ଅଲଗା ଝିଅ ମାନଙ୍କ ଦେହ ଦେଖିଲେ ରହି ପାରେନି ମୋ ସ୍ୱାମୀ….

ପ୍ରେମ ଏକ ପବିତ୍ର ବନ୍ଧନ। କୁହାଯାଏ ପ୍ରେମ ଶାଶ୍ଵତ, ପ୍ରେମ ଚିରନ୍ତର, ପ୍ରେମର ଅନ୍ତ ନଥାଏ। କିନ୍ତୁ ଏବେ ପ୍ରେମର ପରିଭାଷା ବଦଳି ଗଲାଣି। ଏବେ ପ୍ରେମ ମାନେ କେବଳ ଶାରିରୀକ ସମ୍ପର୍କ ଏବଂ ପ୍ରତାରଣା। ସେତେବେଳେ ଲୋକ ସତ ଜନ୍ମ ପାଇଁ ବାହା ହେଇଥିଲେ କିନ୍ତୁ ଏବେ ମାତ୍ର କିଛି ଦିନ ଭିତରେ ସମ୍ପର୍କ ଭାଙ୍ଗି ଯାଉଛି। ମୟୂରଭଞ୍ଜରେ ଜଣେ ଝିଅ ଭଲ ପାଇ ବାହା ହେଇଥିଲେ କିନ୍ତୁ ବାହାଘରକୁ ମାତ୍ର ୪ ମାସ ହେଇନି ଝିଅ କାନ୍ଦି କାନ୍ଦି ଆସି ବାପଘରେ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଲକ୍ଷ୍ମଣ ସହି ଗାଆଁର ରଶ୍ମି ବେତନଟୀ ଦଶହଡ଼ା ଗାଆଁର ପ୍ରଫୁଲ୍ଲ କୁମାର ମହନ୍ତଙ୍କ ୨୮ ବର୍ଷୀୟ ପୁଅ କମଳକାନ୍ତ ମହନ୍ତ ଙ୍କୁ ଭଲ ପାଉଥିଲେ। ବହୁଦିନ ଭଲ ପାଇବା ପରେ ଦୁହେଁ ବିବାହ କରିବା କଥା ଭାବିଲେ। ରଶ୍ମିଙ୍କ ଘର ଲୋକ ବାହା ଘରରେ ବହୁତ୍ ଖୁସି ଥିଲେ କାରଣ ସେ ଜାଣିଥିଲେ ଝିଅ ପାଇ ଆଉ ଭଲ ଘର ସେ ଖୋଜି ପାରିବେନି କିନ୍ତୁ କମଳକାନ୍ତଙ୍କ ଘର ଲୋକ ରାଜି ନଥିଲେ କିନ୍ତୁ କମଳକାନ୍ତ ରଶ୍ମିଙ୍କୁ ଏତେ ଭଲ ପାଉଥିଲେ ଯେ ସେ ନିଜ ଘର ଲୋକଙ୍କୁ ବାହା ଘର ପାଇଁ ରାଜି କରିଦେଲେ। ତାପରେ ବାହାଘର ହେଲା।

ରଶ୍ମିଙ୍କ ଘର ଲୋକ ଭାବିଲେ ଯାହଉ ଝିଅ ଆମର ଖୁସିରେ ରହିବ କିନ୍ତୁ ବାହାଘର ମାତ୍ର ୪ ମାସ ପରେ ଝିଅ କାନ୍ଦି କାନ୍ଦି ଆସି ଘରେ ପହଞ୍ଚିଲା। ବାହାଘର ୪ ମାସ ପରେ କମଳକାନ୍ତଙ୍କ ଅସଲ ଚେହେରା ପଦାକୁ ଆସିଲା। ସେ ନିଜ ମାଆ ଲତା ମହନ୍ତଙ୍କ କଥାରେ ପଡ଼ି ସବୁଦିନ ରଶ୍ମିଙ୍କୁ ବାଡ଼ିଆ ବଡି କଲେ। ଏବଂ ଘରୁ ଗାଡ଼ି ପାଇଁ ୨ ଲକ୍ଷ ଟଙ୍କା ଆଣିବାକୁ କହି ବହୁତ୍ ମାନସିକ ନିର୍ଯାତନା ମଧ୍ୟ ଦେଲେ।

ମାନସିକ ନିର୍ଯାତନା ଏବଂ ଶାରୀରିକ ନିର୍ଯାତନାରେ କିଛି ନ ହେବାରୁ ଶାଶୂ ଏବଂ ସ୍ବାମୀ ରୋଷେଇ ଘର ଗ୍ୟାସ୍ ଖୋଲା ରଖି ରଶ୍ମିଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଏବଂ ଶାଶୂ ରଶ୍ମିଙ୍କୁ ନିଶା ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ ମଧ୍ୟ କରିଛନ୍ତି। ଯେତେବେଳେ ରଶ୍ମି ଜାଣିବାକୁ ପାଇଲେ ସ୍ବାମୀ କମଳକାନ୍ତଙ୍କ ର ଭଡ଼ା ରହୁଥିବା ଝିଅଙ୍କ ସହ ଶାରୀରିକ ସମ୍ପର୍କ ଅଛି ସେତେବେଳେ ରଶ୍ମି ଏ କଥା ସହି ନ ପାରି ନିଜ ଘରକୁ ଦଉଡ଼ି ଆସିଲେ।

ଏବେ ସେ ନିଜ ଅଧିକାର ଏବଂ ନ୍ୟାୟ ପାଇବା ପାଇଁ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ସେ ଯେତେବେଳେ ସ୍ବାମୀଙ୍କ ବିଷୟରେ ଅଭିଯୋଗ କରିବାକୁ ପଞ୍ଚାୟତକୁ ଯାଇଥିଲେ ସେତେବେଳେ ଶାଶୂ ଏବଂ ସ୍ବାମୀ ତାଙ୍କୁ ଗାଆଁ ମଝିରୁ ଟାଣି ଟାଣି ଘରକୁ ଆଣିଲେ। ସେଠାରୁ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ଵାମୀ ଆଉ ଜଣଙ୍କୁ ବିବାହ କରିଥିଲେ। ସେ ମଧ୍ୟ ଘର ଛାଡ଼ି ପଳାଇଛି। ସେଥିପାଇଁ ରଶ୍ମି ନିଜ ଜିବନ ବଞ୍ଚାଇ ଘରକୁ ପଳେଇ ଆସିଲେ। ରଶ୍ମିଙ୍କ କଥା ଶୁଣି ରଶ୍ମିଙ୍କ ଘର ଲୋକଙ୍କ ସହିତ ତାଙ୍କ ଗାଆଁ ଲୋକବି ତାଙ୍କୁ ବହୁତ୍ ସାହାଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *