ଧନତେରସରେ ଭୁଲରେ ମଧ୍ୟ ଘରକୁ ଆଣନ୍ତୁ ନାହିଁ ଏହି ଜିନିଷ , ନଚେତ୍ ଘରକୁ ଆସିବ ଦାରିଦ୍ର୍ୟତା

ଦୀପାବଳି ପୂର୍ବରୁ ଧନତେରସ ପଡ଼ିଥାଏ ଆଉ ଏହିଦିନ ଘରକୁ କିଛି ଜିନିଷ ଯାହାକୁ ଆଣିବା ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରା ଯାଇଥାଏ । ଘରକୁ ଆଣିଲେ ମାଆ ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି ସମସ୍ତେ କହିଥାନ୍ତି । ତେବେ ଏପରି ଅନେକ ଜିନିଷ ରହିଛି , ଯାହାକୁ ଘରକୁ ଆଣିଲେ ଆପଣଙ୍କ ଧନ ବୃଦ୍ଧି ହୋଇଥାଏ । କିନ୍ତୁ ଅପରପକ୍ଷରେ ଏପରି କିଛି ଜିନିଷ ରହିଛି , ଯାହାକୁ ଧନତେରସ ଦିନ ଘରକୁ ଆଣିବା ଅତ୍ୟନ୍ତ ଅଶୁଭ ହୋଇଥାଏ ।

ତେବେ ଜାଣିରଖନ୍ତୁ ଯେ , ଧନତେରସ ଦିନ ଘରକୁ ଆଦୌ ଲୁହା କିଣି ଆଣନ୍ତୁ ନାହିଁ । ଏହିଦିନ ସୁନା , ରୂପା ଘରକୁ କିଣି ଆଣନ୍ତୁ । ଏହାବ୍ୟତୀତ ଏହିଦିନ ଗାଡ଼ି ମଧ୍ୟ ଘରକୁ କିଣି ଆଣନ୍ତୁ ନାହିଁ । କାରଣ ଏହିଦିନ ରାହୁ କାଳର ଦିନ ହୋଇଥାଏ । ଏହିଦିନ କାଚ କିମ୍ବା ଧାରୁଆ ଜିନିଷ କିଣନ୍ତୁ ନାହିଁ । ଏହିଦିନ ଧଳା ରଙ୍ଗର କପଡ଼ା ମଧ୍ୟ କିଣନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଏହିଦିନ କଣ କିଣିବା ଉଚିତ୍ ।

ଧନତେରସ ଦିନ ଲକ୍ଷ୍ମୀ ଗଣେଶଙ୍କ ମୂର୍ତ୍ତି କିଣି ଆଣନ୍ତୁ । ଏଗୁଡ଼ିକ କିଣି ଆଣିବା ଦ୍ଵାରା ବର୍ଷ ଯାକ ଧନର ଅଭାବ ରହିବ ନାହିଁ । ଦ୍ଵିତୀୟରେ ଲୁଣ । ଲୁଣ ଆଣି ଦୀପାବଳି ଦିନ ଘରକୁ ପୋଛିବା ଦ୍ବାରା ନକାରାତ୍ମକ ଶକ୍ତି ଘରୁ ଦୂରେଇ ଯିବ । ଧନତେରସ ଦିନ ଶଙ୍ଖ ଆଣି ଘରେ ସ୍ଥାପନ କରନ୍ତୁ , ଏହାଦ୍ବାରା ମାଆ ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି । ଚତୁର୍ଥରେ ଧନିଆ । ଧନିଆକୁ ଆଣି ଦୀପାବଳି ଦିନ ଏହାର ପୂଜା କରନ୍ତୁ । ଏହାଦ୍ବାରା ଘରକୁ ଧନ ଆଗମନ ହେବ ।

ଏହାବ୍ୟତୀତ ରୂପା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଘରକୁ ରୂପାର କିଛି ଜିନିଷ କିମ୍ବା ମୁଦ୍ରା କିଣି ଆଣିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କୁ ଆଉ କେବେ ଛାଡି ଯିବେ ନାହିଁ । ଏହାବ୍ୟତୀତ ଗୋଟିଏ କଥା ଜାଣି ରଖନ୍ତୁ କି , କେବେ ଆପଣ ଝାଡୁ ଘରକୁ କିଣି ଆଣିବେ । ଧନତେରସ ଦିନ ଆପଣ ଝାଡୁ ନିଶ୍ଚିତ ଭାବରେ କିଣନ୍ତୁ । ଏହାଦ୍ବାରା ମାଆ ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି ଆଉ ତାଙ୍କ ସହିତ ଭଗବାନ ବିଷ୍ଣୁ ମଧ୍ୟ ଆସିଥାନ୍ତି ।

ଆଉ ଗୋଟିଏ କଥା ଜାଣି ରଖନ୍ତୁ କି , ଧନତେରସ ଦିନ କାହାକୁ ମଧ୍ୟ ଝାଡୁ ଦିଅନ୍ତୁ ନାହିଁ । କି ମାଆ ଲକ୍ଷ୍ମୀ , ଗଣେଶ ଏବଂ ଧନନ୍ତେରିଙ୍କ ପ୍ରତିମା କାହାକୁ ମଧ୍ୟ ଦେବା ଉଚିତ୍ ନୁହେଁ। କାରଣ ଧନର ଦେବତାଙ୍କୁ ଆପଣ ଘରୁ ବାହାର କରିଦେଲେ ଆଉ କେବେ ମଧ୍ୟ ସେମାନେ ଆପଣଙ୍କ ଘରକୁ ଆସିବେ ନାହିଁ। ମନେରଖନ୍ତୁ ଏହିଦିନ ଘରର ଇଶାଣ ନିହାତି ଭାବରେ ସଫା କରିବା ଉଚିତ୍ । ଏବଂ ଘରେ ଗଙ୍ଗା ପାଣିରେ ସିଞ୍ଚନ କରିବା ଉଚିତ୍ । ଘରେ ରହିଥିବା ପୁରୁଣା ଜିନିଷ , ପୁରୁଣା ଜୋତା ଆଦିକୁ ଘରୁ ବାହାର କରିଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *