ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ହଠାତ କଟିଗଲା ବିଜୁଳି । ଯାହାପରେ ରାଷ୍ଟ୍ରପତି କହିଲେ କିଛି ଏଭଳି । ସାରା ଓଡ଼ିଶା ପାଇଁ ନିନ୍ଦ-ନୀୟ ।

କହିବାକୁ ଗଲେ ଜନ୍ମ ପାଖରୁ ଗାଁରେ ବିନା ବିଜୁଳିରେ ଛୋଟ ବେଳୁ ରହି ଆସିଥିବା ଝିଅ ଯେ କେବେ ପୁରା ଦେଶର ରାଷ୍ଟ୍ରପତି ହେବ ସେକଥା କେହିବି ଚିନ୍ତା କରି ନଥିଲେ । କିନ୍ତୁ ତାହା ତ ପ୍ରମାଣିତ ହୋଇ ସାରିଛି । ଆଉ ବର୍ତ୍ତମାନ ଏହା ଏକ ସୁଯୋଗ ଯେ ସେ ନିଜର ସଂଘର୍ଷପୂର୍ଣ୍ଣ କାହାଣୀ କାହା ସାମ୍ନାରେ ବର୍ଣ୍ଣନା କରି ପାରିବେ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସେହି ଉକ୍ତି ” 9 ମିନିଟ ର ଅନ୍ଧାର ମୋର କଣ ବା କରିବ ମୁଁ ଆଦିବାସୀ ଝିଅ ଅନ୍ଧାର ମୋର ସାଥୀ ” ସମସ୍ତଙ୍କ ମନକୁ ବେଶ ଛୁଇଁଛି ।

ଯେତେବେଳେ ହଠାତ ଲାଇନ୍ କଟି ଯାଇ ଥିଲା ଠିକ୍ ସେତିକିବେଳେ ଏମିତି କିଛି ଭାବନା ମନରେ ନେଇ ଭାଷଣ ଦେଇ ଚାଲି ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଥିଲେ ସମସ୍ତଙ୍କୁ ଅନ୍ଧାର ଭୟ ଲାଗୁଥିବ କିନ୍ତୁ ଅନ୍ଧାର ହେଉଛି ମୋ ପାଇଁ ସୁନ୍ଦର ବହୁତ୍ ସୁନ୍ଦର ।

ଅନ୍ଧାର ତାଙ୍କ ପାଇଁ କେତେ ଭଲ ସେ ତାହା ସେ ଗାଈ ଶୁଣାଇ ଥିଲେ । ଅନ୍ଧାର ତାଙ୍କ ପାଇଁ ଅନ୍ଧାର ନୁହେଁ ସଂଘର୍ଷ, ଅନ୍ଧାର ତାଙ୍କ ପାଇଁ ଆଗକୁ ବଢିବା ପାଇଁ ଏକ ଆଶା ,ଅନ୍ଧାର ତାଙ୍କ ପାଇଁ ନୂଆ ଏକ ଆଲୋକର ଆହ୍ବାନ । ଦେଶର ପ୍ରଥମ ନାଗରିକ ଆମ ଦେଶର ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଯିଏକି ନିଜ ଗାଁ ପହାଡପୁର ମୟୁରଭଞ୍ଜ ବୁଲିବା ପାଇଁ ଆସି ଥିଲେ ଏବଂ ସେଠାରେ ଦୁଇ ଦିନ ରହିଥିଲେ ।

MSCBU ସଭା ଉତ୍ସବରେ ଭାଷଣ ଆରମ୍ଭ କରିବାର କିଛି ସମୟ ପରେ ଲାଇନ ଚାଲି ଯାଇଥିଲା । କିନ୍ତୁ ତଥାପି ରାଷ୍ଟ୍ରପତି ଭାଷଣ ଦେଇ ଚାଲିଥିଲେ । ସେତେବେଳେ ଯେମିତି ଡିବିରି ଲାଇଟରେ ସେ ନିଜର ସଂଘର୍ଷ ଜାରି ରଖିଥିଲେ ସେହିଭଳି ମୋବାଇଲ ଲାଇଟରେ ସେ ନିଜର ଭାଷଣ ଜାରି ରଖିଥିଲେ । ଲାଇନ ନାହିଁ ବୋଲି ସେ ଡରି ଯାଇ ନଥିଲେ କିମ୍ବା ଲାଇନ ନାହିଁ ବୋଲି ସେ ସେ ଅଟକି ଯାଇ ନଥିଲେ ।

ସେ ନିଜ ମନୋବଳକୁ ଦୃଢ଼ କରି ଭାଷଣ ଦେଇ ଚାଲିଥିଲେ । ଅନ୍ଧାର ତାଙ୍କର କିଛିବି କ୍ଷତି କରି ପାରିବନି ବୋଲି ସେ ଆହ୍ୱାନ ଦେଇଥିଲେ । ଅନ୍ଧାର କିପରି ତାଙ୍କର ବନ୍ଧୁ ହୋଇପାରେ ତାହା ବେଶ ଭଲ ଭାବରେ ତାଙ୍କ କଥାରୁ ଜାଣି ହେବ । ତେବେ ରାଷ୍ଟ୍ରପତିଙ୍କୁ ଏଭଳି ଅସମ୍ମାନ ଯାହାକୁ ପୁରା ଓଡ଼ିଶା ଏବେ ନିନ୍ଦା କରୁଛି ।

କିନ୍ତୁ ଯିଏ ନିଜ ଜୀବନର ଅଧାରୁ ଅଧିକ ସମୟ ଅନ୍ଧାରରେ କାଟି ଦେଇଛି ସେ ଏପରି ଭୁଲକୁ ନିହାତି ଭାବରେ କ୍ଷମା କରି ଦେଇଛନ୍ତି । ତାଙ୍କ ମୁହଁରେ ଲାଇନ କଟିବାକୁ ନେଇ କୌଣସିବି ଆକ୍ରୋଶ ନାହିଁ । ତେବେ ଏହା ହେଉଛି ସେହି ମାନଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା ଯେଉଁମାନେ ଏପରି ଭୁଲ ପାଇଁ ଦାୟୀ ।

Leave a Reply

Your email address will not be published. Required fields are marked *