ମନ୍ଦିରରେ ଲୁ-ଚି ଲୁ-ଚି ବିବାହ କରିଲେ କମେଡିଆନ ମିଷ୍ଟର ଗୁଲୁଆ । ସାଙ୍ଗରେ ବିବାହ ଯୋଡ଼ାରେ ବାନ୍ଧବୀ ବର୍ଷା ।

ଓଡ଼ିଆରେ ଲୋକପ୍ରିୟ କମେଡିଆନ ମିଷ୍ଟର ଗୁଲୁଆଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏବଂ ଗତ କିଛି ମାସ ତଳେ ସେ ନିଜ ବାନ୍ଧବୀ ବର୍ଷାଙ୍କ ସହିତ ଏନଗେଜମେଣ୍ଟ କରିଥିବାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ତାଙ୍କ ଫ୍ୟାନ ମାନେ ମଧ୍ୟ ଚାହିଁ ବସିଥିଲେ ଯେ ଗୁଲୁଆ କେବେ ବିବାହ କରିବେ ? କିନ୍ତୁ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଆମେ କହିରଖିବୁ ଯେ ଗୁଲୁଆ ବିବାହ କରି ସାରିଛନ୍ତି । ଆଉ ତାହା ବର୍ତ୍ତମାନ ଏକ ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ତେବେ ଏହା କୌଣସି କମେଡି ଭିଡ଼ିଓ ସୁଟିଂ ବେଳର ଭିଡ଼ିଓ ନୁହେଁ ବରଂ ସତ ଭିଡ଼ିଓ ଅଟେ ।

ଦୀର୍ଘ ଦିନ ଧରି କମେଡିରେ ନଜର ଆସୁଥିବା ଗୁଲୁଆ ଏବଂ ତାଙ୍କ ବାନ୍ଧବୀ ବର୍ଷା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଭିଡ଼ିଓରେ ଉଭୟଙ୍କୁ ବିବାହ ଯୋଡ଼ାରେ ମଧ୍ୟ ଦେଖିବାକୁ ମିଳିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଉଭୟେ ବିବାହ କରି ସାରିଛନ୍ତି । କିନ୍ତୁ ଗଣମାଧ୍ୟମ ଆଗରେ ନିଜ ବିବାହକୁ ନେଇ ଗୁଲୁଆ ପୂର୍ବରୁ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।

କିନ୍ତୁ ଏଭଳି ଏକ ଭିଡ଼ିଓ ବର୍ତ୍ତମାନ ସାମ୍ନାକୁ ଆସିବା ପରେ ଫ୍ୟାନ ମାନେ ଖୁବ ଚର୍ଚ୍ଚା କରୁଛନ୍ତି । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଯେ କାହିଁକି ମିଷ୍ଟର ଗୁଲୁଆ ଏଭଳି ଲୁଚି ବିବାହ କଲେ । ଉଭୟଙ୍କର ବିବାହ ବର୍ତ୍ତମାନ ଶେଷ ହୋଇ ଯାଇଛି । ତେବେ କହିରଖିବୁ ଯେ ଉଭୟେ ଏକ ମନ୍ଦିରରେ ବିବାହ କରିଛନ୍ତି ।

ମିଷ୍ଟର ଗୁଲୁଆ ବର୍ଷାଙ୍କୁ ବିବାହ କରିଛନ୍ତି , ଯିଏକି ବହୁ ସମୟ ଧରି ଗୁଲୁଆଙ୍କ ସହିତ ରହିଥିଲେ । ତାଙ୍କ ସହଯୋଗୀ ଭାବରେ ପ୍ରତ୍ୟେକ ସମୟରେ ତାଙ୍କୁ ସହଯୋଗ କରିଥିଲେ ଏବଂ ତାଙ୍କୁ ପ୍ରେରଣା ଦେଉଥିଲେ । ଏହି ବିଷୟରେ ପୂର୍ବରୁ ଥରେ ମିଷ୍ଟର ଗୁଲୁଆ ମଧ୍ୟ କହିଥିଲେ ଯେ ବର୍ଷା ତାଙ୍କୁ ସବୁବେଳେ ତାଙ୍କ ପାଖରେ ରହି ପ୍ରେରଣା ଦିଅନ୍ତି । ଯେଉଁ କାରଣରୁ ସେ ଏତେ ଭଲ ଭଲ କମେଡ଼ି ଭିଡ଼ିଓ କରି ପାରନ୍ତି । କରୋନା ସମୟରେ ମିଷ୍ଟର ଗୁଲୁଆ ୟୁଟ୍ୟୁବରେ କମେଡି ଭିଡ଼ିଓ ଆରମ୍ଭ କରିଥିଲେ । ଯାହା ସେହି ସମୟରେ ବେଶ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କିନ୍ତୁ ବର୍ତ୍ତମାନ କହିବା କଥା ଯେ ଗୁଲୁଆ ଏଭଳି ଦର୍ଶକଙ୍କ ଠାରୁ ଲୁଚାଇ ମନ୍ଦିରରେ ବିବାହ କରିବାର କାରଣ କଣ ହୋଇପାରେ ? ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *