ନିଜ ପ୍ରେମ କାହାଣୀ ବିଷୟରେ ମୁଁହ ଖୋଲି କହିଲେ ଅଭିନେତା ଡାନି , ଆଜି ବି ତାଙ୍କୁ ପାଉଛି ଭଲ

ଅଭିନୟ ଦୁନିଆଁରେ ଏପରି ଅନେକ କଳାକାର ରହିଛନ୍ତି , ଯେଉଁ ମାନେ ଗଣମାଧ୍ୟମ ଆଗରେ ନିଜ ବାସ୍ତବ ଜୀବନ କଥା ଖୋଲାଖୋଲି ଭାବରେ କହିଥାନ୍ତି । ପରଦା ଆଗର ଦୁନିଆଁ ବହୁତ ଖୁସିରେ ରହିଥିଲେ ମଧ୍ୟ ପରଦା ପଛରେ ତାଙ୍କ ସହିତ କଣ ଚାଲିଛି , ସେ କଥା କେହି ଜାଣି ପାରନ୍ତି ନାହିଁ । ଯେତେ କଷ୍ଟରେ ଥିଲେ ମଧ୍ୟ ସେମାନେ ହସିବାକୁ ବାଧ୍ୟ ହୋଇଥାନ୍ତି ଆଉ ନିଜର ଅଭିନୟ ବଜାୟ ରଖିଥାନ୍ତି । ତେବେ ଏପରି ଜଣେ ଅଭିନେତା ହେଉଛନ୍ତି ସିରିଏଲ ଜଗତର ହ୍ୟାଣ୍ଡସମ୍ ହଙ୍କ ଡାନି ।

ନିଜ ପ୍ରେମ କାହାଣୀ ବିଷୟରେ ଗଣମାଧ୍ୟମ ଆଗରେ ଖୋଲାଖୋଲି ଭାବରେ କହିବାରେ ଲାଗିଛନ୍ତି ସେ । ତାଙ୍କ କହିବା ଅନୁସାରେ , ସେ ବର୍ତ୍ତମାନ ସମୟରେ ଏକୁଟିଆ ଜୀବନ ବଞ୍ଚୁଛନ୍ତି । ପ୍ରେମିକାର ସ୍ଥାନ ତାଙ୍କ ଜୀବନରେ ଆଉ ନାହିଁ । ନିଜ ପ୍ରଥମ ପ୍ରେମକୁ ସେ କେବେ ବି ଭୁଲି ପାରିବେ ନାହିଁ । କାହିଁକି ନା ତାର ଏକ ସ୍ଵତନ୍ତ୍ର ସ୍ଥାନ ତାଙ୍କ ଜୀବନରେ ରହିଛି । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ ଏପରି ଏକ ସମୟ ଆସିଲା ତାଙ୍କ ପ୍ରେମିକା ଆଉ କାହା ସହିତ କଥାବାର୍ତା କରିବା ଆରମ୍ଭ କରିଥିଲେ । ଯାହାକୁ ସେ ଆଖି ଆଗରେ ଦେଖିଥିଲେ ।

ଆଉ ଯାହା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିଲା । ଆଉ ତାପରେ ଯେତେବେଳେ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଲେ , ସେତେବେଳେ ତାଙ୍କ ପ୍ରେମିକା ତାଙ୍କ ପାଖକୁ ଫେରି ଆସିଥିଲେ ଆଉ ସେ ମଧ୍ୟ ଆସିବାକୁ ଦେଇଥିଲେ । କିନ୍ତୁ ତାପରେ ମଧ୍ୟ ତାଙ୍କ ପ୍ରେମିକା ଆଉ କାହା ସହିତ କଥା ହେଉଥିଲେ । ଯାହା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ତାହା ପରେ ଡାନି ଡିପ୍ରେଶନ ଦେଇ ମଧ୍ୟ ଗତି କରିଛନ୍ତି । ଏପରିକି ଦିନ ୩ ରୁ ରାତି ୩ ପର୍ଯ୍ୟନ୍ତ ସେ ମ-ଦ ପିଇଛନ୍ତି ।

ଆଉ ଆଜି ବି ସବୁଦିନ ତାଙ୍କ କଥା ମନେ ପଡ଼ିଯାଏ । କିନ୍ତୁ ସେହି ମଣିଷକୁ ସେ ଆଉ କେବେ ନିଜ ଜୀବନକୁ ଆସିବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ସେ ଗୋଟିଏ ପିଲାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଚାହୁଁଛନ୍ତି । ଆଉ ଜୀବନରେ କେବେ ବି ସେ ବିବାହ କରିବେ ନାହିଁ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଯଦି ଏମିତି କେହି ଝିଅ ଆସନ୍ତି , ଯିଏ ତାଙ୍କ ମନକୁ ବୁଝିବା ସହିତ ତାଙ୍କୁ ବହୁତ ଭଲ ପାଇବା ଦେବେ , ତାପରେ ସେ ଆଗକୁ ଭାବିବେ ।

Leave a Reply

Your email address will not be published. Required fields are marked *