ବାପା ତିନି ତିନୋଟି ଛୁଆକୁ ଛାଡି ଚାଲିଗଲା, ଛୁଆଙ୍କ ମୁଁହରେ ଦାନା ଦେବାକୁ ଘର ଘର ବୁଲି ବାସନ ମାଜୁଛି ମା….

କୁହାଯାଏ ମାଆ ଏ ଦୁନିଆଁରେ ସର୍ବଶ୍ରେଷ୍ଠ । ତା ଠାରୁ ବଳି ଆଉ କେହି ବି ନାହିଁ କି ହୋଇପାରିବ ନାହିଁ । ତା ଆଶୀର୍ବାଦ ଯାହା ଉପରେ ରହିଥାଏ , ସେ ଦୁନିଆଁର ସବୁକିଛି କରିବା ପାଇଁ ସଫଳ ହୋଇଥାଏ । ଆଉ ତା ପିଲା ପାଇଁ ସେ ନିଜ ଜୀବନ ବି ଦେବା ପାଇଁ ରାଜି ରହିଥାଏ ।

କେବେ ନିଜ କଥା ଟିକିଏ ବି ଭାବି ନଥାଏ କି ସେ କିପରି ବଞ୍ଚିବ ଏ ଦୁନିଆଁରେ । ବାସ୍ ସାରା ଦିନ ଆଉ ସାରା ରାତି ତା ମୁଣ୍ଡରେ ପିଲା ମାନଙ୍କ ଚିନ୍ତା ଲାଗି ରହିଥାଏ । ତେବେ ଏପରି ଜଣେ ମାଆ ହେଉଛନ୍ତି ଅନ୍ତିବର ଗାଆଁର ରୂପବୀର । ନିଜ ପିଲା ମାନଙ୍କ ପାଇଁ ସେ ଆଜି ପାଲଟି ଯାଇଛନ୍ତି ଅନ୍ୟର ଘରେ ଚାକରାଣୀ । ଅନ୍ୟ ଘରେ ବାସନ ମାଜିବା କାମ ହେଉଛି ତାଙ୍କର ।

ଆଉ ସମୟ ମିଳିଲେ ଆଉ ଅଧିକ ଟିକିଏ କାମ କରି ପକାନ୍ତି ସେ । ଯେମିତି ପିଲା ମାନେ ତାଙ୍କର ଆଜି ଭୋକରେ ନ ଶୋଇ ପଡନ୍ତୁ। ତେବେ ତାଙ୍କ ଉପରେ ଗୋଟିଏ କି ଦୁଇଟି ନୁହେଁ ତିନି ତିନିଟି ପିଲାର ବୋଝ । କିନ୍ତୁ ସେହି ବୋଝ କୁ ସେ କେବେ ବି ବୋଝ ଭାବି ନାହାନ୍ତି । ନିଜ ପିଲାଙ୍କ ପାଇଁ ସେ କିଛି ବି କରିବାକୁ ଆଗେଇ ଆସିଛନ୍ତି । ବାସ୍ତବରେ
ରୂପବୀରଙ୍କ ସ୍ଵାମୀ ତିନି ବର୍ଷ ଆଗରୁ କର୍କଟ ରୋଗରେ ପ୍ରାଣ ହରାଇ ସାରିଛନ୍ତି । ସେତେବେଳେ ରୂପବୀର ବହୁତ କଷ୍ଟ କରିଥିଲେ ନିଜ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ କିନ୍ତୁ କିଛି ବି ହୋଇ ପାରି ନଥିଲା । ସେ ଯେତେ ଚେଷ୍ଟା କରି ମଧ୍ୟ ନିଜ ସ୍ବାମୀଙ୍କୁ ବଞ୍ଚାଇ ପାରି ନଥିଲେ ।

ଅନେକ ହସ୍ପିଟାଲ ବୁଲିଥିଲେ କିନ୍ତୁ ଶେଷରେ ଆଖି ବୁଜି ଦେଇଥିଲେ ତାଙ୍କ ସ୍ଵାମୀ । ଆଉ ତାଙ୍କ କୋଳରେ ଛାଡି ଦେଇ ଯାଇଥିଲେ ତାଙ୍କର ଶେଷ ତିନୋଟି ସନ୍ତକ । ଆଉ ସେହି ସନ୍ତକ ମାନଙ୍କୁ ବଡ କରିବା ପାଇଁ ରୂପବୀର ଚେଷ୍ଟା କରି ଚାଲିଛନ୍ତି । ଆଗରୁ ତାଙ୍କ ରହିବା ପାଇଁ ଏକ ଘର ନଥିଲା । ରାସ୍ତା କଡ଼ରେ ପଡ଼ି ରହିଥିଲେ ସେ । କିନ୍ତୁ ତାଙ୍କ ଦୁଃଖ ଦେଖି ନ ପାରି ଜଣେ ମହିଳା ତାଙ୍କୁ ସାହାଯ୍ୟ କରିଥିଲେ ଆଉ ନିଜ ଜାଗାର କିଛି ଅଂଶ ତାଙ୍କୁ ଦେଇଥିଲେ ।

ସେଠାରେ ବର୍ତ୍ତମାନ ଏକ କୁଡ଼ିଆ ଘର କରି ପିଲା ମାନଙ୍କ ସହିତ ରହିବାରେ ଲାଗିଛନ୍ତି ରୂପବୀର । ଭବିଷ୍ୟତରେ ନିଜ ପିଲା ମାନଙ୍କୁ ବଡ ମଣିଷ କରିବେ ବୋଲି ସ୍ବପ୍ନ ଦେଖିଛନ୍ତି । କେବେ ହାର ମାନି ନାହାନ୍ତି ସେ ଆଉ ମାନିବେ ନାହିଁ ବୋଲି କହିଛନ୍ତି ।

ତେବେ ଅନ୍ୟ ପକ୍ଷରେ ମାଆ ଆଖିରେ ଲୁହ ଦେଖି ପିଲା ମାନେ ମଧ୍ୟ ସହି ପାରୁ ନାହାଁନ୍ତି । ପିଲା ମାନେ କହିଛନ୍ତି କି , ଦିନେ ସେମାନେ ବହୁତ ବଡ ମଣିଷ ହୋଇଯିବେ ଆଉ ନିଜ ମାଆଙ୍କୁ ସେମାନେ ବହୁତ ଖୁସିରେ ରଖିବେ । ସେହି ଦିନ ନିଶ୍ଚିତ ଆସିବ ଆଉ ତାଙ୍କ ଘରେ ମଧ୍ୟ ଖୁସି ଆସିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ରୂପବୀର କହିଛନ୍ତି କି , ତାଙ୍କୁ ଆଜି ପର୍ଯ୍ୟନ୍ତ କିଛି ସରକାରୀ ସାହାଯ୍ୟ ମିଳି ନାହିଁ । ଆଉ ସେହି ପାଇଁ ସେ ଦୌଡ଼ି ବୁଲୁଛନ୍ତି କିନ୍ତୁ ତାଙ୍କ କଥା ଶୁଣିବା ପାଇଁ କେହି ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *