ସ୍ବାମୀଙ୍କ ଅତ୍ୟାଚାର ସହି ନପାରି ଦିନେ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ କିନ୍ତୁ ଆଜି ହେଲେ ସେ IAS ଅଫିସର ।

କୁହାଯାଏ ଭାଗ୍ୟ ଭଗବାନ ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦିଅନ୍ତି ତାହା କେହି କହି ପାରନ୍ତି ନାହିଁ । ହେଲେ ଯେତେବେଳେ ଭାଗ୍ୟ ଆଉ ଭଗବାନ ଦୁହେଁ ଏକାଠି ହୁଅନ୍ତି ସେତେବେଳେ ସବୁକିଛି ବଦଳି ଯାଏ । ଠିକ୍ ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି IAS ଅଫିସରଙ୍କନିକଟରେ । ସ୍ବାମୀ ପିଟୁଥିଲା ଶାଶୁ ଶଶୁର ନିର୍ଯାତନା ଦେଉଥିଲେ ।

ବୋହୂ ସେମାନଙ୍କ ନିର୍ଯାତନା ସହି ନପାରି ବାହାରି ଯାଇଥିଲେ ଆତ୍ମହତ୍ୟା କରିବାକୁ । ନିର୍ଯାତନାର ସୀମା ଏତେ ବଢି ଯାଇଥିଲା ଯେ ଆଜି ଯେ IAS ଅଫିସର ସେ ଦିନେ ଆତ୍ମହତ୍ୟା କରି ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଥିଲେ । କେବଳ ନିଷ୍ପତ୍ତି ନେଇଥିଲେ ବରଂ ଆତ୍ମହତ୍ୟା ପାଇଁ ଉଦ୍ୟମ ମଧ୍ୟ କରୁଥିଲେ । ହେଲେ ଭଗବାନ ବଡ ଲୋକ ସେ ଦିନ କିନ୍ତୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଆଜିର IAS ଅଫିସର କିନ୍ତୁ ମୃତ୍ୟୁ ମୁଖରେ ପଡ଼ି ନଥିଲେ ।

ହେଲେ ତାଙ୍କ ଉପରେ କିନ୍ତୁ ହେଉଥିଲା ଏକଥନୀୟ ନିର୍ଯାତନା । ଶାଶୁ କହୁଥିଲେ ତତେ ବୋହୂ କରି ବଡ ଭୁଲ ହୋଇଗଲା । ସ୍ବାମୀ ମଦ ପି ଆସି ନିର୍ଦ୍ଧୁମ ମାଡ ମାରୁଥିଲେ ।ଜୀବନ ହାରିବାକୁ ଯାଉଥିବା ସବିତାଙ୍କ ଜୀବନ ବଦଳି ଥିଲା ଯାହା ସବିତା କେବେ ଚିନ୍ତା ମଧ୍ୟ କରି ନଥିଲେ । ଯମ ର ଦ୍ୱାରରୁ ଫେରି ବଡ ପଦବୀ ଅପେକ୍ଷା କରିଥିଲା ତାଙ୍କୁ । ଷୋଳ ବର୍ଷ ବୟସରେ ବିବାହ କରିଥିଲେ ସବିତା ଆଉ ବିବାହ ପରଠୁ ଶାଶୁ ଘରେ ଲୋକେ ସବିତାଙ୍କୁ ଦେଉଥିଲା ନିର୍ଯାତନା । ଏହି ନିର୍ଯାତନା ଏତେ ଅସହ୍ୟ ହୋଇଥିଲା ଯେ ଶେଷରେ ଜୀବନ ହାରିବା ଏକ ମାତ୍ର ବାଟ ଥିଲା ସବିତାଙ୍କ ପାଇଁ । କିନ୍ତୁ ସବିତା ସିନା ମରିବାକୁ ଚାହୁଥିଲେ ହେଲେ ଚିତ୍ରଗୁପ୍ତ ପାଞ୍ଜିରୁ କିନ୍ତୁ ସରିନଥିଲା ସବିତାଙ୍କ ଆୟୁଷ ।

ଆଉ ଏହା ପରେ ସବିତାଙ୍କୁ ଅପେକ୍ଷା କରିଥିଲା ଏକ ବଡ ଦାୟିତ୍ଵ । କିଏ ଜାଣିଥିଲା ସବିତାଙ୍କ ଭାଗ୍ୟ ଆକାଶରେ ଘୋଟିଥିବା କଳାବାଦଲ ଯେ ହଟାତ୍ ଚାଲିଯାଇ ଖୁସିର ବର୍ଷା ହେବ ବୋଲି । ଯେଉଁ ଜୀବନ ଦିନେ ସବିତା ଙ୍କୁ ଯନ୍ତ୍ରଣା ଦେଉଥିଲା ସେହି ଜୀବନ ସବିତାଙ୍କୁ ଏତେ ଖୁସି ଆଣି ଦେବ ବୋଲି । ତେବେ ବନ୍ଧୁଗଣ ସ୍ବାମୀଙ୍କ ମାଡ଼ର ଶିକାର ହୋଇ ନିଜକୁ ଘୃଣା କରୁଥିବା ସବିତା ଆଇଏଏସ ବନି ଥିଲେ । ସେ କେବଳ IAS ବନି ନଥିଲେ ବରଂ ତାଙ୍କ ଭଳି ନିର୍ଯାତିତ ହେଉଥିବା ଅନେକ ମହିଳାଙ୍କ ପାଇଁ ସାଜିଥିଲେ ପ୍ରେରଣା ଉତ୍ସ।

ତେବେ ବର୍ତ୍ତମାନ ସବିତା ଏକ ବଡ ଦାୟିତ୍ୱରେ ଅଛନ୍ତି ଓ ବହୁତ୍ ବଡ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି । ତେବେ ସବିତାଙ୍କ ଏହି ସଫଳତା ପଛରେ ତାଙ୍କର ବେଶ୍ ପରିଶ୍ରମ ଥିବା କୁହାଯାଏ । ଜୀବନରେ କିଛି କରି ସ୍ବାମୀଙ୍କୁ ଦେଖାଇ ଦେବାର ସେହି ପ୍ରତିଜ୍ଞା ଆଜି ସବିତାଙ୍କୁ ଏତେ ବଡ ପଦବୀରେ ବସାଇଛି । ଆଉ ସବିତାଙ୍କ ଏହି ସଫଳତାକୁ ନେଇ ତାଙ୍କୁ ସମସ୍ତେ ପ୍ରଶଂସାର ବର୍ଷା କରାଉଛନ୍ତି ।

ଜୀବନରେ ମୃତ୍ୟୁ ସବୁ ସମସ୍ୟାର ସମାଧାନ ନୁହେଁ । ଜୀବନରେ କେତେ ବେଳେ କେଉଁ ମୋଡ ଆସିବ ଆଉ କାହା ଭାଗ୍ୟ କେତେବେଳେ ଫିଟିବ ତାହା କେବଳ ସମୟ କହିବ । ତେଣୁ ଧର୍ଯ୍ୟର ସହିତ ସବୁକିଛି ସାମ୍ନା କଲେ ସମସ୍ୟା ବି ଆପଣଙ୍କୁ ଦେଖି ଡରିବ।

Leave a Reply

Your email address will not be published. Required fields are marked *