ଭୁବନେଶ୍ବରର ଏମ୍ସ ହସ୍ପିଟାଲ ମଧ୍ୟରୁ ନାଗ ସାପ ଉଦ୍ଧାର , ଆପଣ ଦେଖି ହୋଇଯିବେ ଭୟଭୀତ : ଦେଖନ୍ତୁ ଭିଡିଓ

ଏ ଦୁନିଆଁରେ ଅନେକ ଜୀବଜନ୍ତୁ ରହୁଛନ୍ତି । କେତେକଙ୍କୁ ଆମେ ଆମ ଘରେ ପୋଷା ମନେଇ ରଖୁଛୁ ତ ଆଉ କେତେକ ଜଙ୍ଗଲରେ ରହୁଛନ୍ତି । ତେବେ ଏଗୁଡିକ ମଧ୍ୟରୁ କେତେକ ଭୟଙ୍କର ଆଉ ବିଷଧର ମଧ୍ୟ ହୋଇଥାନ୍ତି । ଯେଉଁମାନେ ମଣିଷଙ୍କୁ କାମୁଡିବା ମାତ୍ରେ ହିଁ ମଣିଷର ଜୀବନ ଚାଲି ଯିବାର ସମ୍ଭାବନା ରହିଥାଏ । ତେବେ ପ୍ରାୟତଃ ସମସ୍ତେ କୁକୁର , ବିଲେଇ ଏବଂ ଅନ୍ୟ କେତେକ ପଶୁପକ୍ଷୀଙ୍କୁ ଘରେ ରଖିଥାନ୍ତି । ସେମାନଙ୍କୁ ଘରେ ରଖିଲେ ବହୁତ ଭଲ ଲାଗିଥାଏ । ଆଉ ସେମାନେ ମଧ୍ୟ ନିଜ ଘର ଲୋକଙ୍କ ଭଳି ବ୍ୟବହାର କରିଥାନ୍ତି।

ତେବେ ଆମେ ଯଦି ସାପ ବିଷୟରେ କହିବା , ଆମ ଭିତରୁ ପ୍ରାୟତଃ ୯୦ ପ୍ରତିଶତ ଲୋକ ସାପକୁ ବହୁତ ଭୟ କରିଥାନ୍ତି । କାରଣ ସାପ ଅତ୍ୟନ୍ତ ବିଷଧର ହୋଇଥାଏ । ଥରେ ସାପ କାମୁଡି ଦେବା ମାତ୍ରେ ମଣିଷର ଜୀବନ ଚାଲି ଯାଇଥାଏ ଆଉ ମାତ୍ର କେତେକଙ୍କର ବଞ୍ଚିବାର ବହୁତ କମ୍ ସମ୍ଭାବନା ରହିଥାଏ । କିନ୍ତୁ ଏହି ବିକାଶଶୀଳ ଦେଶରେ ପ୍ରାୟତଃ ବର୍ତ୍ତମାନ ସମୟରେ ଅନେକ ଔଷଧ ବାହାରି ଗଲାଣି , ଯାହାକୁ ବ୍ୟବହାର କରି ମଣିଷ ବଞ୍ଚି ଯାଉଛି । ତେବେ ଆଜି ଆମେ ଏଠାରେ ଏମ୍ସ ଭୁବନେଶ୍ୱର ବିଷୟରେ କହିବାକୁ ଯାଉଛୁ , ଯେଉଁଠି କିଛି ଦିନ ପୂର୍ବରୁ ଏକ ସାପ ବାହାରିଥିଲା ।

ତେବେ ଏହି ସାପଟି ଏମ୍ସର ଅକ୍ସିଜେନ ପ୍ଲାଣ୍ଟ ମଧ୍ୟରେ ରହି ଯାଇଥିଲା ଆଉ ଫସି ମଧ୍ୟ ଯାଇଥିଲା । ସେଠାରୁ ସେ ବାହାରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ଥିଲା । ତେବେ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟରେ କାମ କରୁଥିବା କର୍ମଚାରୀ ମାନେ ଅତ୍ୟନ୍ତ ଭୟଭୀତ ମଧ୍ୟ ହୋଇ ଯାଇଥିଲେ । ତେବେ କଣ କରିବେ ବୋଲି ସେମାନେ ଭାବି ଭାବି ଶେଷରେ ସାପ ହେଲ୍ପଲାଇନ ନମ୍ବରକୁ ଫୋନ କରି ଡକାଇଥିଲେ । ତେବେ ହେଲ୍ପଲାଇନ ନମ୍ବରକୁ ଫୋନ କରିବା ପରେ ଜଣେ ବ୍ୟକ୍ତି ଆସି ସେଠାରେ ପହଞ୍ଚିଥିଲେ ।

ତେବେ ବ୍ୟକ୍ତି ଜଣକ ଆସି ଏହା ଅନୁଧ୍ୟାନ କରିଥିଲେ କି , ସାପଟି ଅକ୍ସିଜେନ ସିଲିଣ୍ଡର ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଫସି ହୋଇ ରହିଯାଇଛି ଆଉ ଆଦୌ ବାହାରି ପାରୁନାହିଁ । ତେବେ ସେ ତାପରେ ସିଲିଣ୍ଡରଟିକୁ ଖୋଲି ଦେଇଥିଲେ ଆଉ ସାପଟିକୁ ବାହାର କରିଥିଲେ । ସାପଟି ଅତ୍ୟନ୍ତ କ୍ରୋଧିତ ଥିଲେ ଆଉ ସଁ ସଁ ଶବ୍ଦ ବାହାର କରୁଥିଲା । ଯାହାକୁ ଶୁଣିବା ପରେ ଯେକେହି ବି ଭୟଭୀତ ହୋଇଯିବେ । ତେବେ ସେ ସାପଟିକୁ ଉଦ୍ଧାର କରିସାରିବା ପରେ ଗୋଟିଏ ଡବା ମଧ୍ୟରେ ଭର୍ତ୍ତି କରି ନେଇଥିଲେ । ଆଉ ତାପରେ ସାପଟିକୁ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ ।

Leave a Reply

Your email address will not be published. Required fields are marked *