ଋଷର ୟୁକ୍ରେନ ଆକ୍ରମଣ ମଧ୍ୟରେ ଭାରତକୁ ଏହି ଅନୁରୋଧ କରୁଛି ଆମେରିକା:-

ଆମେରିକା ଭାରତ ସହିତ ୟୁକ୍ରେନ ଉପରେ ଋଷର ଆକ୍ର-ମଣକୁ ନିନ୍ଦା କରିବା ପାଇଁ ଲଗାତାର ଆଲୋଚନା କରୁଛି । ଆମେରିକା ପୁନର୍ବାର କହିଛି ଯେ ଋଷର ଆକ୍ର-ମଣ ବିରୁ-ଦ୍ଧରେ ଭାରତର ନେତାଙ୍କ ସହ ଆଲୋଚନା ଚାଲିଛି । ଆମେରିକା କହିଛି ଯେ ଋଷର ଆକ୍ର-ମଣ ବିରୁଦ୍ଧରେ ଭାରତୀୟ ନେତାମାନଙ୍କୁ ଏକାଠି କାମ କରିବାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁସାରେ ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି ଏକ ପ୍ରେସ କନ୍ଫରେନ୍ସରେ କହିଛନ୍ତି ଯେ,”ଆପଣ ଜାଣନ୍ତି ଯେ ଆମର ଜାତୀୟ ସୁରକ୍ଷା ଦଳର ଅନେକ ଚ୍ୟାନେଲ ମାଧ୍ୟମରେ ଆମେ ଭାରତର ନେତାଙ୍କ ସହ ସମ୍ପର୍କରେ ଅଛୁ । ଆମେ ଭାରତୀୟ ନେତାମାନଙ୍କୁ ରାଷ୍ଟ୍ରପତି ପୁଟିନଙ୍କ ୟୁକ୍ରେନ ଉପରେ ଆକ୍ରମଣ ବିରୁଦ୍ଧରେ ଏକାଠି ଠିଆ ହେବାକୁ ପ୍ରୋତ୍ସାହିତ କରୁଛୁ ।

ଋଷ-ୟୁକ୍ରେନ ପ୍ରସଙ୍ଗରେ ଭାରତ ଏପର୍ଯ୍ୟନ୍ତ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଋଷର ଆକ୍ରମଣକୁ ନିନ୍ଦା କରିବା ପ୍ରସଙ୍ଗରେ ମତଦାନ ମଧ୍ୟ କରାଯାଇଥିଲା ଯେଉଁଥିରେ ଭାରତ ଦୂରେଇ ରହିଥିଲା । ଭାରତ ପ୍ରତ୍ୟେକ ଥର କହିଛି ଯେ କୂଟନୈତିକ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ ।

ଆମେରିକା ମଧ୍ୟ ବୁଝିଛି ଯେ ପ୍ରତିରକ୍ଷା ଅସ୍ତ୍ର ପାଇଁ ଭାରତ ଋଷ ଉପରେ ଅନେକ ନିର୍ଭରଶୀଳ । ଅତୀତରେ, ଆମେରିକା ପକ୍ଷରୁ ମଧ୍ଯ ଏପରି ଅନେକ ବିବୃତ୍ତି ଆସିଛି, ଯେଉଁଥିରୁ ଋଷ ପ୍ରତି ଭାରତର ମଜବୁରି ବୁଝାପଡୁଛି । ତେବେ ନିକଟ ଅତୀତରେ ମଧ୍ଯ ଭାରତ ଏବଂ ଆମେରିକା ମଧ୍ୟରେ ସାମରିକ ସହଯୋଗ ଯଥେଷ୍ଟ ବୃଦ୍ଧି ପାଇଛି ।

ଗତ ସପ୍ତାହରେ ଆମେରିକା ସଂସଦରେ ଆମେରିକାର ଇଣ୍ଡୋ-ପାସିଫିକ୍ କମାଣ୍ଡର ଆଡମିରାଲ୍ ଜନ୍ ଖ୍ରୀଷ୍ଟଫର୍ ଆକ୍ୱିଲିନୋ ଭାରତକୁ ଏକ ବଡ ସହଯୋଗୀ ବୋଲି ବର୍ଣ୍ଣନା କରି କହିଥିଲେ ଯେ ଭାରତ-ଆମେରିକାର ସାମରିକ ସମ୍ପର୍କ ବୋଧହୁଏ ସର୍ବୋଚ୍ଚ ସ୍ତରରେ ରହିଛି ।

ସେ କହିଛନ୍ତି ଯେ ଜଣେ ଆମେରିକୀୟ ଭାବରେ ମୁଁ ଅନୁଭବ କରେ ଯେ ଇଣ୍ଡୋ ପାସିଫିକ୍ କମାଣ୍ଡରେ ଆମର ରଣନୀତି ବିଷୟରେ ଆଲୋଚନା କରିବା ସମୟରେ ଭାରତ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଅଟେ । ତେବେ ଏହା ଦେଖିବା ମଧ୍ଯ ଜରୁରୀ ଅଟେ କି ଆମେ କେଉଁ ପ୍ରକାରର ସହଯୋଗୀ ହୋଇପାରୁଛୁ ଏବଂ ଆମର ସମ୍ଭାବିତ ବିରୋଧୀଙ୍କର ସାମ୍ନା କିପରି କରୁଛେ ।

ଇଣ୍ଡୋ-ପାସିଫିକ୍ ମାମଲାରେ ସହାୟକ ପ୍ରତିରକ୍ଷା ସଚିବ ଏଲି ରାଟନର୍ ମଧ୍ୟ ଭାରତ- ଋଷ ସମ୍ପର୍କକୁ ଦୃଷ୍ଟିରେ ରଖି ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତର ନିରପେକ୍ଷ ଆଭିମୁଖ୍ୟ ଉପରେ ଏକ ବିବୃତ୍ତି ଦେଇଛନ୍ତି । ସଂସଦରେ ସଶସ୍ତ୍ର ସେବା ସମିତିର ସଦସ୍ୟମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, “ଆମେ ବୁଝିପାରୁଛୁ ଯେ ଭାରତର ଋଷ ସହିତ ଏକ ଜଟିଳ ଇତିହାସ ଏବଂ ପୁରୁଣା ସମ୍ପର୍କ ରହିଛି ।”

Leave a Reply

Your email address will not be published. Required fields are marked *