ପୋଲିସର ପ୍ରେମିକ ଦେଲା ଧୋକା , ୭ ବର୍ଷର ସମ୍ପର୍କ ପରେ କରିଲା ଏମିତି…

ପ୍ରେମ ଆଜିକାଲି ସମସ୍ତେ କରିବାରେ ଲାଗିଛନ୍ତି କିନ୍ତୁ କାହାର ପ୍ରେମ ଏଥି ମଧ୍ୟରୁ ସଫଳ ହେଉଥିବା ବେଳେ ଆଉ କାହାର ହେଉ ନାହିଁ । କିଏ ପ୍ରେମରେ ଧୋକା ଖାଉଥିବା ବେଳେ ଆଉ କିଏ ପ୍ରକୃତ ପ୍ରେମ ପାଇଁ ନିଜ ଜୀବନର ସବୁ ଖୁସି ଏକାଥରେ ପାଇ ଯାଉଛି ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମରେ ଏମିତି ଧୋକା ମିଳିବ ବୋଲି କେବେ ଆଶା କରି ନଥିଲେ ଯୁବତୀ କିନ୍ତୁ ଶେଷରେ ସେଇୟା ହେଲା ଆଉ ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି ଯୁବତୀ ଜଣକ । ବର୍ତ୍ତମାନ ସମୟରେ ଥାନାର ଦ୍ଵାରସ୍ଥ ହେବା ଛଡ଼ା ଆଉ କିଛି ଉପାୟ ନାହିଁ ।

ତେବେ ଏପରି ଏକ ଘଟଣା ବିଷୟରେ ଅଭିଯୋଗ ନେଇ ଥାନାରେ ପହଞ୍ଚି ଯାଇଛନ୍ତି ଜଣେ ଯୁବତୀ ଆଉ ନିଜ ପୋଲିସ ପ୍ରେମିକ ନାମରେ କରିଛନ୍ତି ଅଭିଯୋଗ । ତେବେ ମିଳିଥିବା ସୂଚନା ଅନୁଯାୟୀ , ପ୍ରିତିରଞ୍ଜନ ନାମକ ଜଣେ ପୋଲିସ କନେଷ୍ଟବଳ ଯାହାଙ୍କ ଘର କଟକ ଜିଲ୍ଲାରେ । ୧୦ ବର୍ଷ ହୋଇଯିବ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କିନ୍ତୁ ମଝିରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିବାରୁ ସେମାନେ ଅଲଗା ହୋଇ ଯାଇଥିଲେ । କିନ୍ତୁ ପୁଣିଥରେ ୩ ବର୍ଷ ପରେ ସେମାନେ ଏକାଠି ହୋଇଥିଲେ ଆଉ ପୋଲିସ ବାବୁ ତାଙ୍କୁ କେବେ ବି ନିଜ ଠାରୁ ଦୂରେଇ ଦେବେ ନାହିଁ ବୋଲି କହିଥିଲେ । ସାରା ଜୀବନ ନିଜ ସାଥିରେ ରଖିବେ ବୋଲି କଥା ଦେଇଥିଲେ ।

ତେବେ କଥା ଖାଲି ଏତିକିରେ ଅଟକି ଯାଇ ନଥିଲା । ପୋଲିସ ବାବୁ ଜଣକ ନିଜ ପ୍ରେମିକା ସହିତ ୭ ବର୍ଷ ସମ୍ପର୍କ ରଖି ଆସୁଥିଲେ। ଏପରିକି ଭୁବନେଶ୍ଵରରେ ଏକ ଭଡ଼ା ଘରେ ଉଭୟେ ସ୍ଵାମୀ ସ୍ତ୍ରୀ ହୋଇ ରହିଥିଲେ । ତେବେ ଯେତେବେଳେ ବିବାହ କଥା ଆସିଥିଲା , ସେତେବେଳେ ପୋଲିସ ବାବୁ ତାଙ୍କୁ ମନ୍ଦିରରେ ନେଇ ବିବାହ ମଧ୍ୟ କରି ପକାଇ ଥିଲେ । ତେବେ ଏହାରି ମଧ୍ୟରେ ଅନେକ ଥର ତାଙ୍କ ଦେହକୁ ଝୁଣି ଝୁଣୀ ଖାଇବାକୁ ଲାଗିଥିଲେ ପୋଲିସ ବାବୁ । ଆଉ ଅନେକ ଥର ନିଜ ଘରକୁ ନେଇ ଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପୋଲିସ ବାବୁ । କହିଥିଲେ କି ଆଉ କିଛି ଦିନ ଅପେକ୍ଷା କରି ନିଅ ଘରେ ସମସ୍ତେ ମାନି ଯିବେ।

ଆଉ ଶେଷରେ ଏପରି ଦିନ ଆସିଥିଲା ଯେତେବେଳେ ବାବୁ ଜଣକ ନିଜ ପ୍ରେମିକାକୁ ଧୋକା ଦେଇ ଚାଲି ଯାଇଥିଲେ । ସେ କେବଳ ଯାଇ ନଥିଲେ ନିଜ ସାଙ୍ଗରେ ନେଇ ଯାଇଥିଲେ ପ୍ରେମୀକା ପାଖରେ ରହିଥିବା ସମସ୍ତ ସୁନା ଗହଣା ଆଉ ସେହି ସବୁକୁ ନେଇ ଯାଇ କୁଆଡେ ଚମ୍ପଟ ଯେ ବାବୁ ଆଉ ତାଙ୍କୁ ଖୋଜିବା ମଧ୍ୟ ସମ୍ଭବପର ହେଉ ନାହିଁ ।ତେଣୁ ପ୍ରେମୀକା ଜଣକ ବର୍ତ୍ତମାନ ସମୟରେ ନିରାଶ ହୋଇ ଯାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ନ୍ୟାୟ ପାଇବା ପାଇଁ ଦାବି କରିଛନ୍ତି । ପ୍ରେମିକ ଜଣକ ଉଚ୍ଚ ଜାତିର ଆଉ ସେ ନୀଚ୍ଚ ଜାତିର ହୋଇ ଥିବାରୁ ତାଙ୍କ ସହିତ ଏପରି କଲେ ବୋଲି ସେ କହିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *