ବୃଦ୍ଧା- ବୃଦ୍ଧଙ୍କ ପାଇଁ ଖୁସି ଖବର, ଚାରି ଧାମ ଯାତ୍ରା ପାଇଁ ଲଞ୍ଚ ହେଲା ଆକର୍ଷଣୀୟ ପ୍ୟାକେଜ , ୧୨ ଦିନରେ ରହିଛି ଏହି ସବୁ ସୁବିଧା…

ଥରେ ଥରେ ଲୋକମାନଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ଉପହାର ମିଳିଥାଏ ଆଉ ତାହା ପୁଣି ମାଗଣାରେ । ତେବେ ମାଗଣାରେ ଉପହାରକୁ ଆମେ ସମସ୍ତେ ସହଜରେ ଗ୍ରହଣ କରି ନେଇ ଥାଉ । ସେ କମ୍ପାନୀ ପକ୍ଷରୁ ହେଉ କିମ୍ବା କୌଣସି ସପିଙ୍ଗ ମଲ ହେଉ କିମ୍ବା କୌଣସି ସାଙ୍ଗ ନିକଟରୁ ହେଉ । ଖୁସି ଖୁସିରେ ଆମେ ତାକୁ ଗ୍ରହଣ କରି ନେଇଥାଉ । ମାଗଣା ଜିନିଷ ସମସ୍ତଙ୍କୁ ଆକର୍ଷିତ କରିଥାଏ ।

ତେବେ ଅନ୍ୟପକ୍ଷରେ ସମସ୍ତଙ୍କୁ ବୁଲିବା ପାଇଁ ବହୁତ ଭଲ ଲାଗିଥାଏ । ଆଉ ଯଦି ବୁଲିବାଟା କମ୍ ଟଙ୍କା କିମ୍ବା ମାଗଣାରେ ହୋଇଯିବ , ତେବେ ଆହୁରି ମଜା ଆସି ଯାଇଥାଏ । ସମସ୍ତଙ୍କୁ ନୂଆ ନୂଆ ସ୍ଥାନର ମଜା ନେବା ପାଇଁ ବହୁତ ଭଲ ଲାଗିଥାଏ । କାହାକୁ ମନ୍ଦିର ଭଲ ଲାଗିଥାଏ ତ ଆଉ କାହାକୁ ପାହାଡ଼ ପର୍ବତ ତ ଆଉ କାହାକୁ ସମୁଦ୍ର , ନଦୀ , ଝରଣା ଆଦି ସ୍ଥାନ ବୁଲିବା ପାଇଁ ବହୁତ ଭଲ ଲାଗିଥାଏ । ତେବେ ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଆଇଆରସିଟିସି ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ।

ଲୋକମାନଙ୍କ ପାଇଁ ଆଇଆରସିଟିସି ଅନେକ ସୁବିଧା ଉପଲବ୍ଧ କରାଇଥାଏ । ତେବେ ବର୍ତ୍ତମାନ ସମୟରେ ପୁଣିଥରେ ଏଭଳି ଏକ ସୁଯୋଗ ଆଣିଛି , ଯାହାଦ୍ୱାରା ବହୁତ କମ୍ ଟଙ୍କାରେ ଆପଣ ଚାରି ଧାମ ବୁଲିପାରିବେ ଆଉ ଭଗବାନଙ୍କର ଦର୍ଶନ କରିପାରିବେ । ତେବେ ପ୍ରାୟତଃ ସମସ୍ତଙ୍କର ଚାରିଧାମ ଦର୍ଶନ ପାଇଁ ବହୁତ ଇଚ୍ଛା ରହିଥାଏ କିନ୍ତୁ କମ୍ ଲୋକଙ୍କର ଏହି ଇଚ୍ଛା ପୂର୍ଣ୍ଣ ହୋଇ ପାରିଥାଏ । ତେବେ ଆଇଆରସିଟିସି ପକ୍ଷରୁ ଆସିଥିବା ଏହି ପ୍ୟାକେଜରେ ଆପଣ ୧୨ ଦିନ ମଧ୍ୟରେ ଏହି ସବୁ ସୁବିଧା ପାଇ ପାରିବେ । ଆସନ୍ତୁ ସେ ବିଷୟରେ ଜାଣିବା ।

ତେବେ ଆପଣଙ୍କୁ କହିରଖୁଛୁ ଯେ , ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ଦେଖୋ ଅପନା ଦେଶ ଅଧୀନରେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ ଅର୍ଥାତ ଆଇଆରସିଟିସି ପକ୍ଷରୁ ଚାରି ଧାମ ଯାତ୍ରା ପ୍ୟାକେଜକୁ ଲଞ୍ଚ କରାଯାଇଛି । ଆଉ ଏହି ପ୍ୟାକେଜର ନାମ ଚାରି ଧାମ ଯାତ୍ରା ଏକ୍ସପ୍ରେସ ନାଗପୁର ରଖାଯାଇଛି । ତେବେ ମେ ମାସ ୧୪ ତାରିଖରେ ଏହାର ଶୁଭାରମ୍ଭ ହେଉ ଥିବା ବେଳେ ୧୧ ରାତି ଏବଂ ୧୨ ଦିନ ଏହି ଯାତ୍ରାରେ ଅନ୍ତର୍ଭୁକ୍ତ ରହିଛି ।

ଅନ୍ୟପକ୍ଷରେ ଟଙ୍କା ବିଷୟରେ କହିବାକୁ ଗଲେ , ଜଣେ ବ୍ୟକ୍ତିଙ୍କ ପିଛା ଏହି ବିମାନ ଯାତ୍ରା ପ୍ୟାକେଜର ମୂଲ୍ୟ ୫୮ ହଜାର ୯୦୦ ଟଙ୍କା ରହିଛି । ମେ ୧୪ ତାରିଖରେ ନାଗପୁରରୁ ଦିଲ୍ଲୀକୁ ଏହି ବିମାନ ଯାତ୍ରା କରିବ । ଆଉ ସେଠାରୁ ହରିଦ୍ୱାର , ଗଙ୍ଗୋତ୍ରୀ , ଗୁପ୍ତକାଶୀ , ଜାନକୀ ଚଟ୍ଟୀ , କେଦାରନାଥ , ସୋନପ୍ରୟାଗ , ଉତ୍ତରକାଶୀ ଏବଂ ବଦ୍ରୀନାଥ ପର୍ଯ୍ୟନ୍ତ ଯାତ୍ରା କରିବ । ଆଉ ମେ ୨୬ ତାରିଖରେ ଏହି ପ୍ୟାକେଜ ଶେଷ ହୋଇଯିବ । ତେବେ ଏଥିପାଇଁ ବୁକିଂ କରିବାପାଇଁ ଆପଣ ମାନଙ୍କୁ ଆଇଆରସିଟିସିର ଅଫିସିଆଲ ୱେବସାଇଟ irctctourism.com ଉପରେ କ୍ଲିକ କରି ବୁକିଂ କରିବାକୁ ପଡିବ । ଯାହାପରେ ଆପଣ ଏହି ଯାତ୍ରାର ମଜା ନେଇପାରିବେ ।

Leave a Reply

Your email address will not be published. Required fields are marked *