ଛେଳିକୁ ଦୁ-ଷ୍କ-ର୍ମ କଲା ଗାଁର ୱାର୍ଡ ମେମ୍ବର, ନିର୍ବାଚନ ଜିତିବା ପରେ ନିଜର ହିତାହିତ ଜ୍ଞାନ ଭୁଲିଗଲେ…

ନିରୀହ ପଶୁ ପକ୍ଷୀ କିଛି କହି ପାରନ୍ତି ନାହିଁ ଏବଂ ନିଜର କଷ୍ଟ କାହାକୁ କହି ପାରନ୍ତି ନାହିଁ । ସେଥିପାଇଁ ହିଁ ଏ ମଣିଷ ରୂପୀ ରାକ୍ଷସ ତା ଉପରେ ଅନେକ ଅ-ତ୍ୟାଚାର କରିଥାଏ । ଏ ମଣିଷ ଏତେ କ୍ରୁର ହୋଇ ଯାଇଛି ଯେ ନିରୀହ ପଶୁକୁ ଦୁ-ଷ୍କ-ର୍ମ କରିବାକୁ ମଧ୍ୟ ପଛାଉ ନାହିଁ । ଆଉ ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ବିଷୟରେ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ । କହି ରଖିବୁ ଯେ ଗାଁର ସୁରକ୍ଷା ପାଇଁ ନିର୍ବାଚିତ ହୋଇଥିବା ୱାର୍ଡ ମେମ୍ବର ଗୋଟିଏ ଛେଳିକୁ ଦୁ-ଷ୍କ-ର୍ମ କରିଥିବା ଖବର ଶୁଣିବାକୁ ମିଳିଛି । ଛେଳିକୁ ଥାନାକୁ ଆଣି ନ୍ୟାୟ ଭିକ୍ଷା କରିଛନ୍ତି ମାଲିକିଆଣି ।

ଯାଜପୁର ସଦର ଥାନା ଅନ୍ତର୍ଗତ ଶିମିଳିଆ ପଞ୍ଚାୟତର ଶିମିଳିଆ ଗ୍ରାମରେ ଛେଳିକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନିର୍ବାଚିତ ୱାର୍ଡ ସଭ୍ୟ ପ୍ରଶାନ୍ତ ନାୟକଙ୍କ ବିରୋଧରେ ମହିଳା ଜଣକ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ କିଛିଦିନ ତଳେ ଶିମିଳିଆ ଗାଁର ପ୍ରମିଳା ନାୟକଙ୍କ ଛେଳିର ବୋବାଳି ଶୁଣି ନିଜ ଘର ଠାରୁ ଅଳ୍ପ ଦୂରରେ ବନ୍ଧା ହୋଇଥିବା ଛେଳିକୁ ଆଣିବାକୁ ଯାଇଥିଲେ । କିନ୍ତୁ ସେଠାକୁ ଯାଇ ଯାହା ଦେଖିଲେ ତାଙ୍କ ଆଖି ବିଶ୍ୱାସ କରି ପାରି ନଥିଲା । ଅଳ୍ପ ଦୂରରେ ଥିବା ଜଙ୍ଗଲ ସ୍ଥାନରେ ଶିମିଳିଆ ଗ୍ରାମର ନିର୍ବାଚିତ ୱାର୍ଡ ମେମ୍ବର ପ୍ରଶାନ୍ତ ଛେଳିଟିକୁ ମାଡ଼ି ବସି ଦୁଷ୍କର୍ମ କରି ଚାଲିଥିଲା ।

ଯେଉଁଥିପାଇଁ ଛେଳିଟି ଚିତ୍କାର କରି ଚାଲିଥିଲା । ଦୁ-ଷ୍କ-ର୍ମ କାରଣରୁ ଛେଳିଲି ବୋବାଳି ଛାଡ଼ୁ ଥିବା ସହିତ ଖୁବ ରକ୍ତସ୍ରାବ ମଧ୍ୟ ହୋଇଥିଲା । ସଙ୍ଗେ ସଙ୍ଗେ ଛେଳି ମାଲିକିଆଣି ପାଖ ପଡ଼ିଶାକୁ ଡାକିବାରୁ ଘଟଣାସ୍ଥଳରେ ଛେଳିଟିକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ିଦେଇ ଅଭିଯୁକ୍ତ ପ୍ରଶାନ୍ତ ଦୌଡ଼ି ଚାଲି ଯାଇଥିଲା । ଛେଳି ମାଲିକିଆଣିଙ୍କ କହିବା ଅନୁଯାୟୀ ସେ ଏ ବିଷୟରେ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ କିଛି କହି ନଥିଲେ କାରଣ ସେ ସମ୍ପର୍କରେ ତାଙ୍କ ଶ୍ୱଶୁର ଥିଲେ । ମାତ୍ର ପରିବାର ଲୋକଙ୍କ ସହିତ ପରେ ଥାନାରେ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ ।

ତେବେ ଘଟଣା ପରେ ଛେଳିଟିକୁ ମୁର୍ମୁସ ଅବସ୍ଥାରେ ଉଦ୍ଧାର କରି ଯାଜପୁର ମୁଖ୍ୟ ପ୍ରାଣୀଧନ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା । ଏନେଇ ପ୍ରମିଳା ଯାଜପୁର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଛେଳିଟିକୁ ଦୁ-ଷ୍କ-ର୍ମ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଯାଜପୁର ସଦର ଥାନା ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *