ବାପା ମା’ ଙ୍କୁ ପୋଷିବା ପାଇଁ ଝିଅରୁ ପୁଅ ହେଲେ ଅଞ୍ଜନା ଦୋରା । ଗାଡ଼ିରେ ବୁଲି ବୁଲି ପରିବା ବିକୁଛନ୍ତି…

ଆଜିକାଲି ଖୁବ କମ ପିଲା ଅଛନ୍ତି ଯେଉଁମାନେ ବାପା ମା’ଙ୍କ ଖୁସି ପାଇଁ କିଛି କାମ କରୁଥିବେ କିମ୍ବା ନିଜ ଇଚ୍ଛାକୁ ଏବଂ ନିଜ ଆବଶ୍ୟକତାକୁ ଜଳାଞ୍ଜଳି ଦେଇ ଭଲ ଭବିଷ୍ୟତ ପାଇଁ ଦିନ ରାତି କାମ କରୁଥିବେ । କିନ୍ତୁ ବାସ୍ତବରେ କହିବାକୁ ଗଲେ ଆଜି ବି ଅନେକ ଝିଅ ପୁଅ ଅଛନ୍ତି ଯେଉଁମାନେ ମଉଜ ମଜଲିସର ଜୀବନକୁ ନବାଛି କଷ୍ଟ ଏବଂ ପରିଶ୍ରମ ଜୀବନକୁ ବାଛି ନେଇଛନ୍ତି । କାରଣ ସମୟ ବର୍ବାଦ କରିବାକୁ ଚାହିଁଲେ ଲୋକ କୌଣସି ପ୍ରକାରେ ବି ସମୟ ବର୍ବାଦ କରି ପାରିବ । କିନ୍ତୁ ନିଜର କର୍ତ୍ତବ୍ୟକୁ ବୁଝି ସମୟ ଅପଚୟ କରିବାରୁ ବିରତ ରହି କଠିନ ପରିଶ୍ରମ କରିବା ଭଳି ଚିନ୍ତାଧାରା କେତେ ଜଣଙ୍କର ଥାଏ ?

ଆଜି ଆମେ ଏଭଳି ଜଣେ ବ୍ୟକ୍ତିତ୍ବଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବାପା ମା’ଙ୍କ ଝିଅ ହୋଇଥିଲେ ବି ପୁଅ ହୋଇ ଘରର ସବୁ କାମ ତୁଲାଉଛନ୍ତି । ସେ ହେଉଛନ୍ତି ଅଞ୍ଜନା ଦୋରା ଏବଂ ଘର ବ୍ରହ୍ମପୁର । ପିଲାଦିନରୁ ମଧ୍ୟ ତାଙ୍କର ସଜବାଜ ହେବା ଏବଂ ଝିଅ ଭଳି ରହିବାର ଇଚ୍ଛା ଥିଲା । କିନ୍ତୁ ପରିବାରର ପରିସ୍ଥିତି ପାଇଁ ସେସବୁକୁ ସେ ଅନେକ ବର୍ଷ ହେବ ଭୁଲି ଯାଇଛନ୍ତି ଏବଂ ନିଜକୁ ପୁଅ ଭଳି ସଜାଇ ଘରକୁ ଚଳାଇବାକୁ ଏବଂ ବାପା ମା’ଙ୍କୁ ଭଲ ଜୀବନ ଦେବାକୁ ସବୁକିଛି କାମ କରୁଛନ୍ତି । ଖାଲି ସେତିକି ନୁହେଁ ଦୁଇ ଭଉଣୀଙ୍କ ବିବାହ କେମିତି ଭଲ ହୋଇ ପାରିବ , ସେସବୁର ଚିନ୍ତାକୁ ମଧ୍ୟ ମୁଣ୍ଡକୁ ନେଇଛନ୍ତି ।

ଅଞ୍ଜନା କହନ୍ତି ଯେ ସେ ଏଭଳି ପୁଅ ଗେଟଅପରେ ତାଙ୍କର ଜୀବନ ବଞ୍ଚିବା ସହଜ ହୋଇ ଯାଇଛି । କାରଣ ଏଭଳି ଲୁକ କାରଣରୁ ତାଙ୍କ ଉପରେ କୁଆଡ଼େ କାହାରି ଖରାପ ନଜର ପଡୁନାହିଁ । ଅଞ୍ଜନା ବର୍ତ୍ତମାନ ନିଜର ଏକ ଗାଡ଼ିରେ ପରିବା ନେଇ ବୁଲି ବୁଲି ବିକନ୍ତି । ଆଉ ଏହି ବ୍ୟବସାୟ ତାଙ୍କର ବେଶ ଭଲ ଚାଲିଛି । ଲୋକ ଡାଉନ ପାଖରୁ ହିଁ ସେ ଏହି ବିଜନେସ କରି ଆସୁଛନ୍ତି । ଖାଲି ସେ ଯେ ଏକୁଟିଆ ତାହା ନୁହେଁ ତାଙ୍କ ବାପା ମଧ୍ୟ ତାଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତି । ଏମିତିକି ତାଙ୍କର ଏକ ପରିବା ଦୋକାନ ମଧ୍ୟ ଅଛି । ତେବେ ଅଞ୍ଜନା ପରିବାରର ପ୍ରତିପୋଷଣ ପାଇଁ ଅଷ୍ଟମ ଶ୍ରେଣୀରୁ ପାଠ ପଢ଼ା ଛାଡ଼ିଥିଲେ ।

ପୁଣି ତାଙ୍କର ବଡ଼ ଭାଇ ଲୋଭ୍ ମ୍ୟାରେଜ କରି ପରିବାର ଠାରୁ ଦୂରରେ ରହନ୍ତି । ଯାହାଙ୍କ ନେଇ ସେ ଖୁହ ଦୁଃଖ ପ୍ରକାଶ କରିଛନ୍ତି । ଖୁବ କମ ବୟସରୁ ଟଙ୍କା ରୋଜଗାର ପାଇଁ ଲେବର କାମ କରିବାକୁ ନିଜ ପରିବାର ସହିତ ଆସି ଭୁବନେଶ୍ୱରରେ ରହିଥିଲେ । ସେତେବେଳେ ପରିବାରର ଅବସ୍ଥା ଖୁବ ଖରାପ ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ବଦଳିବାରେ ଲାଗିଛି ।

ସେ କହନ୍ତି ଯେ ବର୍ତ୍ତମାନ ସମୟରେ ଲୋକେ ତାଙ୍କୁ ଖୁବ ପ୍ରଶଂସା କରନ୍ତି କାରଣ ସେ ନିଜ ବାପା ମା’ଙ୍କ ପାଇଁ ଏତେ କିଛି କରୁଛନ୍ତି । ଆଜିକାଲି ପୁଅ ଝିଅ ନିଜ ବାପା ମା’ଙ୍କୁ ଯେଉଁଠି ଖୁସି ବଦଳରେ ଦୁଃଖ ଦିଅନ୍ତି ସେଠାରେ ଅଞ୍ଜନା ନିଜ ବାପା ମା’ଙ୍କ ଖୁସି ପାଇଁ ସବୁ କାମ କରୁଛନ୍ତି ଏବଂ ନିଜକୁ ସେ ଖୁବ ଗର୍ବିତ ମଧ୍ୟ ଅନୁଭବ କରୁଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *