ଧନତେରସରେ କିଣନ୍ତୁ ଏହି ସବୁ ଜିନିଷ , ବଦଳି ଯିବ ଆପଣଙ୍କ ଭାଗ୍ୟ , ଜାଣନ୍ତୁ କଣ କିଣିବେ ଆଉ କଣ କିଣିବେ ନାହିଁ

ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ କି , ହିନ୍ଦୁ ଧର୍ମରେ ଧନତେରସର ଅନେକ ମହତ୍ତ୍ଵ ରହିଛି । ଏହିଦିନ ଭଗବାନ ବିଷ୍ଣୁ , ମାଆ ଧନନ୍ତେରି , ମାଆ ଲକ୍ଷ୍ମୀଙ୍କ ପୂଜା କରା ଯାଇଥାଏ । ଏମାନଙ୍କ ପୂଜା କରିବା ଦ୍ୱାରା ଘରକୁ ଧନ ଆସିଥାଏ । ଆଉ ଘର ସୁଖରେ ପରିପୂର୍ଣ୍ଣ ହୋଇ ଯାଇଥାଏ । ଏହିଦିନ ଘରକୁ ନୂଆ ନୂଆ ଜିନିଷ କିଣି ଅଣା ଯାଇଥାଏ ଆଉ ପୂଜା କରା ଯାଇଥାଏ । ବିଶ୍ୱାସ କରା ଯାଇଥାଏ କି , ଘରକୁ ନୂଆ ଜିନିଷ କିଣି ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଆଉ ଘରକୁ ଧନ ସମ୍ପତ୍ତି ମଧ୍ୟ ଆସିଥାଏ । ତେଣୁ ସମସ୍ତେ ଏହି ଧନତେରସରେ ନୂଆ ନୂଆ ଜିନିଷ କିଣିବାକୁ ଲାଗି ପଡିଥାନ୍ତି । ତେବେ ପୁରାଣରେ ଏପରି କିଛି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି , ଯାହା ଧନତେରସ ଦିନ ଘରକୁ ଆଣିବା ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରା ଯାଇଥାଏ । ତେବେ ଆସନ୍ତୁ ଆଜି ଏହି ପୋଷ୍ଟ ମାଧ୍ୟମରେ ସେପରି କିଛି ଜିନିଷ ବିଷୟରେ ଜାଣି ନେବା , ଯାହା ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ପ୍ରଥମରେ ଝାଡୁ । ଏହି ଦିନ ଘରକୁ ଝାଡୁ ଆଣିବା ଦ୍ଵାରା ମାଆ ଲକ୍ଷ୍ମୀ ମଧ୍ୟ ଘରକୁ ଆସିଥାନ୍ତି ଏବଂ ଧନର ଆଗମନ ମଧ୍ୟ ହୋଇଥାଏ । ଦ୍ଵିତୀୟରେ ଗଣେଶ ଏବଂ ଲକ୍ଷ୍ମୀ ମୂର୍ତ୍ତି । ଏହିଦିନ ଗଣେଶ ଏବଂ ଲକ୍ଷ୍ମୀ ମୂର୍ତ୍ତି ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଧ୍ୟାନ ରଖିବେ ଗଣେଷଙ୍କ ଶୁଣ୍ଢ ବାମ ପଟକୁ ଥିବା ଉଚିତ୍ ଏବଂ ମାଆ ଲକ୍ଷ୍ମୀ ପଦ୍ମ ଉପରେ ବସିଥିବେ । ତୃତୀୟରେ ଗୋମତୀ ଚକ୍ର । ଏହାକୁ ଆଣି ଆପଣ ଦୀପାବଳି ଦିନ ପୂଜାରେ ମଧ୍ୟ ବ୍ୟବହାର କରିପାରିବେ । ଚତୁର୍ଥରେ ଧାତୁର ଜିନିଷ ।

ଏହିଦିନ ସୁନା ରୂପା ଆଦି ଘରକୁ ନିହାତି ଆଣିବା ଉଚିତ୍ । ପଞ୍ଚମରେ ମାଟିର ଦୀପ । ଷଷ୍ଠରେ ଧନିଆ ପତ୍ର । ଏହାର ମଧ୍ୟ ଅନେକ ମହତ୍ତ୍ଵ ରହିଥାଏ । ତେଣୁ ଏହାକୁ ଆପଣ ଘରକୁ କିଣି ଆଣିପାରିବେ । ସପ୍ତମରେ ରୁଦ୍ରାକ୍ଷ । ଏହାକୁ ଘରକୁ ଆଣିବା ଦ୍ଵାରା ପ୍ରଭୁ ଶିବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାବେଳେ ରହିଥାଏ । ଅଷ୍ଟମରେ ଶୁଖିଲା ହଳଦୀ । ଏହାକୁ ଆଣି ପୂଜା କରି ଘରର ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ନବମରେ ଲୁଣ । ଏହାକୁ ଆଣି ଘରର ପୋଛା ମାରନ୍ତୁ ।

ଆପଣ ଧନତେରସରେ କୁବେର ଭଗବାନଙ୍କର ମୂର୍ତ୍ତି ମଧ୍ୟ ଆଣିପାରିବେ । ଏହାକୁ ପୂଜା କରି ପୂଜା କରୁଥିବା ସ୍ଥାନରେ ରଖିପାରିବେ । ଅନ୍ୟଟି ହେଉଛି କଉଡ଼ି । ଘରକୁ କଉଡ଼ି ଆଣିଲେ କେବେ ମଧ୍ୟ ଧନର ଅଭାବ ରହିବ ନାହିଁ । ତେବେ ଆଉ ଗୋଟିଏ କଥା ଜାଣି ରଖନ୍ତୁ ଯେ , ଏହିଦିନ କାହାକୁ ମଧ୍ୟ ଉଧାର ଦେବା ଉଚିତ୍ ନୁହେଁ , ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ଘର ଛାଡ଼ି ପଳାଇବେ । ଏହିଦିନ ଘରକୁ ସଫା ମଧ୍ୟ କରିବା ଉଚିତ୍ ।

ଘରେ ସବୁବେଳେ ସୁଖ ଶାନ୍ତିରେ ବାସ କରନ୍ତୁ , ଏହାଦ୍ବାରା ମାତା ଲକ୍ଷ୍ମୀ ଘରକୁ ଆଗମନ କରିବେ । ଘରର ମୁଖ୍ୟ ଦ୍ଵାର ସବୁବେଳେ ସଫା ସୁତୁରା ରଖିବା ଉଚିତ୍ । କାରଣ ଏହି ବାଟ ଦେଇ ମାଆ ଘରକୁ ପ୍ରବେଶ କରିଥାନ୍ତି । ଘରେ ଆଦୌ ମାଆ ଲକ୍ଷ୍ମୀଙ୍କ ଭାଙ୍ଗି ଯାଇଥିବା ମୂର୍ତ୍ତି ରଖନ୍ତୁ ନାହିଁ , ଏପରି କରିବା ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *