କଲେଜରେ ପାଠ ପଢ଼ା ନାଁରେ ଚାଲିଥିଲା ରାଗିଂ । ସହି ନପାରି ଆ-ତ୍ମ-ହତ୍ୟା କଲେ ଇଞ୍ଜିନିୟରିଂ ଛାତ୍ରୀ…

ବର୍ତ୍ତମାନ ସମୟରେ ପ୍ରାୟତଃ ସରକାର ସବୁ କଲେଜରୁ ରେଗିଂ ଉଠାଇ ଦେଇଥିଲେ ହେଁ କିଛି କଲେଜରେ ତଥାପି କିଛି ପିଲା ରେଗିଂ କରୁଛନ୍ତି । ଏହି ରେଗିଂ କାରଣରୁ ମଧ୍ୟ ଅନେକ ସମୟରେ ପିଲା ଆତ୍ମହତ୍ୟା କରିଥିବା ଆପଣ ମାନେ ଶୁଣିବାକୁ ପାଇଥିବେ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘଟଣା ଶୁଣିବାକୁ ମିଳିଛି । ରେଗିଂ ସହି ନପାରି ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମ-ହତ୍ୟା କରିଛନ୍ତି । ଏହି ଘଟଣା ପରେ ସେଠାକାର ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଛି । ଏହି ଘଟଣାର କାରଣ କେବଳ ରେଗିଂ ବୋଲି ଜାଣିବାକୁ ମିଳିଛି । ରେଗିଂ ସହି ନପାରି ଛାତ୍ରୀ ଏଭଳି କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା କରେଇ ଥାନା ଅନ୍ତର୍ଗତ ସରକାରୀ ପୋଲିଟେକ୍ନିକ କଲେଜରେ । ତିନି ବର୍ଷ କଲେଜରେ ପଢ଼ିଥିଲେ ରୋଜାଲିନ । ମାତ୍ର କଲେଜକୁ ଆସିବାର ୨ ମାସ ଭଲରେ ରହିବା ପରେ ହିଁ ତାଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିଥିଲେ ସିନିୟର ପିଲା ମାନେ । ଯାହାକୁ କୌଣସି ପ୍ରକାରେ ସହି ଯାଉଥିଲେ ରୋଜାଲିନ ।

ମାତ୍ର ସମୟ ଏମିତି ଆସିଲା ଯେତେବେଳେ ସେସବୁକୁ ସହି ପାରି ନଥିଲେ ରୋଜାଲିନ । ଯେଉଁ କାରଣରୁ ଏଭଳି ଏକ ପଦକ୍ଷେପ ନେଇଗଲେ । ପରିବାରର କେହିବି ଲୋକ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ରୋଜାଲିନ ଏଭଳି କରିବ ବୋଲି । ପରିବାର ଲୋକ ସବୁକିଛି ବୁଝିବା ଆଗରୁ ଏବଂ ବୁଝାଇବା ଆଗରୁ ଆଖି ବୁଜିଦେଲେ ରୋଜାଲୀନ ।

ତେବେ ସେହି କଲେଜରେ ରୋଜାଲିନଙ୍କ ସହିତ ଅନ୍ୟ ଜଣେ ଘର ପାଖ ପିଲା ମଧ୍ୟ ପଢ଼ୁଥିଲେ । ଯିଏକି ଘରକୁ କଲ କରି ରୋଜାଲିନଙ୍କ ମା’ଙ୍କୁ ଜଣାଇଥିଲେ ଯେ ତାଙ୍କ ଝିଅର ଦେହ ଖରାପ ତେଣୁ ତୁରନ୍ତ କଲେଜକୁ ଆସିବା ପାଇଁ । ମାତ୍ର ମା’ ଯେତେବେଳେ କଲେଜରେ ଯାଇ ଦେଖନ୍ତି ତାଙ୍କ ଝିଅ ଆଉ ନଥିଲା । ରେଗିଂ ଏତେ ଅସହ୍ୟ ହେଲା ଯେ ସେ ଜୀବନ ହାରିଦେଲା ।

ବାସ ଆ-ତ୍ମହତ୍ୟା ଆଗରୁ ରୋଜାଲିନଙ୍କର ଏକ ହାତ ଲେଖା ଚିଠି ହିଁ ମିଳିଛି । ତେବେ ଘଟଣା ଏହା ଯେ ରୋଜାଲିନଙ୍କ ପରିବାର ଲୋକଙ୍କ କହିବା ମୁତାବକ ରୋଜାଲିନଙ୍କୁ ସେହି କଲେଜର ତାଙ୍କର ସିନିୟର ଛାତ୍ର ଛାତ୍ରୀ ଅର୍ପିତା ଦଳାଇ ଏବଂ ବିଭୁ ଦତ୍ତ ରେଗିଂ କରୁଥିଲେ । ଖାଲି ସେତିକି ନୁହେଁ ଚାପୁଡ଼ା ମାରିବା ସହିତ ନାନା ପ୍ରକାରର ଧମକ ମଧ୍ୟ ଦେଉଥିଲେ ।

ଅଭିଯୋଗ ମୁତାବକ ବର୍ତ୍ତମାନ ଚାରି ଜଣ ପିଲା ନାମ ସାମ୍ନାକୁ ଆସିଛି । ବିଭୁଦତ୍ତ ସାହୁ , ଅର୍ପିତା ଦଳାଇ , ପିଙ୍କି ଏବଂ ଶୁଭସ୍ମିତା ପଣ୍ଡା । ତେବେ ସେମାନେ ରୋଜାଲିନଙ୍କୁ ରେଗିଂ କରୁଥିବାରୁ ରୋଜାଲିନ ଘରେ ସବୁକିଛି ଜଣାଇ ଥିଲେ । ଯେତେବେଳେ ରୋଜାଲିନଙ୍କ ମା’ କଲେଜରେ ଜଣାଇବେ କହିଲେ ସେତେବେଳେ ରୋଜାଲିନ ତାଙ୍କୁ ଏସବୁ କହିବାକୁ ମନା କରିଥିଲେ ।

ଆଉ ଦୁଇ ମାସ ଚଳିଯିବେ ବୋଲି କହିଥିଲେ । ଏମିତିକି ଆ-ତ୍ମହତ୍ୟା ଦିନ ରାତିରେ ହିଁ ରୋଜାଲିନ ନିଜ ମାମୁଁଙ୍କୁ କଲ କରି ଏସବୁ କହିଥିଲେ । ମାତ୍ର ମାମୁଁ କିଛି ପଦକ୍ଷେପ ନେବା ଆଗରୁ ହିଁ ରୋଜାଲିନ ଆ-ତ୍ମହତ୍ୟା କରି ଦେଇଥିଲେ । ଆଉ ଝିଅର ଏଭଳି ଦୁର୍ଦ୍ଦଶା ଦେଖି ତାଙ୍କ ମା’ ଏବଂ ପୁରା ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଏବଂ ପରିବାର ଲୋକେ ଏନେଇ ଅଭିଯୋଗ ମଧ୍ୟ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *