ପ୍ରେମିକ ପାଇଁ ମା ମାରିଦେଲା ଜନ୍ମକଲା ଛୁଆକୁ….

ଧନ୍ୟ ତୋ ମାତୃତ୍ୱକୁ ଆଉ ଧନ୍ୟ ତୋ ମା ପଣିଆକୁ। ତୁ ମା ନୁହେଁ ଲୋ ତୁ ଗୋଟେ କଞ୍ଚା ଡାହାଣୀ। ତୁ ମା ନୁହେଁ ତୁ ଗୋଟେ ଜୀଅନ୍ତା ରାକ୍ଷାଶୁଣି। ତୁ ମା ନୁହେଁ ତୁ ଗୋଟେ ପିଚାଷୀ। ତୋ ପରି ମା ଏ ସମାଜ ପାଇଁ କଳଙ୍କ। ତୋ ପରି ମା ସତରେ ଏ ସମାଜ ପାଇଁ ନିନ୍ଦା। ଛି ଛି ମା ଛି। ତତେ ମା ବୋଲି କହିବାକୁ ଲଜ୍ୟା ଲାଗୁଛି। ତୋ ପ୍ରେମିକ ତୋର ଏତେ ନିଜର ହୋଇଗଲା। ତୁ ପ୍ରେମ ନିଶାରେ ଏମିତି ବାୟାଣୀ ହୋଇଗଲୁ ଯେ ମୋ ଭଳି ଏକ କଅଁଳ ନିଷ୍ପାପ ନିରିହ ଶିଶୁକୁ କଚାଡି ମାରିଦେଲୁ। ତୁ ମତେ ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରିଥିଲୁ କି ନାହିଁ ମୋର ସନ୍ଦେହ ହେଉଛି। ତୋ ପରି ପାପୀର କୋଳରେ ଜନ୍ମ ହେଇଥିଲି ବୋଲି ନିଜକୁ ଧିକ୍କାର କରୁଛି। ମା ଏ ଦୁନିଆ ସାରା ଦେଖିଆ ଯାଇ ତୋ ପରି ମା ବାସ୍ତବରେ ଏ ଦୁନିଆରେ ବିରଳ।

ମୁଁ ତୋର କି ଦୋଷ କରିଥିଲି ମୁଁ କଣ ତୋ ପ୍ରେମରେ କଣ୍ଟା ସାଜୁଥିଲି କାହିଁକି ମୋ ଜୀବନ ନେଇଗଲୁ। ତୋ ହାତ ଥରି ଉଠିଲାନି ଯେତେବେଳେ ତୁ ମତେ ନିଜ ହାତରେ ମାରିଦେଲୁ। ତୋ ମାତୃତ୍ୱ ତତେ ଟିକେ ବାଧା ଦେଲାନି ଯେତେବେଳେ ମତେ ମାରି ପୋତି ପକାଇଲୁ। ତୋ ବିବେକ ତତେ ଟିକେ ହେଲେ ବାଧା ଦେଲାନି ମା । ଜାଣିଛୁ ତୁ ଆଉ ତୋ ପ୍ରେମିକ ମିଶି ଯେତେବେଳେ ମୋ ଜୀବନ ନେଇଗଲ ସେତେବେଳେ ମତେ କେତେ କଷ୍ଟ ହେଲା।

ହେଲେ ଛୁଆ ମାନଙ୍କୁ କଷ୍ଟ ହେଲେ ଛୁଆ ମାନେ ମା କୋଳକୁ ଯାଇ ନିଜର ସୁରକ୍ଷା କଥା ଚିନ୍ତା କରନ୍ତି। ହେଲେ ଯେତେବେଳେ ନିଜ ମାର କୋଳ ମୋ ପାଇଁ ସୁରକ୍ଷିତ ନୁହେଁ ଯେତେବେଳେ ମୋ ନିଜ ମା ମତେ ମାରିଦେବାକୁ ଯୋଜନା କରୁଥିଲା କହିଲୁ ମୁଁ ଯାଇଥାନ୍ତି କୁଆଡେ। ମୁଁ ସେହି ସମୟରେ ଭାବୁଥିଲି ତୁ ମୋର ନିଜ ଜନ୍ମ କଲା ମାଟି,ମତେ ମମତାର ବିନ୍ଦୁ ନିଗାଡି ତୁ ମତେ ଜନ୍ମ କରିଛୁ ଟି ? ହେଲେ ମା ଜାଣିଛୁ ତୁ ମୋ ଜୀବନ ନେଇଗଲା ବେଳେ ମତେ ଭାରି କଷ୍ଟ ହେଉଥିଲା ଆଉ ଶେଷରେ ମୁଁ ସବୁଦିନ ପାଇଁ ଆଖି ବୁଝିଦେଲି। ତୁ କଣ କଲୁ ନା ମତେ ମାରି ଏକ ମିଛ ନାଟକ ରଚିଲୁ।

