ହାତର ଆଙ୍ଗୁଠି କହିବ ଭବିଷ୍ୟତ ! ଜାଣନ୍ତୁ ଆପଣଙ୍କର ଭାଗ୍ୟ କିପରି ହେବ, କିଏ ହେବେ ଅଧିକ ଭାଗ୍ୟଶାଳୀ ?

ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଆମେ ବିଭିନ୍ନ ଜିନିଷ ବିଷୟରେ ଜାଣିବାପାଇଁ ସକ୍ଷମ ହୋଇଥାଉ । ଏହା ଆମକୁ ବହୁତ କିଛି ନିଜ ବିଷୟରେ ଜାଣିବାରେ ସହାୟକ ହୋଇଥାଏ । ଏହି ଜ୍ୟୋତିଷ ଶାସ୍ତ୍ରରେ ଏଭଳି ଅନେକ କଥା ରହିଛି , ଯାହା ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାତ ଅଟନ୍ତି । ତେବେ ଆପଣ ଜାଣିଛନ୍ତି କି , ଏହି ଶାସ୍ତ୍ରରେ ଏକ କଥା ରହିଛି ଆଉ ତାହା ହେଉଛି କି ଆପଣଙ୍କ ଆଙ୍ଗୁଠି ଆପଣଙ୍କର ଭବିଷ୍ୟତ ବିଷୟରେ ବର୍ଣ୍ଣନା କରିବ । ତେବେ ଆଙ୍ଗୁଠି ଦ୍ୱାରା ମଣିଷର ଭାବନା, ଚିନ୍ତାଧାରା, ସ୍ଵଭାବ, ଚରିତ୍ର, ଅଭ୍ୟାସ ଆଦି ବିଷୟରେ ଜାଣିପାରିବା । ଏହାବ୍ୟତୀତ ଭବିଷ୍ୟତ ବିଷୟରେ ମଧ୍ୟ ଅନୁମାନ ଲଗାଇପାରିବା । ତେବେ ଶାସ୍ତ୍ର ଅନୁଯାୟୀ , ଆଙ୍ଗୁଠି ତିନି ପ୍ରକାରର ହୋଇଥାଏ । ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ।

୧) ସିଧା ଆଙ୍ଗୁଠି:- ଆପଣ ସମସ୍ତେ ଜାଣିଥିବେ ଯେ , ହାତ ମୁଠାକୁ ବନ୍ଦ କରିଦେଲେ , ୨୦ ପ୍ରତିଶତ ଆଙ୍ଗୁଠି ପଛକୁ ମୋଡି ହୋଇ ରହିଥାଏ ଆଉ ଏହାକୁ ହିଁ ସିଧା ଆଙ୍ଗୁଠି କୁହାଯାଏ । ତେବେ କୁହାଯାଏ , ଏଭଳି ଆଙ୍ଗୁଠିର ବ୍ୟକ୍ତି ଅତ୍ୟନ୍ତ ଜିଦିଆ ସ୍ୱଭାବର ହୋଇଥାନ୍ତି । ଯାହା କହିଥାନ୍ତି , ଅନ୍ୟମାନେ ତାକୁ ମାନିବାକୁ ବାଧ୍ୟ ହୋଇଥାନ୍ତି । ନିଜର ଚିନ୍ତା କରିଥିବା କାମକୁ ଏମାନେ ନିଶ୍ଚିତ ଭାବରେ କରିଥାନ୍ତି । ତେବେ ଏହାବ୍ୟତୀତ ଆହୁରିମଧ୍ୟ କୁହାଯାଏ ଯେ , ଏମାନେ ଅତ୍ୟନ୍ତ ସହନଶୀଳତା ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ ହୋଇଥାଏ ଏବଂ କୌଣସି ଜିନିଷ ଏମାନଙ୍କୁ ସହଜରେ ମିଳିନଥାଏ । ତେବେ ଏମାନେ କାହା କଥାରେ ପଡନ୍ତି ନାହିଁ ଆଉ ନିଜ ପରିଶ୍ରମ ଦ୍ୱାରା ହିଁ ଦୁନିଆଁକୁ ଜିତି ନେଇଥାନ୍ତି ।

୨) ଆଉ ଗୋଟିଏ ପ୍ରକାରର ଆଙ୍ଗୁଠି ବିଷୟରେ ଜାଣିବା । ତେବେ ତାହା ହେଉଛି ମୁଠା ବନ୍ଦ କରିବା ପରେ ୩୦ ରୁ ୪୦ ପ୍ରତିଶତ ଆଙ୍ଗୁଠି ହାତରୁ ପଛକୁ ମୋଡି ହୋଇ ରହିବ । ଏମାନେ ଅତ୍ୟନ୍ତ ଶାନ୍ତ ହୋଇଥାନ୍ତି । ଏହାବ୍ୟତୀତ ଏମାନେ ନିରୀହ ସ୍ୱଭାବର ହୋଇଥାନ୍ତି । ପ୍ରେମ ପ୍ରକୃତିର ଏମାନେ ହୋଇଥାନ୍ତି । ଜୀବନର ଯେକୌଣସି ପରିସ୍ଥିତିରେ ଏମାନେ ନିଜକୁ ସମ୍ଭାଳି ନେଇଥାନ୍ତି । ଏମାନେ ଅତ୍ୟନ୍ତ ସହନଶୀଳ ପ୍ରକୃତିର ହୋଇଥାନ୍ତି । ଅନ୍ୟମାନେ ଏମାନଙ୍କ ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୋଇ ଯାଆନ୍ତି । ଏମାନେ ଅତ୍ୟନ୍ତ ଦାୟିତ୍ବବାନ ମଧ୍ୟ ହୋଇଥାନ୍ତି । ସାମ୍ନା ଲୋକ ଏମାନଙ୍କୁ ବହୁତ ଭଲ ପାଇଲେ ଏମାନେ ମନର କଥାକୁ କହି ଦେଇଥାନ୍ତି । ଏମାନଙ୍କ ମୁହଁରେ ସବୁବେଳେ ହସ ଲାଗି ରହିଥାଏ ।

୩) ତେବେ ତୃତୀୟରେ ଏହି ପ୍ରକାରର ବ୍ୟକ୍ତି ଆସିଥାନ୍ତି । ଯେଉଁ ମାନଙ୍କର ହାତ ମୁଠା ବନ୍ଦ କରି ଆଙ୍ଗୁଠିକୁ ପଛକୁ କରିଲେ ସମ୍ପୂର୍ଣ୍ଣ ଭାବରେ ମୋଡି ହୋଇ ଯାଉଥିବ । ତେବେ ଏଭଳି ବ୍ୟକ୍ତି ମାନେ ଅତ୍ୟନ୍ତ କଳାତ୍ମକ ହୋଇଥାନ୍ତି । କଳାକୁ ଏମାନେ ବହୁତ ଭଲ ପାଇଥାନ୍ତି ଆଉ କଳା ପ୍ରତି ସବୁବେଳେ ଏମାନଙ୍କର ଦୁର୍ବଳତା ରହିଥାଏ । ଏମାନେ ଅତ୍ୟନ୍ତ ସାଧାସିଧା ଏବଂ ସରଳ ହୃଦୟର ବ୍ୟକ୍ତି ହୋଇଥାନ୍ତି । ଆଗରେ ଏମାନେ ଯେମିତି ପଛରେ ମଧ୍ୟ ସେଭଳି ରହିଥାନ୍ତି । ଏମାନେ ଅତ୍ୟନ୍ତ ଆଶାବାଦୀ ହୋଇଥାନ୍ତି । ତେବେ ଏମାନେ ନିଜ ମନ କଥାକୁ ଆଦୌ ମନ ଭିତରେ ଲୁଚାଇ ରଖିପାରନ୍ତି ନାହିଁ । ଅନ୍ୟର ଦୁଃଖ ଦେଖି ମଧ୍ୟ ଏମାନେ ସହିପାରନ୍ତି ନାହିଁ।

Leave a Reply

Your email address will not be published. Required fields are marked *