ଦଶ ବର୍ଷ ଅନ୍ତରରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ରାମନବମୀ ସାଜିଲା ହେଲା ଦୁଇ ଭାଇଙ୍କ କାଳ ଦିବସ ।

ଜଣେ ମା’ କୋଳରୁ ଯଦି ତାର ସନ୍ତାନ ଚାଲିଯାଏ ତେବେ ସେ ମା’ କୁ ଭାରି କଷ୍ଟ ହୋଇଥାଏ । ଆଉ ଯଦି ଜଣେ ମା’ ର ଦୁଇ ଦୁଇଟା ପୁଅ ତା ଆଖି ଆଗରେ ଚାଲିଯାଏ ତେବେ ସେହି ଦୁଃ-ଖ ଠାରୁ ଆଉ ବଡ଼ ଦୁଃ-ଖ ଜୀବନରେ କଣ ହୋଇପାରେ । ରାମନବମୀ ଭଳି ଶୁଭ ଦିନରେ ଲୋକେ ସବୁ ଭଲ ହେବ ଚିନ୍ତା କରନ୍ତି । ଯାହାକୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ଆକାରରେ ପାଳନ କରାଯାଏ । ଯେଉଁଠି କୌଶଲ୍ୟାଙ୍କ କୋଳରେ ଏହିଦିନ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ସେହିଦିନ ଯଦି କେହି ମା’ କୋଳରୁ ତା ସନ୍ତାନ ଚାଲିଯାଏ ତେବେ ଆଉ କେଉଁ ଖୁସିରେ ଲୋକେ ରାମନବମୀ ପାଳନ କରିବେ ।

ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ସମସ୍ତଙ୍କୁ ଦୁଃ-ଖରେ ଭସାଇ ଦେଇଛି । କାରଣ ରାମନବମୀ ଦିନ ଜଣେ ମା’ ନିଜ ପୁଅକୁ ହରାଇ ଦେଇଛି । ଯେଉଁ ପୁଅକୁ ସେ ଚାହିଁଲେ ବି ଆଉ ଫେରାଇ ଆଣି ପାରିବ ନାହିଁ । ପ୍ରଥମ ପୁଅର ମୃ-ତ୍ୟୁକୁ ସହ୍ୟ କରି ସାନ ପୁଅର ମୁହଁକୁ ଦେଖି ଯେଉଁ ମା’ ବଞ୍ଚି ରହିଥିଲା , ସେ ଆଉ କିପରି ବଞ୍ଚିବ । ଭଗବାନ ତା କୋଳରୁ ଦୁଇ ଦୁଇଟି ପୁଅକୁ ଛଡ଼ାଇ ନେଲେ । ତେବେ ଏଭଳି ଏକ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ସାଜିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥା-ନା ଅନ୍ତର୍ଗତ ସିମୁଳିଆ ଗାଁରେ ଏଭଳି ଏକ ଦୁଃ-ଖଦ ଘ-ଟଣା ଘଟି ଯାଇଛି । ଦଶ ବର୍ଷ ଅନ୍ତରରେ ରାମନବମୀ ଦିନ ହିଁ ଦୁଇ ଭାଇଙ୍କ ଜୀବନ ଚାଲି ଯାଇଛି ।

ଦଶ ବର୍ଷ ଘଟ-ଣାର ଏଠାରେ ପୁନରାବୃତ୍ତି ଘଟିଛି । ଦଶ ବର୍ଷ ବ୍ୟବଧାନରେ ମା’ର କୋଳ ଶୁନ୍ୟ କରି ଚାଲି ଯାଇଛନ୍ତି ଦୁଇ ଭାଇ । ଗାଁରେ ଜଣେ ବାଳକ ପାଣିରେ ବୁଡ଼ି ମୃ-ତ୍ୟୁବ-ରଣ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସକାଳ ୧୦ ଟା ସମୟରେ ଘରପାଖ ପୋଖରୀକୁ କରୁଣାକର ନାଥଙ୍କ ପୁଅ ପରେଶ ନାଥ ଶୌଚ ହେବାକୁ ଯାଇଥିଲେ । ଏତିକି ବେଳେ ପୋଖରୀ ହୁଡାରେ ଗୋଡ଼ ଖସି ଯାଇଥିଲା ଯେଉଁ କାରଣରୁ ସେ ପାଣିରେ ବୁଡ଼ି ଯାଇଥିଲେ । ତେବେ ପରେଶ ଘରକୁ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମାତ୍ର ପରେଶଙ୍କ ଖୋଜ ଖବର ମିଳି ନଥିଲା । ପରିବାର ଲୋକେ ପରେଶଙ୍କୁ ଖୋଜାଖୋଜି ପରେ ନପାରିବାରୁ ଅଡ଼ା ଅଗ୍ନିଶମ ବିଭାଗ ଏବଂ ଭଦ୍ରକ ଓଡ୍ରାଫ ଟିମକୁ ଖବର ଦେଇଥିଲେ ।

ଖବର ପାଇ ଅଡ଼ା ଅଗ୍ନିଶମ ବିଭାଗ ଏବଂ ଭଦ୍ରକ ଓଡ୍ରାଫ ଟିମ ଘଟ-ଣାସ୍ଥ-ଳରେ ପହଞ୍ଚି ପୋଖରୀ ଭିତରେ ଖୋଜାଖୋଜି କରିବା ପରେ ପରେଶଙ୍କୁ ମୃ-ତ ଅବସ୍ଥାରେ ଉ-ଦ୍ଧାର କରିଥିଲେ । ଆହୁରି ଅଧିକ ଦୁଃ-ଖର କଥା ଯେ ସାନ ପୁଅର ମୃ-ତ୍ୟୁ ପୂର୍ବରୁ ଗତ ୧୦ ବର୍ଷ ତଳେ ବଡ଼ ପୁଅର ମୃ-ତ୍ୟୁ ମଧ୍ୟ ହୋଇଥିଲା । ସେଦିନ ବି ଠିକ ରାମନବମୀ ଥିବା ପରେଶଙ୍କ ମା’ କହିଛନ୍ତି । ତେବେ ଏହି ଘ-ଟଣା ବିଷୟରେ ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋ-କର ଛା-ୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *