ଠାକୁର ଘରେ ମାଚିସ ରଖୁଥିଲେ ହୋଇ ଯାଆନ୍ତୁ ସାବଧାନ , ଜାଣନ୍ତୁ ଠାକୁର ଘରେ ମାଚିସ ରଖିଲେ କଣ ହୁଏ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୋଟିଏ ଘର ତିଆରି କରିବା ସମୟରେ ଅନେକ ମହତ୍ତ୍ଵପୂର୍ଣ୍ଣ ଜିନିଷ ଗ୍ରହଣ କରା ଯାଇଥାଏ । ଏହା ଅନୁଯାୟୀ , ସମସ୍ତ ରୁମ୍ , ଠାକୁର ଘର ଏବଂ ବାଥରୁମ ଆଦିକୁ ଏକ ନିର୍ଦ୍ଧାରିତ ସ୍ଥାନରେ ତିଆରି କରା ଯାଇଥାଏ । ତେବେ କୁହାଯାଏ ବାସ୍ତୁ ଅନୁସାରେ ଯଦି ଆମେ କୌଣସି ଘର ତିଆରି ନ ତିଆରି କରନ୍ତି , ତେବେ ଅନେକ ଅସୁବିଧା ହୋଇଥାଏ ଏବଂ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ତେବେ ବାସ୍ତୁ ଅନୁସାରେ ପୂଜା ଘର ଅର୍ଥାତ୍ ଠାକୁର ଘରର ଅନେକ ମହତ୍ତ୍ଵ ରହିଛି । ଏଠାରୁ ହିଁ ସକାରାତ୍ମକ ଶକ୍ତି ଘରକୁ ସଞ୍ଚାର ହୋଇଥାଏ । ତେବେ ଆଜି ଆମେ ଠାକୁର ଘର ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଆଲୋଚନା କରିବା । ଆସନ୍ତୁ ସେ ବିଷୟରେ ଜାଣି ନେବା । ତେବେ ଜାଣି ରଖନ୍ତୁ କି , ଠାକୁର ଘରକୁ କେବେ ବି ଅପରିଷ୍କାର ହୋଇ ପ୍ରବେଶ କରିବା ଉଚିତ୍ ନୁହେଁ । ସବୁବେଳେ ଗାଧୋଇ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ପ୍ରବେଶ କରିବା ଉଚିତ୍ ।

ଅନ୍ୟ ପକ୍ଷରେ ଠାକୁର ଘରର କବାଟ କେବେ ବି ଦକ୍ଷିଣ ଦିଗକୁ ଖୋଲିବା ଭଳି ରଖନ୍ତୁ ନାହିଁ କି ଠାକୁର ମାନଙ୍କର ମୁଁହ ବି ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ । ଏପରି କରିବା ଅଶୁଭ ହୋଇଥାଏ । ଠାକୁର ଘରେ ଛିଡା ହୋଇଥିବା ଗଣେଶଙ୍କ ମୂର୍ତ୍ତି କିମ୍ବା ଶିବଙ୍କର ଭୟାନକ ମୂର୍ତ୍ତି ରଖନ୍ତୁ ନାହିଁ । ମାଆ କାଳୀ , ଶନି ଦେବଙ୍କର ମୂର୍ତ୍ତି ଠାକୁର ଘରେ ରଖିବା ଉଚିତ ନୁହେଁ । ସମସ୍ତ ମୂର୍ତ୍ତି ମଧ୍ୟରେ ଫାଙ୍କା ରଖିବା ଉଚିତ୍ । ଘରକୁ ଭଗବାନ ହନୁମାନଙ୍କ ବସି ଆଶୀର୍ବାଦ ଦେଉଥିବା ଭଳି ମୂର୍ତ୍ତି ଆଣନ୍ତୁ।

ଆଉ ଗୋଟିଏ କଥା ମନେ ରଖନ୍ତୁ , କୌଣସି ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କ ଫୋଟ ଠାକୁର ଘରେ ରଖିବା ଅଶୁଭ ହୋଇଥାଏ । ଠାକୁର ଘରେ ସୂର୍ଯ୍ୟ ଦେବ , ଭଗବାନ ଗଣେଶ , ଭଗବାନ ବିଷ୍ଣୁ , ମାଆ ପାର୍ବତୀ ଏବଂ ଭଗବାନ ଶିବଙ୍କ ଫୋଟ ନିଶ୍ଚିତ ରଖନ୍ତୁ । ଘରେ ଦେବା ଦେବୀଙ୍କର ଉଗ୍ର ରୂପ ବି ରଖିବା ଉଚିତ୍ ନୁହେଁ । ପୂଜା ଘରେ ସବୁବେଳେ ପ୍ରସନ୍ନ ମୁଦ୍ରାର ମୂର୍ତ୍ତି ରଖିବା ଉଚିତ୍ । ଯାହାକୁ ଦେଖିଲେ ମନରେ ପ୍ରେରଣା ଜାଗ୍ରତ ହେଉଥିବ ।

ଠାକୁର ଘରକୁ ସଦାବେଳେ ପୂର୍ବ କିମ୍ବା ଉତ୍ତର ଦିଗରେ ତିଆରି କରିବା ଉଚିତ୍ କାହିଁକି ନା ଏହା ସକାରାତ୍ମକ ଶକ୍ତିରେ ଭରପୁର ହୋଇଥାଏ । ଭୁଲରେ ମଧ୍ୟ ବାଥରୁମ ପାଖରେ ଠାକୁର ଘର ତିଆରି କରନ୍ତୁ ନାହିଁ , ଏହା ନକାରାତ୍ମକ ଶକ୍ତିର ଉତ୍ସ ହୋଇଥାଏ । ଠାକୁର ଘରେ ସବୁ ଜିନିଷ ସଜାଡି କରି ରଖିବା ଉଚିତ୍ । ଘରେ ପୂଜା କରି ସାରିବା ପରେ ଜଳି ଯାଇଥିବା ଦିଆସିଲି କାଠି , ମଉଳି ଯାଇଥିବା ଫୁଲ ଆଦି ରଖିବା ଉଚିତ୍ ନୁହେଁ । ଦିଆସିଲି ଆଦିକୁ ଠାକୁର ଘରେ ଲୁଚାଇ ରଖିବା ଉଚିତ୍ । ଆଉ ଗୋଟିଏ କଥା ଧ୍ୟାନ ଦିଅନ୍ତୁ କି , କେବେ ବି ଦୀପ କିମ୍ବା ଧୂପ ଜଳାଇବା ପାଇଁ ମାଚିସ୍ ବ୍ୟବହାର କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *