ଦୁଇ ଜଣଙ୍କ ସହ ରହିଥିଲା ଶୁଭଲକ୍ଷ୍ମୀ ପ୍ରେମ ସମ୍ପର୍କ , ଜଣଙ୍କ ପାଇଁ ହୋଇଥିଲା ଆଉ ଜଣଙ୍କ ସହ ବ୍ରେକଅପ…

ଦ୍ବନ୍ଦରେ ପକାଇ ଦେଇଛି ବାର୍ ଡାନ୍ସର ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ । କେମିତି ଆଉ କେଉଁ ପରିସ୍ଥିତିରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା , ତାହାକୁ ଜାଣିବା ପାଇଁ ପୋଲିସ ନାନା ପ୍ରକାରର ପ୍ରମାଣ ଏକାଠି କରିବାରେ ଲାଗିଛି । ଜଣେ ଝିଅ ଏତେ କମ୍ ବୟସରୁ କାହିଁକି ଆତ୍ମହତ୍ୟା କଲା ନା ଏହା ଗୋଟିଏ ଯୋଜନାମୂଳକ ହତ୍ୟା ତାହା ବିଷୟରେ ଜାଣିବା ପାଇଁ ପୋଲିସ ଜଣକ ପରେ ଜଣକୁ ପଚରା ଉଚରା କରିବାରେ ଲାଗିଛି । ଜଣଙ୍କ ପରେ ଜଣେ ବର୍ତ୍ତମାନ ପୋଲିସ ହାବୁଡ଼ରେ ପଡ଼ି ଯାଉଛନ୍ତି ଆଉ ପୋଲିସ ସେମାନଙ୍କ ଠାରୁ ଗୋଟି ଗୋଟି କରି ସବୁ ହାତେଇବା ପାଇଁ ଚେଷ୍ଟା ଚଳାଇଛି।

ତେବେ ବର୍ତ୍ତମାନ ପୋଲିସ ହାତରେ ଧରା ପଡିଛନ୍ତି ଶୁଭଲକ୍ଷ୍ମୀ ସାହୁଙ୍କ ପ୍ରଥମ ପ୍ରେମିକ ସଞ୍ଜୟ । ଶୁଭଲକ୍ଷ୍ମୀ ଯେଉଁ ବାର୍ ରେ ଡାନ୍ସର ଭାବରେ କାମ କରୁଥିଲେ ସେହି ବାର୍ ରେ ସଞ୍ଜୟ ମଧ୍ୟ ଜଣେ କର୍ମଚାରୀ ରହିଥିଲେ । ତେବେ ବର୍ତ୍ତମାନ ସମୟରେ ସଞ୍ଜୟଙ୍କ କହିବା ଅନୁସାରେ , ସେ ଆଉ ଶୁଭଲକ୍ଷ୍ମୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇଥିଲେ ଆଉ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା ଚଳାଇ ଥିଲେ । କିନ୍ତୁ ଏହା ମଝିରେ ଅନୀଲ ନାମକ ଜଣେ ଯୁବକ ସହିତ ଶୁଭଲକ୍ଷ୍ମୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଆଉ ଶୁଭଲକ୍ଷ୍ମୀ ଅନୀଲ ସହିତ ବହୁତ ମିଶାମିଶି କରୁଥିଲେ । ଆଉ ଧିରେ ଧିରେ ଏହି କଥା ସଞ୍ଜୟ ଜାଣିବାକୁ ପାଇଥିଲେ । ଆଉ ଏହି କାରଣ ପାଇଁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହେବାର ୨୦ ଦିନ ପୂର୍ବରୁ ସଞ୍ଜୟ ଆଉ ଶୁଭଲକ୍ଷ୍ମୀଙ୍କ ମଧ୍ୟରେ ବ୍ରେକଅପ ହୋଇ ଯାଇଥିଲା । ଯାହା ପରେ ସେ ଶୁଭଲକ୍ଷ୍ମୀଙ୍କୁ ଥରୁଟିଏ ମଧ୍ୟ ଆଉ ଫୋନ କରି ନାହାଁନ୍ତି । ଆଉ ସେହି ସବୁ କଥାକୁ ପୋଲିସ ରେକର୍ଡ କରିବା ସହିତ ସଞ୍ଜୟଙ୍କ କଥା କେତେ ସତ , ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି । ଏବେ ଏହାରି ମଧ୍ୟରେ ପୋଲିସ ଆଉ ଏକ କଥା ଜାଣିବା ପାଇଁ ଚେଷ୍ଟା କରୁଛି ।

ଆଉ ତାହା ହେଉଛି ଶୁଭଲକ୍ଷ୍ମୀଙ୍କ ଦ୍ଵିତୀୟ ପ୍ରେମିକ ଅନୀଲ । କିଏ ସେହି ଅନୀଲ ଆଉ ଦୁହିଁଙ୍କ ମଧ୍ୟରେ କିପରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୁହେଁ ସେଦିନ ଦୀପାଲି ବାର୍ ଯାଇଥିଲେ ନା ଆଉ କାହା ସହିତ ଶୁଭଲକ୍ଷ୍ମୀ ବାର୍ ଯାଇଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା କି ? କାହିଁକି ଶୁଭଲକ୍ଷ୍ମୀ ଏତେ ବଡ ପଦକ୍ଷେପ ନେଲେ ନା ତାଙ୍କୁ ଆଉ କିଏ ହତ୍ୟା କରିଛି । ତାହା ଜାଣିବା ପାଇଁ ପୋଲିସ ଅନୀଲକୁ ଖୋଜିବା ପାଇଁ ଚେଷ୍ଟା ଚଳାଇଛି । ଏପଟେ ଶୁଭଲକ୍ଷ୍ମୀଙ୍କ ପରିବାର ଝିଅକୁ ହରାଇ ପୁରାପୁରି ଭାଙ୍ଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *