୧୦ ବର୍ଷର ଝିଅକୁ ଗର୍ଭବତୀ କଲା ବାପା, ଆଉ ତାପରେ….

ସନ୍ତାନ ମାନଙ୍କୁ ନିଜ ବାପା ମାଆଙ୍କ ଠାରୁ ଅଧିକ ଭଲ ପାଇବା କେହି ପାଇବେ ନାହିଁ। କାରଣ ମାଆ ବୁଝିଥାଏ ପିଲା ଜନ୍ମ କରିବାର କଷ୍ଟ ଓ ବାପା ଜାଣିଥାଏ କେତେ କଷ୍ଟ କଲେ ପିଲା ବଡ଼ ହେବ। ତେବେ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ନାରୀ ନିର୍ଯ୍ୟାତନା ଦେଖିବାକୁ ମିଳୁଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳତ୍କାରର ଶିକାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌତୁକ ନିର୍ଯ୍ୟାତନାକୁ ସହ୍ୟ ନ କରି ପାରି ଆତ୍ମହତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ୟାଜନକ ହେବାରେ ଲାଗିଛି।

ବର୍ତ୍ତମାନ ସମୟରେ ଏକ ଚଞ୍ଚଲ୍ୟ କର ଖବର ସାମ୍ନାକୁ ଆସିଛି। କାମନା ରୂପକ ଭୋକକୁ ମେଣ୍ଟାଇବା ପାଇଁ ଝିଅକୁ ଗର୍ଭବତୀ କଲା ବାପା। ତେବେ ଏହି ନଗଣ୍ୟ ଘଟଣା କେରଳରେ ଘଟିଛି। ଯୌନ କ୍ଷ୍ୟୁଧା ମେଣ୍ଟାଇବା ପାଇଁ ନିଜ ୧୦ ବର୍ଷର ଝିଅକୁ ରେପ କଲା ବାପା। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଝିଅର ମାଆ ନିଜ ସ୍ୱାମୀ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି।

ତେବେ ଝିଅ ଗର୍ଭବତୀ ଥିବା ଜାଣିବା ପରେ ପ୍ରଥମେ ମାଆକୁ ଆଶ୍ଚର୍ଯ୍ୟ ଲାଗି ଥିଲା। ମାଆ ଜାଣି ନଥିଲା ଯେ ଅପରାଧୀ ଘରେ ରହିଛି ବୋଲି। ତେବେ ମାଆ ଯେତେବେଳେ ଝିଅକୁ ଏ ବିଷୟରେ ପଚାରି ଥିଲା ଝିଅ ସେତେବେଳେ ସବୁ କଥା ଖୋଲି କରି କହିଥିଲା। ଏହାପରେ ମାଆକୁ ଏକ ଝଟକା ଲାଗିଥିଲା। ତଥାପି ମାଆ ଭାଙ୍ଗି ନ ଯାଇ ସ୍ୱାମୀ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲା।

ଏହାପରେ ଝିଅର ଗର୍ଭପାତ କରିବା ପାଇଁ ମାଆ ନିଷ୍ପତ୍ତି ନେଇଥିଲା। କିନ୍ତୁ ଟେଷ୍ଟ ପରେ ଜଣା ପଡିଥିଲା ଯେ ଝିଅ ୩୦ ସପ୍ତାହ ହେବ ଗର୍ଭବତୀ ହୋଇଛି। ତେବେ ଭାରତର ନିୟମ ଅନୁସାରେ ଗର୍ଭବତୀର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିହେବ। କିନ୍ତୁ ଉପରୋକ୍ତ ମାମଲାରେ ୩୦ ସପ୍ତାହ ଅତିକ୍ରମ କରିଯାଇଛି। ତେଣୁ ଗର୍ଭପାତ ପାଇଁ ନିୟମ ବହିର୍ଭୁତ ଥିବାରୁ ମା କୋର୍ଟରେ ଆବେଦନ କରିଥିଲେ।

କୋର୍ଟ ମାମଲାକୁ ଯାଞ୍ଚ କରିବା କରିବା ପରେ ଗର୍ଭପାତ କରିବା ପାଇଁ ଅନୁମତି ଦେଇଥିଲା। ସମ୍ପୃକ୍ତ ନାବାଳିକାର ସମସ୍ତ ଚିକିତ୍ସା ପଦ୍ଧତି ଏବଂ ସହାୟତା ପାଇଁ ମେଡିକାଲ ଏବଂ ରାଜ୍ୟସରକାର ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପିଲାଟି ବଞ୍ଚିବାର ୮୦ ପ୍ରତିଶତ ସମ୍ଭାବନା ରହିଥିବା ଜଣା ପଡ଼ିଛି। ତେବେ ଏହି ଖବର ସାରା ଦେଶରେ ହଲଚଲ କରିଦେଇଛି।

Leave a Reply

Your email address will not be published. Required fields are marked *