ତୁ ସିନା ଦୁନିଆ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଦେଲୁ ହେଲେ ଭଗବାନ ପରା ଉପରେ ଥାଇ ଦେଖୁଥିଲେ ଏବେ ଦେଖେ ସେ ହିଁ ସମସ୍ତ ସତ ସାମ୍ନାକୁ ଆଣିଲେ। ତୁ କ୍ଷମାର ଯୋଗ୍ୟ ନୁହେଁ ମା। ତେଣୁ ମୁଁ ଉପରେ ଥାଇ ତତେ ଅଭିଶାପ ଦେଉଛି ତୁ ସାରା ଜୀବନ ସେହି ଜେଲର ଅନ୍ଧାର କୋଠରୀରେ ସମୟ କାଟୁଥା। ଉପରେ ଥାଇ ନିଜ ମାକୁ ମନେ ମନେ ଏପରି କହୁଥିବ ପୁଅ। ଯେଉଁ ପୁଅକୁ ପ୍ରେମିକ ସହ ମିଶି ମା ହତ୍ୟା କରିଛି।କିଭଳି ହାତ ଗଲା ପୁଅ ପରି ଅମୂଲ୍ୟ ରତ୍ନର ଜୀବନ ନେବାକୁ। ଛୁଆ ଆଗରେ ପ୍ରେମିକ କଣ ଏତେ ବଡ଼ ହୋଇଯାଇଥିଲା ଯେ ମା ରାକ୍ଷାସି ସାଜିଲା।

ଏଭଳି ସ୍ପର୍ଶକାତର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ମାଟିଆପଡା ଗ୍ରାମରେ। ସ୍ୱାମୀ ବାହାରେ ରହି କାମ କରୁଥିବା ବେଳେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ମା ଛୁଆ ମାନଙ୍କୁ ନେଇ ପଟ୍ଟାମୁଣ୍ଡାଇରେ ଘର ଭଡା ନେଇ ରହୁଥିଲେ। ଆଉ ସେଠାରେ ଟିୟୁସନ ମାଷ୍ଟର ସହ ଗଢିଉଠିଥିଲା ମହିଳାଙ୍କର ପ୍ରେମ ସମ୍ପର୍କ ଆଉ ମହିଳା ଓ ଟିୟୁସନ ମାଷ୍ଟରଙ୍କ ପ୍ରେମ ସମ୍ପର୍କରେ କଣ୍ଟା ସାଜିଥିଲା ତିନି ବର୍ଷର କଅଁଳ ଶିଶୁ।ଛୋଟ ଶିଶୁ ପୁତ୍ରକୁ ନେଇ ସବୁବେଳେ ପ୍ରେମ ସମ୍ପର୍କରେ ଦେଖା ଦେଉଥିଲା ବିବାଦ।

ଶେଷରେ ମା ଓ ଟିୟୁସନ ମାଷ୍ଟର ମିଶି ଯୋଜନା କରିଥିଲେ ଶିଶୁ ପୁତ୍ରକୁ ରାସ୍ତାରୁ ହଟାଇ ଦେବାକୁ। ଏ ଘଟଣା ସଭ୍ୟ ସମାଜ ପାଇଁ ଏକ ବହୁତ ବଡ଼ କଳଙ୍କ ବୋଲି ସମାଜ କହୁଥିବା ବେଳେ ଏ ମହିଳାଙ୍କ ମାତୃତ୍ୱକୁ ଧନ୍ୟ ଧନ୍ୟ କହୁଛି। ମା ହୋଇ ପ୍ରେମିକ ପାଇଁ କିଭଳି ଛୁଆର ଜନ୍ମ ନେଇ ପାରେ ଏ ଘଟଣା ବୋଧେ ହୁଏ ସମାଜରେ ବିରଳ।

ସେପଟେ ପ୍ରେମକ ଟିୟୁସନ ମାଷ୍ଟର ଓ ମହିଳା ଜଣଙ୍କ ମିଶି ଛୁଆଟିକୁ କଚାଡି କଚାଡି ମାରିଦେବା ପରେ ପୋଲିସ ଓ ପରିବାର ଭୟରେ ଛୁଆକୁ ପୋତି ପକାଇଥିଲେ। ତେବେ ଏ ଘଟଣା ଯେତେବେଳେ ପବନ ବେଗରେ ବ୍ୟାପି ଚାଲିଲା ସେତେବେଳେ ମା ନିଜକୁ ସୁରକ୍ଷା ଦେବା ପାଇଁ ପଟ୍ଟାମୁଣ୍ଡାଇ ଥାନାରେ ପ୍ରେମିକ ନାମରେ ଅଭିଯୋଗ କରିଥିଲା କହିଥିଲା ତା ଛୁଆକୁ ଟିୟୁସନ ମାଷ୍ଟର ମାରିଦେଇଛି ବୋଲି।

ତେବେ ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ତଦନ୍ତ ସମୟରେ ସାମ୍ନାକୁ ଆସିଥିଲା ଏପରି ସାଂଘାତିକ ଘଟଣା କେବଳ ପ୍ରେମ ସମ୍ପର୍କ ନୁହେ ଅନୈତିକ ସମ୍ପର୍କରେ ଥିଲେ ଜଡିତ ଥିଲେ ଏହି ଦୁଇ ମହିଳା ଏବଂ ଯୁବକ। ତେବେ ଦୁହେଁଙ୍କୁ ପଟ୍ଟାମୁଣ୍ଡାଇ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *