ମୁଖ୍ୟମନ୍ତ୍ରୀ ହେଉ ହେଉ ଜିତିଲେ ଜନତାଙ୍କ ହୃଦୟ । ଭାଙ୍ଗିଲେ ଲୁହାର ଗେଟ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ବର୍ତ୍ତମାନ ନାୟକ ଭାବରେ ନିଷ୍ପତ୍ତି ନେଉଛନ୍ତି । ଯାହାଙ୍କୁ ଦେଖି ଲୋକେ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେବ ତ ଏମିତି । ମୁଖ୍ୟମନ୍ତ୍ରୀ ହେଉ ହେଉ ସେ ନିଜ ଜନତାଙ୍କ ହୃଦୟ ଜିତି ନେଇଛନ୍ତି । ଏମିତିକି ଜନତା ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯେମିତି କୌଣସି ଦୂରତା ନରହିବ ତେଣୁ ବାସଭବନ ଆଗରେ ଥିବା ଆଇରନ ଗେଟକୁ ଭାଙ୍ଗିଛନ୍ତି । ନାୟକ ଫିଲ୍ମ ଷ୍ଟାଇଲରେ ବଡ଼ ବଡ଼ ନିଷ୍ପତ୍ତି ନେଉଛନ୍ତି । ତେବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେଉ ହେଇ ରେଭନ୍ଥ ରେଡ୍ଡୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଥିବା ଲୁହା ଗେଟକୁ ଭାଙ୍ଗି ଫିଙ୍ଗି ଦିଆଯାଇଛି ।

ଆଜ୍ଞା ହଁ , କଥା ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ । ସେ ମୁଖ୍ୟମନ୍ତ୍ରୀ ଭାବରେ ଶ-ପଥ ନେବାପରେ ପ୍ରଥମ କାର୍ଯ୍ୟ ଭାବରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଥିବା ଲୁହା ଗେଟକୁ ଭା-ଙ୍ଗି ଦେଇଛନ୍ତି । ନିର୍ବାଚନ ପ୍ରଚାର ବେଳେ ରେଭେନ୍ଥ କହିଥିଲେ ଯେ , ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ହାଇଦ୍ରାବାଦ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପ୍ରଗତି ଭବନ ସମ୍ମୁଖରେ ଥିବା ଲୁହାର ବେୟାର ଗେଟକୁ ଭାଙ୍ଗି ଦିଆଯିବ ।

ଆଉ ସେହି ଗେଟକୁ ଆଜି ଭାଙ୍ଗି ଦିଆଯାଇଛି । ଯାହାର ଅନେକ ଫୋଟ ଏବଂ ଭିଡ଼ିଓ ମଧ୍ୟ ଭାଇରଲ ହେଉଛି । ଏହାବ୍ୟତୀତ ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭବନ ଏବଂ ସଚିବାଳୟ ସବୁବେଳେ ଖୋଲା ରହିବ ।

ସେମାନେ ମୁଖ୍ୟମନ୍ତ୍ରୀ ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ସମସ୍ୟା ବିଷୟରେ କହିପାରିବେ । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ନାଁ ମଧ୍ୟ ବଦଳାଇ ଦିଆଯିବ ବୋଲି ସେ କହିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ନାଁ ପ୍ରଗତି ଭବନ ହୋଇଥିବା ବେଳେ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ଆମ୍ବେଦକର ପ୍ରଜା ଭବନ କରାଯିବ ବୋଲି ରେଭନ୍ଥ କହିଥିଲେ ।

ଏହି ଶପଥ ନେବା ପରେ ପରେ ଶ୍ରମିକ ଟ୍ରାକ୍ଟର ଏବଂ ବୁଲଡଜର ସମେତ ପୋଲିସ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜମା ହୋଇଥିଲେ । ସେମାନେ ସମସ୍ତେ ୧୦ ବର୍ଷ ଧରି ରହିଥିବା ଲୁହାର ବ୍ୟାରି ଗେଟକୁ ଭାଙ୍ଗିବାକୁ ଆସିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ଶ-ପଥ ସେ ପୂରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *