ବାର୍ ଡ୍ୟାନ୍ସ ହୋଇଗଲା କି କାଳ। ? ଗ୍ରାହକ ମାନଙ୍କୁ ଉପଭୋଗ କରାଇ 10 ହଜାର ଟଙ୍କା ରୋଜଗାର କରୁଥିଲା ଶୁଭଲକ୍ଷ୍ମୀ….

ଗୋଟିଏ ରାତିକୁ 10 ହଜାରରୁ ଅଧିକ। ଏହାକେଵଳ ବାର୍ ରେ ଡ୍ୟାନ୍ସ କଲେ ହିଁ ମିଳି ପାରିବ, ଯାହା ବୁଝି ଯାଇଥିଲେ ଶୁଭଲକ୍ଷ୍ମୀ। ଆଉ କଲେଜରେ ପାଠ ପଢିବା ବଦଳରେ ହୋଇଗଲେ ଡ୍ୟାନ୍ସ କୁଇନ। ରାତି ହେଲା ମାନେ ବାର୍ କୁ ଯାଇ ଗ୍ରାହକ ମାନଙ୍କୁ ଖୁସି କରାଉଥିଲେ ଆଉ ରୋଜଗାର କରୁଥିଲେ 10 ହଜାରରୁ ଅଧିକ ଟଙ୍କା।

କିନ୍ତୁ ସିଏ ସେହି ବାର୍ ରେ ହିଁ ଜୀବନ ହାରିଦେଲେ। ଆଜ୍ଞା ହଁ ପୂର୍ବରୁ ଆଉ ଏକ ବାର ରେ ଡ୍ୟାନ୍ସ କରୁଥିଲେ କିନ୍ତୁ ସେଠାରୁ କମ ଟଙ୍କା ମିଳିବାରୁ ସେ ହୋଟେଲ ଦୀପାଲି କୁ ଆସି ଡ୍ୟାନ୍ସ କରୁଥିଲେ ଆଉ ଟଙ୍କା ରୋଜଗାର କରୁଥିଲେ। ନିଜ ସୁନ୍ଦରତାର ଲାଭ ଉଠାଇ ଗ୍ରାହକଙ୍କୁ କରୁଥିଲେ ପାଗଳ।

ଯାହାକୁ ସହି ପାରିନଥିଲା ପ୍ରଥମ ବାର୍ ର ମାଲିକ। ସେଥିପାଇଁ ଭିଡ଼ିଓ ଭାଇରାଲ କରିଦେବେ ବୋଲି ଦେଉଥିଲେ ଧମକ। ଧମକ ଦେଲା ପରେ ଆଜି ଏମିତି ଘଟଣା ଘଟିଛି। ତେବେ ଅନ୍ୟ ପକ୍ଷରେ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ସାଂଘାତିକ ତଥ୍ୟ ମିଳିଛି। ଯେଉଁଥିରେ ଉଲ୍ଲେଖ ରହିଛି, ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିଲେ ଶୁଭଲକ୍ଷ୍ମୀ। ତାଙ୍କ ମୃତଦେହକୁ ନିଶାଦ୍ରବ୍ୟର ନମୁନା ମିଳିଛି।

ତେବେ ଏହା ନିଶା ଦ୍ରବ୍ୟ ନା ବିଷ ସ୍ପଷ୍ଟ ହୋଇନାହିଁ। ମୃତ୍ୟୁର 4-6 ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା ସୂଚନା ମିଳିଛି। ଏଥିପାଇଁ ଷ୍ଟେଟ୍ ଫରେନସିକ୍ ଲାବକୁ ପଠାଯାଇଛି ଶୁଭଲକ୍ଷ୍ମୀଙ୍କ ଭିସେରା ନମୁନା ଏବଂ ପୋଷ୍ଟମର୍ଟମ ରିପୋର୍ଟ। ତେବେ କିଏ ଏବଂ କାହିଁକି ନିଶା ଦେଇଥିଲା ସେନେଇ ତଦନ୍ତ ଚାଲିଛି। ଯଦି ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ ତେବେ କାହିଁକି ?

ନିଶା ସେବନ ବେଳେ ରୁମରେ ତାଙ୍କ ସହ ଅନ୍ୟ କେହି ଥିଲେ କି ? ନା କୌଣସି ମାନସିକ ଅବସାଦ ଯୋଗୁ ନିଶା ସେବନ କରି ଆତ୍ମହତ୍ୟା କରିଛନ୍ତି କି ଶୁଭଲକ୍ଷ୍ମୀ ? ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ବାର କର୍ମଚାରୀ, ପରିବାର ସଦସ୍ୟ ଏବଂ ବୟଫ୍ରେଣ୍ଡକୁ ମିଶାଇ 12 ଜଣଙ୍କୁ ଜେରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଆଜି ଶୁଭଲକ୍ଷ୍ମୀଙ୍କ ସହ ସମ୍ରର୍କରେ ଥିବା ତୃତୀୟ ଯୁବକକୁ ଜେରା ହେବ। ଏହାପରେ ନୂଆ ତଥ୍ୟ ମିଳିପାରେ।

Leave a Reply

Your email address will not be published. Required fields are marked *