Maa Lakhyami:- ଏହି ପାଞ୍ଚଟି କାର୍ଯ୍ୟ ପାଇଁ ଟଙ୍କା ଖର୍ଚ୍ଚ କରିବା ପାଇଁ ସଙ୍କୋଚ କରନ୍ତୁ ନାହିଁ, ମିଳିଥାଏ ପୁଣ୍ୟ ଓ ଅପାର ଧନ ସମ୍ପତ୍ତି। ଜାଣନ୍ତୁ ଏହି ବିଷୟରେ।

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ମଣିଷ ଜନ୍ମ ହେବା ସମୟରେ ତାହାର କୁଣ୍ଡଳୀ ସହ ଜନ୍ମ ନେଇଥାଏ। ତେବେ ସେ ତାହା ଜୀବନରେ କଣ କରିବ ଏବଂ କେତେ ଦିନ ବଞ୍ଚିବ ତାହା ମଧ୍ୟ ଉଲ୍ଲେଖ ରହିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ମଣିଷର ଜୀବନ ନିର୍ଦ୍ଧାରଣ କରିଥାଏ। ସେହିଭଳି କେଉଁ କର୍ମ କଲେ ପୁଣ୍ୟ ମିଳିଥାଏ ସେ ବିଷୟରେ ମଧ୍ୟ ଅନେକ ସମୟରେ ଏହା ଆମକୁ ଶିକ୍ଷା ଦେଇଥାଏ।

ଆଜି ଆମେ ଆପଣଙ୍କୁ ଏକ ରହସ୍ୟ ମୟ କଥା କହିବାକୁ ଯାଉଛୁ ଯେଉଁ ବିଷୟରେ ଜାଣିବା ପରେ ଏବଂ ଏହାକୁ ମାନିଲେ ଖୁବ କମ୍ ଦିନରେ ଆପଣ କୋଟିପତି ହୋଇଯିବେ। ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନ ବର୍ଷା କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏପରି କିଛି କାର୍ଯ୍ୟ ଅଛି ଯେଉଁଥିରେ ଟଙ୍କା ଖର୍ଚ୍ଚ କରିବା ପାଇଁ ସଙ୍କୋଚ ପ୍ରକାଶ କରିବା ଅନୁଚିତ। ତେବେ ଏଭଳି କାମରେ ଟଙ୍କା ଖର୍ଚ୍ଚ କରିବା ଦ୍ୱାରା ମନୁଷ୍ୟ ଦରିଦ୍ର ନୁହେଁ ବରଂ ଧନୀ ହୋଇଯିବ ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଟି କାର୍ଯ୍ୟ ବିଷୟରେ।

ଅସହାୟଙ୍କୁ କରନ୍ତୁ ସାହାଯ୍ୟ

କଥାରେ ଅଛି ମୁଁ ଯଦି କୌଣସି ଅସହାୟକୁ ସାହାଯ୍ୟ କରିଥିବି ତେବେ ଉପରେ ବସି ସବୁ ଦେଖୁଥିବା ଭଗବାନ ମଧ୍ୟ ମୋତେ କୌଣସି ନା କୌଣସି ବାଟେ ସାହାଯ୍ୟ କରିବେ। ଆଜ୍ଞା ହଁ ଏହା ବାସ୍ତବରେ ସତ୍ୟ ଅଟେ। ଯଦି ଆପଣ କୌଣସି ଅସାହାୟଙ୍କୁ ସାହାଯ୍ୟ କରନ୍ତି ତେବେ ଭଗବାନ ପ୍ରସନ୍ନ ହୋଇଥାନ୍ତି। କେବଳ ସେତିକି ନୁହେଁ ଯେଉଁ ଅସହାୟ ମଣିଷକୁ ଆପଣ ସାହାଯ୍ୟ କରିଥିବେ ସେ ମଧ୍ୟ ଆପଣଙ୍କୁ କଲ୍ୟାଣ କରିଥାଏ। ଯାହାଫଳରେ ଆପଣଙ୍କ ଆୟୁଷ ବୃଦ୍ଧି ହେବା ସହ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ଧାର୍ମିକ ସ୍ଥଳରେ ଦାନ

କୁହାଯାଏ ଯେ ମନ୍ଦିର ହେଉଛି ଭଗବାନଙ୍କ ଘର ଅଟେ। ଏଠାରେ ଭଗବାନ ବାସ କରନ୍ତି। ତେବେ ଯଦି ଆପଣ କୌଣସି ଧାର୍ମିକ ସ୍ଥାନରେ ଦାନ କରନ୍ତି ତେବେ ଆପଣଙ୍କ ସମସ୍ତ ପାପ ଧୋଇ ହୋଇଯାଏ ଏବଂ ଆପଣଙ୍କ ବନ୍ଧନ ଅତୁଟ ହୋଇଯାଏ। କେବଳ ସେତିକି ନୁହେଁ ପୂର୍ବ ପୁରୁଷଙ୍କୁ ଉଦ୍ଧାର ମଧ୍ୟ ମିଳିଥାଏ। ମନ୍ଦିରରେ ମୂର୍ତ୍ତି ସ୍ଥାପନ, କୀର୍ତ୍ତନ ସମାରୋହ କିମ୍ବା ଭଣ୍ଡାରକୁ ଦାନ ଦେବା ଉଚିତ। ଏଥିରୁ ପୁଣ୍ୟ ମିଳିଥାଏ।

ସାମାଜିକ କାର୍ଯ୍ୟରେ ସହଯୋଗ

ମାନବ ଏକ ସାମାଜିକ ପ୍ରାଣୀ ଅଟେ। ସେ ସାମଜରେ ଜନ୍ମ ନେଇ ଛୋଟରୁ ବଡ଼ ହୋଇଥାଏ ଏବଂ ସେହି ସମାଜରେ ମଧ୍ୟ ମୃ-ତ୍ୟୁ ବରଣ କରିଥାଏ। ସମାଜ ଛଡା ମଣିଷର କୌଣସି ଅସ୍ତିତ୍ୱ ନଥାଏ। ଯଦି କୌଣସି ସ୍ଥାନରେ କିମ୍ବା ଆପଣ ରହୁଥିବା ପରିସରରେ ସମାଜର ଉନ୍ନତି ପାଇଁ କୌଣସି କାର୍ଯ୍ୟ କରାଯାଉଥାଏ ତେବେ ସେଥିରେ ଆପଣ ସହଯୋଗର ହାତ ନିଶ୍ଚିତ ବଢ଼ାନ୍ତୁ। ଏଥିରେ ଆପଣଙ୍କ ଅର୍ଥ କମି ଯିବ ନାହିଁ ବରଂ ବୃଦ୍ଧି ପାଇବ।

ଭଉଣୀକୁ ସାହାଯ୍ୟ

ଦୁନିଆରେ ଭାଇ ଭଉଣୀ ଠାରୁ ବଡ଼ ସମ୍ପର୍କ ଆଉ କୌଣସି ସମ୍ପର୍କ ନାହିଁ। ଦୁଇ ଜଣଙ୍କ ରକ୍ତର ସମ୍ପର୍କ ରେ ଜଣକ ଉପରେ ଦୁଃଖ ପଡିଲେ ଆଉ ଜଣଙ୍କୁ କଷ୍ଟ ହୋଇଥାଏ। ଶାସ୍ତ୍ରରେ ଅଛି ଭଉଣୀକୁ ଦେଲେ କମେ ନାହିଁ ବରଂ ଆହୁରି ବଢିଥାଏ। ତେବେ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଭାଇର କର୍ତ୍ତବ୍ୟ ହେଉଛି ନିଜ ଭଉଣୀକୁ ସୁରକ୍ଷା ଦେବା ଓ କୌଣସି ବିପଦ ପଡିଲେ ଛାଇ ହୋଇ ପାଖରେ ଛିଡା ହେବା। ସେହିଭଳି ଯଦି ଭଉଣୀର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଏ ତେବେ ଭାଇ ଭଉଣୀକୁ ସାହାଯ୍ୟ କରିବା ଉଚିତ।

ରୋଗୀଙ୍କୁ ସାହାଯ୍ୟ

ବର୍ତ୍ତମାନ ସମୟରେ ବିଶ୍ୱକୁ ନୂଆ ନୂଆ ରୋଗ ଆସିଲାଣି। ଲୋକମାନେ ଏଥିରେ ଅଧିକ ମାତ୍ରାରେ ସଂକ୍ରମଣ ମଧ୍ୟ ହେଉଛନ୍ତି। କିଛି ଲୋକ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି। ତେବେ ଚିକିତ୍ସା ଅଭାବ କେତେବେଳେ ଦେଖାଯାଇଥାଏ ଯେତେବେଳେ ମଣିଷ ପାଖରେ ଅର୍ଥ ନଥାଏ। ତେବେ ଆମେ ଆପଣଙ୍କୁ କହି ରଖୁଛି ଯେ ଯଦି ଏଭଳି କୌଣସି ବ୍ୟକ୍ତି ଆପଣଙ୍କ ପାଖକୁ ସହାୟତା ପାଇଁ ଆସନ୍ତି ତେବେ ଆପଣ ନିଶ୍ଚିତ ସହଯୋଗର ହାତ ବଢ଼ାନ୍ତୁ।

Leave a Reply

Your email address will not be published. Required fields are marked *