ସ୍ତ୍ରୀକୁ ଦରମା ବିଷୟରେ ଲୁ-ଚାଉ ଥିଲେ ହୋଇଯାଅ ସାବଧାନ! ସୁପ୍ରିମକୋର୍ଟ ନିର୍ଦ୍ଦେ-ଶନାମା ଅନୁସାରେ ଏହି ଉପାୟ ଅବଲମ୍ବନ କରି ସ୍ତ୍ରୀ ଜାଣି ପାରିବ ସ୍ୱାମୀର ଦରମା।

ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେ ଉଭୟ ପୁରୁଷ ଓ ମହିଳା ତାଙ୍କର ଦୁଇଟି ଜିନିଷ ସର୍ବଦା ଲୁ-ଚେଇ ଥାନ୍ତି। ତେବେ ତାହା ହେଉଛି ମହିଳା ନିଜର ବୟସ ଲୁ-ଚେଇ ଥାନ୍ତି ଆଉ ପୁରୁଷ ସର୍ବଦା ନିଜର ରୋଜଗାର କାହା ସହ ସେୟାର କରି ନଥାଏ। ବାହାଘର ପରେ ସ୍ବାମୀ ଓ ସ୍ତ୍ରୀର ସମ୍ପର୍କ ବିଶ୍ୱାସ ଓ ଭରସାରେ ପରିଣତ ହୋଇଯାଏ। ବିଶ୍ୱାସ ଯେତେ ଅଧିକ ଥିବ ସ-ମ୍ପର୍କ ସେତେ ଦୃଢ଼ୀଭୂତ ହୋଇଥାଏ। କିନ୍ତୁ ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଗୋଟିଏ ସାଧାରଣ ଝ-ଗଡା ସର୍ବଦା ଦେଖିବାକୁ ମିଳିଥାଏ ତାହା ହେଉଛି ଟଙ୍କା।

ସ୍ୱାମୀ ମାସକୁ କେତେ ରୋଜଗାର କରୁଛି ସେ କଥା ସେ ନିଜ ସ୍ତ୍ରୀ ଠାରୁ ଲୁ-ଚେଇ ଥାଏ। ତେବେ ଏହା ପଛରେ ମୁଖ୍ୟ କାରଣ ହେଉଛି ଅପଖର୍ଚ୍ଚ। ସ୍ୱାମୀକୁ ସର୍ବଦା ଗୋଟିଏ ଭ-ୟ ରହିଥାଏ ଯେ କି ସେ ଯଦି ନିଜର ରୋଜଗାର ବିଷୟରେ ସ୍ତ୍ରୀକୁ କହେ ତେବେ ତା’ର ସ୍ତ୍ରୀ ତାକୁ ଖର୍ଚ୍ଚାନ୍ତରେ ପକେଇ ଦେବ। କିନ୍ତୁ ଏପରି କିଛି ସ୍ୱାମୀ ଅଛନ୍ତି ଯେଉଁମାନେ କି ନିଜ ସ୍ତ୍ରୀକୁ ରୋଜଗାର ବିଷୟରେ ଲୁ-ଚେଇ ନିଜେ ବାଯ୍ୟ ଖର୍ଚ୍ଚ କରିଥାଏ। ଯାହାକି ଭବିଷ୍ୟତରେ ପରିବାର ଅସୁବିଧାରେ ପଡିବାର ସମ୍ଭାବନା ବଢିଯାଏ।

ତେବେ ଆଜି ଆମେ ଆପଣଙ୍କୁ ଆମ ଲେଖା ମାଧ୍ୟମରେ କିପରି ନିଜ ସ୍ୱାମୀର ରୋଜଗାର ବିଷୟରେ ଜାଣିବ ସେହି ବିଷୟରେ କହିବାକୁ ଯାଉଛୁ। ଯଦି ସ୍ୱାମୀ ତାଙ୍କ ରୋଜଗାର ତଥ୍ୟ ଲୁଚା-ଇଲେ, ସ୍ତ୍ରୀ ସିଧା ଆରଟିଆଇରୁ ସମସ୍ତ ସଠିକ ତଥ୍ୟ ମଗାଇ ଆଣି ପାରିବେ। କେବଳ ସେତିକି ନୁହେଁ ସ୍ତ୍ରୀକୁ ସ୍ୱାମୀ ନିଜ ରୋଜଗାର ବିଷୟରେ ଭୁଲ ତଥ୍ୟ ମଧ୍ୟ ଦେଇ ପାରିବେ ନାହିଁ।

ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ। ସଂଯୁକ୍ତା ନାମକ ଜଣକ ମହିଳା ନିଜ ସ୍ୱାମୀଙ୍କ ସହ ଉତ୍ତରପ୍ରଦେଶରେ ରୁହନ୍ତି। ତେବେ ଦୁହିଁଙ୍କ ପାରିବାରିକ ଅବସ୍ଥା ସେତେ ଭଲ ନଥିଲା। ସ୍ୱାମୀ ଘରର ସମସ୍ତ ଦାୟିତ୍ୱ ତୁଲାଉ ଥିଲେ ମଧ୍ୟ ସ୍ତ୍ରୀ ଏଥିରେ ଖୁସି ନଥିଲେ। କାରଣ ଅଭାବ ଅସୁବିଧା ପରିବାରରେ ଲାଗି ରହୁଥିଲା। ତେବେ ପାରିବାରିକ ଅବସ୍ଥାରେ ସୁଧାର ଆଣିବା ପାଇଁ ସ୍ତ୍ରୀ ଅନେକ ଥର ପ୍ରୟାସ କରିଛନ୍ତି ଓ ସେଥିପାଇଁ ସେ ତାଙ୍କ ସ୍ୱାମୀକୁ ଦରମା ବିଷୟରେ ବାରମ୍ବାର ପଚାରନ୍ତି

ସ୍ୱାମୀ ନିଜ ସ୍ତ୍ରୀ ସଂଯୁକ୍ତାଙ୍କୁ କଦାପି ନିଜ ଦରମା ବିଷୟରେ କହିବା ପାଇଁ ଆଗ୍ରହ ପ୍ରକାଶ କରି ନାହାଁନ୍ତି। ସଂଯୁକ୍ତା ଯେତେବେଳେ ନିଜ ସ୍ୱାମୀକୁ ଦରମା ବିଷୟରେ ପଚାରନ୍ତି ସେତେବେଳେ ତାଙ୍କ ସ୍ୱାମୀ ଚୁପ ରୁହନ୍ତି। ଶେଷରେ ବାଧ୍ୟ ହୋଇ ପତ୍ନୀ RTI ମାଧ୍ୟମରେ ତଥ୍ୟ ମଗାଇଥିଲେ। ଅନ୍ୟପକ୍ଷେ ଏ କଥା ଜାଣିବା ପରେ ସ୍ୱାମୀ ବି-ରୋଧ କରିବା ସହ ଏ ସମ୍ପ-ର୍କିତ ତଥ୍ୟ ନ ଦେବାକୁ ବିଭାଗକୁ ଅନୁରୋଧ କରିଥିଲେ।

ଏହାପରେ ସ୍ୱାମୀଙ୍କ ଅନୁରୋଧ କ୍ରମେ ବରେଲି ସେଣ୍ଟ୍ରାଲ ପବ୍ଲିକ ଇନ୍‌ଫର୍ମେସନ ଅଫିସର (CPIO) କୌଣସି ତଥ୍ୟ ଦେଇ ନଥିଲେ। ତେବେ ସଂଯୁକ୍ତା ପୁଣି ଦ୍ଵିତୀୟ ଥର ପାଇଁ ଆବେଦନ କଲେ। ତେବେ ସିଆଇସି ପୂର୍ବରୁ ହୋଇଥିବା ଏମିତି କିଛି ନିର୍ଦ୍ଦେ-ଶନାମା ତଥା ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟଙ୍କ ଆବେଦନକୁ ସମୀକ୍ଷା କରିବା ପରେ ପତ୍ନୀଙ୍କୁ ସମସ୍ତ ତଥ୍ୟ ଦେବାକୁ ସିପିଆଇଓଙ୍କୁ ନି-ର୍ଦ୍ଦେଶ ଦେଇଥିଲେ। ଶେଷରେ ସ୍ତ୍ରୀର ବିଜୟ ହୋଇଥିଲା ଏବଂ ସ୍ୱାମୀର ଦରମା ବିଷୟରେ ଜାଣି ପାରିଥିଲେ।

Leave a Reply

Your email address will not be published. Required fields are marked *