ଦିନ ଥିଲା ବିସ୍କୁଟ ପାଣି ଖାଇ ଦିନ ବିତେଇଛି…

ପ୍ରେମ ଅମର ଆଉ ଶାଶ୍ଵତ । ଯଦି ଏହି ପ୍ରେମ ଠିକ୍ ମଣିଷ ସହିତ ହୋଇଯାଏ ନା ତେବେ ଜୀବନରେ ଆଉ କିଛି ଅବସୋସ ରହେ ନାହିଁ । ତେବେ ଆଜିର ସମୟରେ ଏପରି ବହୁତ କମ୍ ପ୍ରେମିକ ପ୍ରେମିକା ରହିଥିବେ , ଯେଉଁ ମାନେ ନିଜ ପ୍ରେମକୁ ପାଇବା ପାଇଁ ଅନେକ ପରିଶ୍ରମ କରିଥାନ୍ତି । ତେବେ ଏପରି କିଛି ପ୍ରେମ କାହାଣୀ ଆଉ ଏପରି କିଛି ସଂଘର୍ଷ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ତେବେ ସେମାନେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଜଗତରେ ନିଜର ଏକ ସ୍ବତନ୍ତ୍ର ନାମ କମାଇ ସାରିଛନ୍ତି ଆଉ ସାରା ଓଡ଼ିଶାର ଅନେକ ଲୋକ ତାଙ୍କୁ ଅନେକ ଭଲ ପାଇବା ମଧ୍ୟ ଦେଇଛନ୍ତି । ଯାହା ଫଳରେ ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ସେମାନେ ପରିଚିତ ହୋଇ ଯାଇଛନ୍ତି ।

ତେବେ ଏପରି କିଛି ନାମ ଜମାଇଛନ୍ତି ସୋସିଆଲ ମିଡ଼ିଆ ଷ୍ଟାର କୁହା ଯାଉଥିବା ଯୋଡ଼ି ମୁନା ଏବଂ ଚିତ୍ରଲେଖା । ଦୁହେଁ ଦୁହିଁଙ୍କ ପାଇଁ ଗଢା ହୋଇଛନ୍ତି ବୋଲି କହିଥାନ୍ତି । ଦୁହେଁ ସୋସିଆଲ ମିଡ଼ିଆରୁ ହିଁ ନିଜର ପ୍ରେମ କାହାଣୀ ଆରମ୍ଭ କରିଥିଲେ ଆଉ ବର୍ତ୍ତମାନ ସମୟରେ ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଅଛି । ଦୁହେଁ ନିଜର ଏକ ଅଲଗା ଦୁନିଆଁ ଗଢ଼ିବାକୁ ଯାଉଛନ୍ତି ।

ତେବେ ଏହାରି ମଧ୍ୟରେ ଦୁହେଁ ଗଣମାଧ୍ୟମ ଆଗରେ ନିଜର ଜୀବନର ଅନେକ କାହାଣୀ ସହିତ ଅନେକ ସଂଘର୍ଷ ବଖାଣିଛନ୍ତି । ଯାହା ଅନେକ ଦୁଃଖଦାୟକ ଅଟେ । ତେବେ ଏହାରି ମଧ୍ୟରେ କହି ରଖିବୁ କି , ପ୍ରେମ କରିବା ପାଇଁ କଷ୍ଟ କରିବାକୁ ପଡ଼ିଥାଏ । କଷ୍ଟ ବିନା କିଛି ବି ନାହିଁ । ଆଉ ଠିକ୍ ସେହିପରି କିଛି କଷ୍ଟ କରିଥିଲେ ମୁନା ଆଉ ଚିତ୍ରଲେଖା । ନିଜର ଏକ ଅଲଗା ଦୁନିଆଁ କରିଥିଲେ ସେମାନେ ।

ପ୍ରଥମେ ଏକାଠି ଭିଡିଓ କରୁଥିଲେ ଆଉ ବର୍ତ୍ତମାନ ଦୁହେଁ ପାଲଟି ଯାଇଛନ୍ତି ଜୀବନସାଥି । ନିଜ ସଂଘର୍ଷ ଦିନର କଥା କହି ମୁନା କହିଛନ୍ତି କି , ପାଖରେ ତାଙ୍କର ଭଲ କ୍ୟାମେରା ନଥିଲା କି ଅଧିକ ଟଙ୍କା ବି ନଥିଲା । ଏପରିକି ବିସ୍କୁଟ ଆଉ ପାଣି ପିଇ ସେ ଦିନ କାଟି ଦେଇଛନ୍ତି । ଆଉ ସାଙ୍ଗ ମାନଙ୍କ ଠାରୁ କ୍ୟାମେରା ମାଗି ଆଣି ସେ ଭିଡିଓ କରି ପୋଷ୍ଟ କରିଥାନ୍ତି । ତାଙ୍କ ସାଙ୍ଗ ମାନେ ଏହାପରେ ତାଙ୍କ ଆଇଡିକୁ ରିପୋର୍ଟ ମାରି ଦେଇଥାନ୍ତି ।

ତେବେ ଅନ୍ୟ ପକ୍ଷରେ ଚିତ୍ରଲେଖା କହିଛନ୍ତି କି , ତାଙ୍କ ଜୀବନରେ ଟଙ୍କା ପାଇଁ ଏତେ କଷ୍ଟ ନଥିଲା । କାହିଁକି ନା ବାପା ତାଙ୍କୁ ସବୁ ପଇସା ଦେଇ ଦେଉଥିଲେ ଆଉ ସେ ସେଥିରେ ଖୁସି ମଧ୍ୟ ରହିଥିଲେ । କିନ୍ତୁ ଘରୁ ଲୁଚି କରି ଆସି ଭିଡିଓ କରିବା ଆଉ ଗାଆଁ ଲୋକଙ୍କ କଥା ଶୁଣିବା ପରେ ତାଙ୍କୁ ବହୁତ କଷ୍ଟ ହେଉଥିଲା । କିନ୍ତୁ ତାଙ୍କ ସହିତ ମୁନା ଥିଲେ ଆଉ ସେ ତାଙ୍କୁ ବୁଝାଇ ଦେଉଥିଲେ କି , ଜିବନରେ ଆଗକୁ ବଢିବା ପାଇଁ ଏପରି କଷ୍ଟ ସହିବାକୁ ପଡ଼ିବ ।

ତେବେ ଏହାପରେ ନିଜର ପ୍ରେମକୁ ସଫଳ କରିବା ପାଇଁ ମଧ୍ୟ ଦୁହେଁ କଷ୍ଟ କରିଛନ୍ତି । କାହିଁକି ନା ମୁନାଙ୍କ ପରିବାର ଲୋକ ରାଜି ହୋଇ ଯାଇଥିଲେ ମଧ୍ୟ ଚିତ୍ରଲେଖାଙ୍କ ବାପା ରାଜି ହେଉ ନଥିଲେ । ଆଉ ଏହାପରେ ତାଙ୍କ ମଉସା ମାଉସୀ ବୁଝାଇବା ପରେ ସେ ରାଜି ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ଦୁହେଁ ଦୁହିଁଙ୍କ ଦୁନିଆଁରେ ଖୁସି ଅଛନ୍ତି । ସୋସିଆଲ ମିଡ଼ିଆ ମାଧ୍ୟମରେ ସେମାନେ ଅନେକ ଟଙ୍କା କମାଇ ନେଉଛନ୍ତି ।

ଆଉ ଲୋକଙ୍କ ପାଖରେ ଅନେକ ନୂଆ ନୂଆ ଭିଡିଓ ଆଉ ଭଲ ଭିଡିଓ ପହଞ୍ଚାଇବା ପାଇଁ ସେମାନେ କଥା ଦେଇଛନ୍ତି । ତେବେ ଖାଲି ଏତିକି ନୁହେଁ , ସାରା ଜୀବନ ସେମାନେ ଏକାଠି ରହିବେ ଆଉ ନିଜ ସୁଖ ଦୁଃଖର ସାଥି ହେବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ଜୀବନ ଆରମ୍ଭ ହୋଇଛି ଆଉ ଆଗକୁ ସେମାନେ ଆହୁରି ଖୁସିରେ ବଞ୍ଚିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *