ଆସିଗଲା DNA ରିପୋର୍ଟ, ଦୀପିକାଙ୍କ ପୁଅର ବାପା କିଏ ଜଣା ପଡ଼ିଗଲା…

ଅନେକ ଅପେକ୍ଷା ଆଉ ଚେଷ୍ଟା କରିବା ପରେ ଶେଷରେ ସତ ଆସିଲା ସାମ୍ନାକୁ । ବହୁତ ସଂଘର୍ଷ କରିବା ପରେ ଶେଷରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । ଆଉ ଦୀପିକାଙ୍କ ପିଲାର ପ୍ରକୃତ ବାପା କିଏ ତାହା ମଧ୍ୟ ଜଣା ପଡି ଯାଇଛି । ତେବେ ହଁ ଆଜ୍ଞା ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ଦେଶୀବେହେରାସାହିରେ ଧାରଣାରେ ବସିଥିବା ଦୀପିକାଙ୍କ ବିଷୟରେ । ଯାହାଙ୍କୁ ଶେଷରେ ନ୍ୟାୟ ମିଳିଛି । ଏବେ ସେ କିଛି କରି ଦେଖାଇ ପାରିବେ ବୋଲି କହିଛନ୍ତି ।

ତେବେ ହଁ ଆଜ୍ଞା ଦୀପିକା ଦୀର୍ଘ ଏକ ବର୍ଷ ହେଲାଣି ବାରମ୍ବାର ଧାରଣା ଦେଇ ବସିଛନ୍ତି କିନ୍ତୁ ତାଙ୍କ କଥା କେହି ବି ଶୁଣୁ ନାହାଁନ୍ତି । ସୂଚନା ଅନୁଯାୟୀ , ଦୀପିକା ନାମକ ଜଣେ ଯୁବତୀ ଦିନେଶ ନାମକ ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମରେ ପଡ଼ି ଯାଇଥିଲେ । ଦୁହେଁ ଅନେକ ଥର ହୋଟେଲ ମଧ୍ୟ ଯାଇଥିଲେ । ତେବେ ଏହା ପରେ ଦୀପିକାଙ୍କୁ ବିବାହ କରିବାର ଆଶା ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ପଛାଇ ନଥିଲେ ଦିନେଶ । ଶେଷରେ ଦୀପିକା ହୋଇ ଯାଇଥିଲେ ଗର୍ଭବତୀ ଆଉ ଗୋଟିଏ ପୁଅକୁ ଦେଇଥିଲେ ଜନ୍ମ ।

ତେବେ ପୁଅ ଜନ୍ମ ହେବା ପରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଥିଲା ଯେ , ଏହି ପିଲାର ବାପା କିଏ । ଆଉ ଯେଉଁ କଥା କାହାକୁ କହି ପାରୁ ନଥିଲେ ଦୀପିକା । ଆଉ ତାପରେ ନିଜ ଅଧିକାର ପାଇଁ ଦିନେଶ ଦୁଆର ଆଗରେ ପହଞ୍ଚି ଥିଲେ କିନ୍ତୁ ଦିନେଶ ସଫା ସଫା ବିବାହ କରିବେ ନାହିଁ ଆଉ ତୋତେ ଜାଣି ନାହିଁ ବୋଲି କହିଥିଲେ । ଏହାପରେ ଦୀପିକା ହାରି ଯାଇ ନଥିଲେ ନିଜ ଅଧିକାର ପାଇଁ ଲଢି ଥିଲେ । ବର୍ଷେ ହେଲାଣି ଦିନେଶ ଘର ଆଗରେ ଧାରଣା ଦେଇ ବସୁଛନ୍ତି ।

ତଥାପି ତାଙ୍କ କଥା ଶୁଣିବାକୁ କେହି ନାହିଁ । କୋର୍ଟ ପୋଲିସ ଷ୍ଟେସନ ଧାଇଁ ଧାଇଁ ହାଲିଆ ହେଲେଣି ତଥାପି ତାଙ୍କୁ ମିଳି ପାରି ନାହିଁ ନ୍ୟାୟ । ଅନ୍ୟ ପକ୍ଷରେ ଦିନେଶଙ୍କ ଘର ଲୋକ ମଧ୍ୟ ତାଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଛନ୍ତି । ତେଣୁ ଦୀପିକା ବାଧ୍ୟ ହୋଇ DNA ଟେଷ୍ଟ କରିବା ପାଇଁ ଦେଇଥିଲେ । ଆଉ ଶେଷରେ ଆଜି ତାର ରିପୋର୍ଟ ଆସି ପହଞ୍ଚି ଯାଇଛି ଆଉ ଜଣା ପଡ଼ି ଯାଇଛି କି ଦୀପିକା ଆଉ ଦିନେଶର ହିଁ ସେ ପୁଅଟି । ତେବେ ବର୍ତ୍ତମାନ ଦୀପିକା କହିଛନ୍ତି କି , ମୋ ପୁଅକୁ ତା ବାପାର ଭଲ ପାଇବା ନିଶ୍ଚିତ ଭାବରେ ମିଳିବ ।

Leave a Reply

Your email address will not be published. Required fields are marked *