କାରଖାନା ଭାଉଜ ନେହା ପାଣିଗ୍ରାହୀଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଇପାରେ ବିଜେପି…।

ଲେଖାଶ୍ରୀ ଗଲେ ନେହା ଆସିଲେ। କାରଖାନାରୁ ପରିଚୟ ପାଇଲେ।ବିଜେପିରେ ମିଶି ନେତ୍ରୀ ହେଲେ। ଦଳରେ ଲେଖାଶ୍ରୀଙ୍କ ଜାଗା ନେଲେ।ଆଜ୍ଞା ହଁ ବନ୍ଧୁଗଣ ଆପଣ ମାନେ ଦେଖୁଥିବା ଦୁଇଜଣ ମହିଳା ଏବେ ବିଜେପି ନେତ୍ରୀ। ଆପଣ ମାନେ ଏମାନଙ୍କୁ ଆଗରୁ ବେସ ଭଲ ଭାବରେ ଜାଣିଥିବେ। କାରଣ ବିଜେପିରେ ମିଶିବା ପୂର୍ବରୁ ଏହି ଦୁଇଜଣଙ୍କର ଏକ ଭିନ୍ନ ପରିଚୟ ଥିଲା। କାରଖାନାର ମାଳିକାଣି ବା କାରଖାନା ଭାଉଜ ଭାବେ ଆପଣ ଏହି ଦୁଇ ମହିଳାଙ୍କୁ ଯଥେଷ୍ଟ ଆଗରୁ ଜାଣିଥିବେ। ଜଣେ ହେଲେ ନେହା ପାଣିଗ୍ରାହୀ ଏବଂ ଆଉ ଜଣେ ରଶ୍ମିତା ଦାସ। ସମ୍ପର୍କରେ ଏମାନେ ହେଉଛନ୍ତି ଦୁଇ ଯା।

ଆଉ ଏ ଦୁଇ ଜଣ ମିଶି ପ୍ରଥମେ ଭୁବନେଶ୍ୱର ଆଇଜି ପାର୍କ ରାସ୍ତା କଡରେ କାରଖାନା ଖୋଲିଥିଲେ। ନିଜ ଘରେ ଖାଇବା ପ୍ରସ୍ତୁତ କରି କାରରେ ଆଣି ରାସ୍ତା କଡରେ ଠିଆ ହୋଇ ଲୋକଙ୍କୁ ବିକ୍ରି କରୁଥିଲେ। ଦୁଇ ଯା ନେହା ଏବଂ ରଶ୍ମିତା ନିଜ ହାତରେ ଗ୍ରାହକ ମାନଙ୍କୁ ଖାଦ୍ୟ ପରସି ଦେଉଥିଲେ। ଖୁବଶୀଘ୍ର ସେମାନଙ୍କର ବ୍ୟବସାୟ ବଢି ଯାଇଥିଲା। ଲୋକମାନେ ବହୁତ ଦୂରରୁ ଆସି କାରଖାନା ପାଖରେ ଖାଇବା ପାଇଁ ଲମ୍ବା ଲାଇନ ଲଗାଇଥିଲେ। ଲୋକଙ୍କୁ ଭଲ ଖାଦ୍ୟ ଖୁଆଇବା ତାଙ୍କର ଖୁବ ପସନ୍ଦ ବୋଲି ସେତେବେଳେ କହୁଥିଲେ କାରଖାନାର ମାଳିକାଣି ନେହା ପାଣିଗ୍ରାହୀ।

ସଠିକ ଦରରେ ଭଲ ଖାଇବା ମିଳୁଥିବାରୁ ରାତାରାତି କାରଖାନା ରାଜଧାନୀ ଭୁବନେଶ୍ବରରେ ବେସ ପରିଚିତ ହୋଇଯାଇଥିଲା। ହେଲେ ବ୍ୟବସାୟ ଜମିବା ବେଳକୁ BMC ରେଡ କରି ଲାଇସେନ୍ସ ନଥିବା ଅଭିଯୋଗରେ ଆଇଜି ପାର୍କ ପାଖରେ ଚାଲିଥିବା କାରଖାନାକୁ ବନ୍ଦ କରିଦେଇଥିଲା। ଏହା ଭିତରେ ଦୁଇ ଯା’ଙ୍କୁ ନେଇ ବିଭିନ୍ନ ଆଲୋଚନା ହେବା ସହ ବ୍ୟକ୍ତିଗତ ଭିଡ଼ିଓ ଆଦିକୁ ନେଇ ବହୁ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ ନେହା ପାଣିଗ୍ରାହୀ।

ଏସବୁ ସ୍ୱତେ ମାଷ୍ଟର କ୍ୟାଣ୍ଟିନ ପାଖରେ ଦୁଇଟି ଭେଣ୍ଡିଂ ଜନକୁ ଭଡାରେ ନେଇ ପୁଣି ଥରେ କାରଖାନା ଖୋଲି ଥିଲେ ଏହି ଦୁଇ ଯା’ । ହେଲେ ସେଠାରେ ମଧ୍ୟ ବିଭିନ୍ନ କାରଣରୁ କାରଖାନାକୁ ବନ୍ଦ କରିବାକୁ ପଡିଥିଲା। ତଥାପି ଅନେକ ବାଧା ବିଘ୍ନର ମୁକାବିଲା କରି ନେହା ଏବଂ ରଶ୍ମିତା ଏବେ ରାମମନ୍ଦିର ନିକଟରେ ନିଜର ଏହି ଖାଇବା ବ୍ୟବସାୟ ଚଲାଇଛନ୍ତି।

ଆଉ ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଗତ କାଲି ବିଜେପିରେ ମିଶିଛନ୍ତି ଦୁଇ ଯା’ ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାସ। କାରଖାନା ଖାଦ୍ୟ ବ୍ୟବସାୟରୁ ସିଧାସଳଖ ରାଜନୀତି ମୈଦାନକୁ ଲମ୍ଫ ମାରିଛନ୍ତି ଦୁଇ ଯା’। ତେବେ କୁହାଯାଉଛି ଯେ ଲେଖାଶ୍ରୀ ସାମନ୍ତସିଂହାର ବିଜେପି ଛାଡି ବିଜେଡିକୁ ଯିବା ପରେ ତାଙ୍କ ଜାଗା ଖାଲି ପଡିଥିଲା। ଯାହାକୁ ପୂରଣ କରିବେ ନେହା ପାଣିଗ୍ରାହୀ।

କାରଣ ଆପଣ ଜାଣିଥିବେ ଗୋଟିଏ ସମୟରେ ଲେଖାଶ୍ରୀ ରାଜଧାନୀର ବିଜେପିର ମୁହଁ ଥିଲେ କହିଲେ ଭୁଲ ହେବନାହିଁ। ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ସାଣିକ ଆକ୍ରମଣ କରୁଥିଲେ ଲେଖାଶ୍ରୀ। ଆଉ ଏବେ କାରଖାନା ମାଳିକାଣି ନେହା ବିଜେପିରେ ମିଶିବା ପରେ ସେ ଲେଖାଶ୍ରୀଙ୍କ ଜାଗା ନେବେ ବୋଲି ଚର୍ଚ୍ଚା ହେଉଛି। ଏମିତିବି କୁହାଯାଉଛି ଯେ ନେହା ପାଣିଗ୍ରାହୀଙ୍କୁ ବିଜେପି କୁଆଡେ ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଇବା ପାଇଁ ଚିନ୍ତା କରୁଛି।

ତେବେ କେଉଁ ବିଧାନସଭା ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି ନାଁ ସେ କେବଳ ଆଗାମୀ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ତାହା ଏଯାଏଁ ଜଣା ପଡ଼ିନାହିଁ। ତେବେ ଏହାକୁ ନେଇ ନେହାଙ୍କ କହିବା କଥା ହେଲା ଯେ ତାଙ୍କର ସେଭଳି କୌଣସି ଆଶା ନାହିଁ। ପିଲା ଦିନରୁ ରାଜନୀତି ପ୍ରଟି ଦୁର୍ବଳତା ଥିଲା। ନାରୀ ଶଶକ୍ତି ହିଁ ତାଙ୍କର ମୁଖ୍ୟ ଉଦେଶ୍ୟ। ନାରୀ ନାରୀମାନେ କେମିତି ଉନ୍ନତି କରିବେ ସେ ଦିଗରେ ସେ କାର୍ଯ୍ୟ କରିବେ ଏବଂ କାରଖାନାରେ ବି ବିଜେପି ପାଇଁ ପ୍ରଚାର କରିବେ।

Leave a Reply

Your email address will not be published. Required fields are marked *