ନବରାତ୍ରିରେ ଘରକୁ କିଣି ଆଣନ୍ତୁ ଏହି ଗୁପ୍ତ ଜିନିଷ , ଘର ହୋଇଯିବ ଧନରେ ଭରପୁର

ସମସ୍ତେ ଇଚ୍ଛା କରିଥାନ୍ତି , ତାଙ୍କ ଘର ଧନଧାନ୍ୟରେ ଭରପୁର ହୋଇଯାଉ ଆଉ ସେମାନେ ସୁଖ ଶାନ୍ତିରେ ଜୀବନ ବଞ୍ଚନ୍ତୁ । ତେବେ ଏହି ନବରାତ୍ରିରେ ଆପଣଙ୍କ ଘର ସୁଖ ଶାନ୍ତିରେ ଭରପୁର ହୋଇଯିବ ଏବଂ ଆପଣଙ୍କ ଘର ଧନରେ ପୁରି ଉଠିବ । ଯଦି ଆପଣ ଏହି ନବରାତ୍ରିରେ ଏହି ବିଶେଷ ଉପାୟ କରୁଛନ୍ତି , ତେବେ ନିଶ୍ଚିତ ଭାବରେ ଆପଣଙ୍କ ଘର ଧନରେ ଭରି ଉଠିବ ।

ତେବେ ଏହି ଉପାୟ ଆପଣ ନବରାତ୍ରିର ଯେକୌଣସି ଦିନରେ କରିପାରିବେ । ତେବେ ନବରାତ୍ରିରେ ଆପଣ ଘରକୁ ତୁଳସୀ ଗଛ ଆଣି ତାକୁ ପୂଜା କରନ୍ତୁ , ଦେଖିବେ ଘର ଧନରେ ଭରି ଯିବ । ଏହାବ୍ୟତୀତ ଶଙ୍ଖପୁଷ୍ପୀ ଗଛ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି କୌଣସି ଲୋକ ଚାରି ଧାମ ଯାତ୍ରା କରିବାକୁ ଚାହୁଁଛନ୍ତି କିମ୍ବା ବିଦେଶରେ ଯାଇ ରହିବାକୁ ଚାହୁଁଛନ୍ତି , ତେବେ ଆପଣ ନବରାତ୍ରିରେ ଘରକୁ ଧ୍ଵଜା କିଣି ଆଣନ୍ତୁ ।

ଆଉ ଏହାକୁ ପୂଜା କରି କୌଣସି ମନ୍ଦିରରେ ଯାଇ ଅର୍ପଣ କରିଦିଅନ୍ତୁ । ଏହାବ୍ୟତୀତ ଆରୋଗ୍ୟ ଲାଭ କରିବାକୁ ଚାହୁଁଥିଲେ , ନବରାତ୍ରିର ଯେକୌଣସି ଦିନ ଶୁଦ୍ଧ ଘିଅ ଆଣି ମାଆଙ୍କୁ ଦୀପ ଲଗାଇ ଅର୍ପଣ କରନ୍ତୁ । ଚାକିରୀ ପାଇବାକୁ ଚାହୁଁଥିଲେ , ଘରକୁ ତିନୋଟି ନଡ଼ିଆ କିଣି ଆଣି ମାଆଙ୍କୁ ଅର୍ପଣ କରନ୍ତୁ । ନବରାତ୍ରିରେ ଧନ ପାଇବାକୁ ଚାହୁଁଥିଲେ , ନଅ ଜଣ କିନ୍ନରଙ୍କ ପାଖରୁ ଏକ ଏକ ଟଙ୍କା ନେଇ ଆସନ୍ତୁ ।

ଆଉ ତାପରେ ଏହାକୁ କ୍ଷୀରରେ ସ୍ନାନ କରାଇ ବାକ୍ସ ଭିତରେ ରଖନ୍ତୁ , ଏହାପରେ ଅତ୍ୟନ୍ତ ଶୁଭ ମିଳିବ । ନବରାତ୍ରିରେ ପଦ୍ମ ଉପରେ ବିରାଜିତ ମାଆ ଲକ୍ଷ୍ମୀଙ୍କର ଫୋଟ ଆଣିବା ଅତ୍ୟନ୍ତ ଶୁଭ ବିବେଚନା କରା ଯାଇଥାଏ । ଏହାକୁ ଆଣି ଉତ୍ତର ଦିଗରେ ସ୍ଥାପିତ କରନ୍ତୁ , ଏହାଦ୍ବାରା ଘର ଧନରେ ପରିପୂର୍ଣ ହୋଇଯିବ । ରୂପାର କଇଁଛ ଏବଂ ରୂପା ପଦ୍ମ ଘରକୁ ଆଣି ରଖିବା ଦ୍ଵାରା ମଧ୍ୟ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *