସମସ୍ତେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ସେ ଭଲ ହୋଇ ପୁଣି ଆଗକୁ ବଢ଼ି ପାରିଥାନ୍ତେ ଆଉ ଥରେ ହସି ପାରିଥାଆନ୍ତେ । ତେବେ ବର୍ତ୍ତମାନ ସମୟରେ ରେବତୀଙ୍କୁ ସାହାଯ୍ୟ କରିବା ପାଇଁ ଆମର ଗୋଟିଏ ଅନୁରୋଧ ।

Leave a Reply

Your email address will not be published. Required fields are marked *