ଚିଲିକାରେ କେଉଁ ଅଦୃଶ୍ୟ ଶକ୍ତି ରହିଛି ? ବାରମ୍ବାର ଡଙ୍ଗା କାହିଁକି ଅଟକୁଛି….!

ପୁଣି ଚିଲିକାରେ ଅଟକିଲା ଡଙ୍ଗା । କେଉଁ ଅଦୃଶ୍ୟ ଶକ୍ତି ରହିଛି ଚିଲିକାରେ । କିଏ ଓ କାହିଁକି ଚଳନ୍ତା ଡଙ୍ଗାକୁ ଟାଣି ଧରୁଛି । କାହିଁକି ବାରମ୍ବାର ମଝି ଚିଲିକାରେ ଡଙ୍ଗା ଅଟକୁଥିବାର ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ଏହା ପଛରେ କଣ ରହିଛି ରହସ୍ୟ । ଭକ୍ତ ମାନେ ମା କାଲିଯାଇଙ୍କ ଦର୍ଶନ କରିବା ପାଇଁ ଡଙ୍ଗା ରେ ଏପଟ ରୁ ସେପଟ କୁ ଯାତ୍ରା କରିବା ସମୟରେ କିଏ ଓ କାହିଁକି ଡଙ୍ଗାକୁ ଟାଣିକି ଧରୁଛି ।

ଏହା ପଛର ରହସ୍ୟ କଣ ରହିଛି । ମଝି ଦରିଆରେ କାହିଁକି ଟଳମଳ ହେଉଛି ଯାତ୍ରୀଙ୍କ ଡଙ୍ଗା । ଡରରେ ଛାନିଆ ହୋଇ ଯାଉଛନ୍ତି ଯାତ୍ରୀ । କାରଣ ଚିଲିକାରେ ପୁଣି ଏକ ଡଙ୍ଗା ଅଟକିଛି । ନିକଟରେ ଏକ ଡଙ୍ଗା ଅଟକି ଥିବା ଖବର ଶୁଣିବାକୁ ମିଳିଥିବା ବେଳେ ପୁଣି ଆଉ ଏକ ଡଙ୍ଗା ଅଟକିଛି । ହେଲେ ବାସ୍ତବରେ ଏହା ପଛରେ କଣ ରହିଛି ସତ୍ୟତା । କାହିଁକି ଏପରି ହେଉଛି ମଝି ଚିଲିକାରେ । ଆସନ୍ତୁ ନଜର ପକାଇବା ।

ଗତକାଲି ଯାତ୍ରୀବାହୀ ଡଙ୍ଗା ଯାତ୍ରୀଙ୍କୁ ଡଙ୍ଗାରେ ଧରି ଚିଲିକା ମଝିରେ ଯାତ୍ରା କରୁଥିଲେ । ଠିକ ଡଙ୍ଗା ଯେତେବେଳେ ଯାଇ ମଝି ଚିଲିକାରେ ପହଞ୍ଚି ଥିଲା ସେତେବେଳେ ଡଙ୍ଗା ଟି ଅଟକି ଯାଇଥିଲା । ଯାତ୍ରୀ ମାନଙ୍କ ମନରେ ଭୟ ଆଉ ଆତଙ୍କ ଖେଳି ଯାଇଥିଲା କାହିଁକି ଓ କଣ ପାଇଁ ମଝି ଚିଲିକାରେ ଡଙ୍ଗା ଅଟକି ରହିଥିଲା । ତାର କାରଣ ଖୋଜିବା ପୂର୍ବରୁ ଯାତ୍ରୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା ।

ସମସ୍ତେ ଗୋଟିଏ ସମୟରେ ଭାବିଥିଲେ କିଏ ରହିଛି ଚିଲିକାର ମଝିରେ କାହିଁକି ଡଙ୍ଗାକୁ ଟାଣି ଧରୁଛି । କେଉଁ ଅଦୃଶ୍ୟ ଶକ୍ତି ଡଙ୍ଗାକୁ ଟାଣି ଧରୁଛି । ତେବେ ଅନେକ ଯାତ୍ରୀ ଥିବା ଡଙ୍ଗାକୁ ଟାଣି ଧରିବା ପଛରେ କଣ ଥାଇ ପାରେ କାରଣ । ଏବେ ଧୀରେ ଧୀରେ ଦିନକୁ ଦିନ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ କାହାର ପଡୁଛି କୋପ ଦୃଷ୍ଟି ।

ଚିଲିକାର ଅକାତ କାତ ପାଣି ମଧ୍ୟରେ ଏମିତି କେଉଁ ଶକ୍ତି ରହିଛି ଯିଏ ମଝି ଚିଲିକାରେ ଡଙ୍ଗାକୁ ଟାଣି ଧରିବାରେ ସମର୍ଥ ହେଉଛି । ବାରମ୍ବାର ସେହି ସମାନ ଘଟଣା ଘଟିବା ପରେ ଲୋକଙ୍କ ମନରେ ଏବେ ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଚକିତ କରିବା ମଧ୍ୟ ସ୍ବଭାବିକ କଥା । କାରଣ ଗତକାଲି ଜହ୍ନିକୁଦା ଘାଟ ନିକଟରୁ 4:15 ମିନିଟ ସମୟରେ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ସାତପଡ଼ା ଅଭିମୁଖେ ଏକ ଡଙ୍ଗା ପାର ହେଉଥିଲା ।

ସୂଚନା ଅନୁଯାୟୀ ଏହି ସମୟରେ ଡଙ୍ଗା ଟି ମଝି ଚିଲିକାରେ ଅଟକି ଯାଇଥିଲା । କୁହାଯାଉଛି କି ଏହି ସମୟରେ ଯାତ୍ରୀ ମାନେ ଭୟ ଓ ଆତଙ୍କ ମଧ୍ୟରେ ଥରି ଉଠିଥିଲେ । ହେଲେ ଯାହା କୁହାଯାଉଥିଲା କି ପାଣି କମ ଥିବାରୁ ଡଙ୍ଗା ଟି ଚିଲିକା ମଝିରେ ଅଟକି ଯାଇଛି । ଡଙ୍ଗା ଭିତରେ 30 ରୁ ଉର୍ଦ୍ଧ୍ବ ବାଇକ ଏବଂ ୫୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

ସେପଟେ ବାରମ୍ବାର ଏହିଭଳି ଘଟଣା ଘଟିବା ଦ୍ୱାରା ଲୋକେ ଏକ ଦମ ଆତଙ୍କିତ ହୋଇ ଯାଉଛନ୍ତି । ଡଙ୍ଗାରେ ଯାତ୍ରା କରୁଥିବା ଲୋକେ ଆତଙ୍କିତ ହୋଇ ଯାଉଛନ୍ତି । ହେଲେ ଏଠାରେ ଏକ ବଡ଼ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି କି କାହିଁକି ବାରମ୍ବାର ଯାତ୍ରୀ ବାହି ଡଙ୍ଗା ମଝି ଚିଲିକାରେ ଅଟକି ଯାଉଛି ।

ଏ ଘଟଣା କେବଳ ଗୋଟଏ ଘଟଣା ନୁହେଁ ଏପରି ଅନେକ ଘଟଣା ରହିଛି । ଯେତେବେଳେ କି ଭକ୍ତ ମାନେ କାଳିଜାଇ ଦର୍ଶନ କରିବାକୁ ଯାଉଥାନ୍ତି ସେତେବେଳେ ମଝି ଚିଲିକାରେ ଡଙ୍ଗା ଅଟକି ରହିଥାଏ । ଯାହା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥାନ୍ତି । କେବଳ ଅସୁବିଧା ନୁହେଁ ଲୋକଙ୍କ ମନରେ ଭୟ ଓ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାଏ ।

Leave a Reply

Your email address will not be published. Required fields are marked *