ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କ ନାମରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଜଣେ ସ୍ତ୍ରୀ ହୋଇ ସେ ଏପରି କାମ କିପରି କରି ପାରୁଥିଲେ , ତାହାକୁ ନେଇ ବର୍ତ୍ତମାନ ସ୍ବାମୀ ଜଣକ ଚିନ୍ତାରେ ପଡ଼ି ଯାଇଛନ୍ତି । ବିବାହର ଏତେ ବର୍ଷ ପରେ ବି ସ୍ତ୍ରୀ ଖୁସି ନଥିଲା । ନିଜର ପିଲା ଛୁଆ ଥାଇ ମଧ୍ୟ କାହା କଥା ଟିକିଏ ଭାବିଲା ନାହିଁ ଆଉ ପରପୁରୁଷ ସହିତ ରାତି ବିତାଇବାକୁ ମଧ୍ୟ କୁଣ୍ଠାବୋଧ କଲା ନାହିଁ । ନିଜ ଘରକୁ ଆଉ ବେଡ୍ ରୁମ୍ କୁ ସଜାଇ ଦେଲା ବେଶ୍ୟାଶାଳ । ଆଉ ରାତି ଯେତେ ବଢ଼ି ଚାଲେ , ଗାଆଁର ସେତେ ପୁରୁଷ ସ୍ତ୍ରୀ ପାଖକୁ ଆସନ୍ତି ବୋଲି ଜଣେ ସ୍ଵାମୀ ନିଜର ଅଭିଯୋଗରେ କହିଛନ୍ତି ।
ଏ ହେଉଛି ଜଣେ ସ୍ୱାମୀର କରୁଣ ଚିତ୍କାର । ନିଜ ସ୍ତ୍ରୀର ଏପରି କାମ ପାଇଁ ସେ ଲଜ୍ଜିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । କାହାକୁ ସେ ଆଉ କଣ କହିବେ ଆଉ ଅନ୍ୟ ଆଗରେ ମୁଁହ ଦେଖାଇବା ପାଇଁ ତାଙ୍କ ପାଖରେ ଆଉ ମୁହଁ ନାହିଁ ବୋଲି ସେ କହିଛନ୍ତି । ତେବେ ହଁ ଆଜ୍ଞା ଏପରି ଏକ ସାଂଘାତିକ ଘଟଣା ଘଟି ଯାଇଛି , ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବାଲିନଗର ଗାଆଁରେ । ଏହି ଗାଁରେ ଜଣେ ସ୍ଵାମୀ ସ୍ତ୍ରୀ ନିଜ ପରିବାର ସହିତ ବାସ କରନ୍ତି । ଆଉ ସ୍ତ୍ରୀ ଜଣକ ପର ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବହୁତ ଭଲ ପାଆନ୍ତି ।
ସେହି ସ୍ତ୍ରୀ ଜଣକ ରାତି ହେଲେ ନିଜ ସ୍ଵାମୀଙ୍କ ଖାଇବାରେ ନିଶା ଔଷଧ ମିଶାଇ ଦେଇଥାନ୍ତି । ଆଉ ତାଙ୍କୁ ଶୁଆଇ ଦେଇଥାନ୍ତି ବୋଲି ସ୍ଵାମୀ ଜଣକ ଅଭିଯୋଗରେ କହିଛନ୍ତି । ତେବେ ରାତିରେ ନିଶା ଔଷଧ ଖାଇ ଶୋଇ ପଡିଥାନ୍ତି ସ୍ଵାମୀ ଆଉ ସ୍ତ୍ରୀ ସେପଟେ ପର ପୁରୁଷ ମାନଙ୍କ ସହିତ ରଖିଥାନ୍ତି ଶାରୀରିକ ସମ୍ପର୍କ ରଖିଥାନ୍ତି । ତେବେ ଗତକାଲି ରାତିରେ ସ୍ଵାମୀ ବାହାରୁ ଭୋଜି ଖାଇ ଘରକୁ ଫେରିଥିଲେ । ଆଉ ରାତି ଅଧିକ ହେବାରୁ ଗାଆଁର ଅମର ନାମକ ଜଣେ ଯୁବକଙ୍କୁ ଧରି ପକାଇ ଥିଲେ ସ୍ଵାମୀ ଜଣକ ।
ଆଉ ଧରି ପକାଇବା ପରେ ସବୁ ସତ କଥା ସେ ଓଗାଳି ପକାଇ ଥିଲେ । ସ୍ତ୍ରୀ ନିଜ ଘରକୁ ବେଶ୍ୟାଶାଳରେ ପରିଣତ କରି ଦେଇଥିବା କଥା ସ୍ଵାମୀ ଜଣକ କହିଛନ୍ତି । ପ୍ରତିଦିନ ରାତିରେ ନୂଆ ନୂଆ ପୁରୁଷ ମାନଙ୍କ ସହିତ ଶାରୀରିକ ସମ୍ପର୍କ ଗଢ଼ି ଉଠିଥାଏ । ଆଉ ଏହାକୁ ସ୍ତ୍ରୀ ନିଜ ଧନ୍ଦାରେ ମଧ୍ୟ ପରିଣତ କରି ସାରିଲେଣି ବୋଲି ସ୍ଵାମୀ ଜଣକ କହିଛନ୍ତି । ତେଣୁ ସେ ବାଧ୍ୟ ହୋଇ ବାସୁଦେବପୁର ପୋଲିସ ଷ୍ଟେସନ ଯାଇଥିଲେ କିନ୍ତୁ ଏହି ମାମଲା ବିଷୟରେ ଶୁଣିବ ନାହିଁ ବୋଲି କହିଥିଲା । ତେଣୁ ସେ ପୁଣିଥରେ ଅଭିଯୋଗ ପାଇଁ ଯାଇଛନ୍ତି ବୋଲି କହିଛନ୍ତି।