ଆସିଲା ଖୁସି ଖବର , ମଧୁବାବୁ ପେନସନ ଯୋଜନାରେ ବନ୍ଦ ହେଲା ଡିବିଟି ମୋଡ ପେମେଣ୍ଟ

ଅନେକ ସମୟରେ ଲୋକଙ୍କ ସୁରକ୍ଷା ଆଉ ସୁବିଧାକୁ ଆଖି ଆଗରେ ରଖି କିଛି ଯୋଜନାରେ ପରିବର୍ତ୍ତନ କରିଥାନ୍ତି । ଆଉ ସେଗୁଡିକ ଯେପରି ଲୋକ ମାନେ ସହଜରେ ପାଇ ପାରିବେ ସେଥି ପାଇଁ ସଦାବେଳେ ଚିନ୍ତା କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଠିକ୍ ଏପରି କିଛି କଥା ଶୁଣିବାକୁ ମିଳିଛି , ଯାହା ସମସ୍ତଙ୍କୁ ଖୁସି କରାଇ ଦେଇଛି । ସୂଚନା ଅନୁଯାୟୀ , ବର୍ତ୍ତମାନ ସମୟରେ ମଧୁବାବୁ ପେନସନ ଯୋଜନାରେ ଡିବିଟି ମୋଡ ରେ ହେଉଥିବା ପେମେଣ୍ଟ ବନ୍ଦ କରି ଦିଆଯାଇଛି ।

ପେନସନ ପାଇବା ପାଇଁ ବୃଦ୍ଧା ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସେଥିପାଇଁ ଆଉ ସେମାନଙ୍କୁ ଯେମିତି କଷ୍ଟ ଭୋଗିବାକୁ ନ ପଡ଼ିବ , ଆଉ ସେମାନେ ସହଜରେ ଟଙ୍କା ପାଇ ପାରିବେ , ସେଥିପାଇଁ ସରକାର ଟଙ୍କା ନଗଦ ଆକାରରେ ଜାରି କରିଛନ୍ତି । ଆଉ ଗୋଟିଏ କଥା ମଧ୍ୟ କୁହାଯାଉଛି , ଯେଉଁ ବୃଦ୍ଧା ମାନେ ଟଙ୍କା ନେଇ ପାଇଁ କେନ୍ଦ୍ରକୁ ଆସିପାରିବେ ନାହିଁ , ସେମାନଙ୍କ ଘରକୁ ଟଙ୍କା ପଠାଯିବ ।

ଆଗରୁ ଅନେକ ସମସ୍ୟା ଦେଖା ଯାଇଛି , ଯାହା ଦ୍ଵାରା ବୃଦ୍ଧ ବୃଦ୍ଧା ମାନେ କଷ୍ଟ ପାଇଛନ୍ତି , କିଏ ଟଙ୍କା ଆଣିବାକୁ ଯାଇଥିବା ବେଳେ ବାଟରେ ପଡ଼ି ଯାଇଛି ତ ଆଉ କାହାର ଜୀବନ ଚାଲି ଯାଇଛି । ଆଉ ପୁଣି କାହାର ବ୍ୟାଙ୍କରେ ସମସ୍ୟା ଦେଖା ଦେଇଛି । କାହାର ଆଖିକୁ ଦେଖା ଯାଉ ନଥିଲା ବେଳେ ଆଉ କାହାର ଟିପ ଚିହ୍ନ ମଧ୍ୟ ମିଶୁ ନଥିଲା । ତେଣୁ ସେମାନେ ନିଜ ଟଙ୍କା ପାଇ ପାରୁ ନଥିଲେ ଆଉ କଷ୍ଟରେ ଜୀବନ ବିତାଉ ଥିଲେ । ତେବେ ବର୍ତ୍ତମାନ କିନ୍ତୁ ଆଉ ସେହି ସମସ୍ୟା ହେବ ନାହିଁ ।

ତେବେ ବୟସ ଅଧିକ କାରଣରୁ ଯେଉଁମାନେ ପେନସନ ବିତରଣ କେନ୍ଦ୍ରକୁ ଆସି ପାରିବେ ନାହିଁ , ସେମାନଙ୍କୁ ସେମାନଙ୍କ ଘରେ ମିଳିବ ପେନସନ ମିଳିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ । ତେବେ ଦେଖା ଯାଉ ଆଗକୁ ଏହି କାମ କେବେ ସୁଫଳ ହେଉଛି ଆଉ ସମସ୍ତଙ୍କ ମୁଁହରେ ହସ ଫୁଟୁଛି ।ସମସ୍ତେ ଏହା ଦ୍ଵାରା ଲାଭ ପାଉଛନ୍ତି , ନା ସେମାନଙ୍କୁ କଷ୍ଟ ଭୋଗିବାକୁ ପଡୁଛି , ତାହା ତ ଆଗାମୀ ସମୟ କହିବ।

Leave a Reply

Your email address will not be published. Required fields are marked *