ଦୀର୍ଘ ୧୦ ବର୍ଷ ପରେ ବିଧବା ସ୍ତ୍ରୀ ପାଖକୁ ଫେରିଛି ସ୍ୱାମୀ । ପରିବାର ଲୋକେ ଭାବି ନେଇଥିଲେ ମୃତ…

ବର୍ତ୍ତମାନ ସମୟରେ ଏକ ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବୃଦ୍ଧ ଦୀର୍ଘ ୧୦ ବର୍ଷ ପରେ ନିଜ ପରିବାରକୁ ଫେରିଛନ୍ତି । ଯେଉଁଠି ପରିବାର ଲୋକେ ତାଙ୍କର ମୃତ୍ୟୁ ହୋଇ ଯାଇଥିବାଭାବି ଫୋଟରେ ଫୁଲମାଳ ମଧ୍ୟ ଚଢ଼ାଇ ଦେଇଥିଲେ । ତେବେ କହିରଖିବୁ ଯେ ଗତ ଦୀର୍ଘ ୧୦ ବର୍ଷ ତଳେ ପରିବାର ପ୍ରତିପୋଷଣ ପାଇଁ ବୃଦ୍ଧ ଜଣକ ଆସାମରୁ ପଞ୍ଜାବ ଯାଇଥିଲେ ଦାଦନ ଖଟିବାକୁ । କିନ୍ତୁ ସେଠାରେ କେଇ ବର୍ଷ କାମ କରିବା ପରେ ଠିକାଦାର ଏଭଳି ଧୋକା ଦେଇଥିଲା ଏବଂ ଟଙ୍କା ବଦଳରେ ହାତରେ ଦୁଇଟି ସମୋଶା ଧରାଇ ଟ୍ରେନରେ ବସାଇ ଦେଇଥିଲା ।

ସେପଟେ ଧୋକେବାଜ ଠିକାଦାରକୁ ନେଇ ଖବର ପ୍ରସାରଣ ହେବା ପରେ ଦୁଇ ଦିନ ପରେ ବୃଦ୍ଧଙ୍କର ପୁରା ଠିକଣା ମିଳିଥିଲା । ତେବେ ଆସାମରୁ ଭୁବନେଶ୍ୱର ଧାଇଁ ଆସିଛନ୍ତି ପରିବାର ଲୋକେ ଏବଂ ସ୍ଥାନୀୟ ପ୍ରଶାସନଙ୍କ ସହାୟତାରେ ନିଜ ଘରର ମୁଖିଆଙ୍କୁ ନେବା ପାଇଁ । ତେବେ ମିଳିଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ବୃଦ୍ଧ ଜଣକ ରାସ୍ତା କଡ଼ରେ ପଡ଼ି ରହିଥିଲେ । କିନ୍ତୁ ବର୍ତ୍ତମାନ କଥା ସମ୍ପୂର୍ଣ୍ଣ ଅଲଗା ଅଟେ । ବର୍ତ୍ତମାନ ବୃଦ୍ଧ ଜଣକ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି । ପୂର୍ବରୁ ଲୋକେ ପାଗଳ ଭାବି ଘଉଡ଼ାଇ ଦେଉଥିଲେ ଏବଂ ଆଉ କିଏ ଭାଷା ବୁଝି ନପାରି ଅଣଦେଖା କରୁଥିଲେ ।

କିନ୍ତୁ ବର୍ତ୍ତମାନ ସେ ନିଜ ପରିବାରକୁ ଫେରି ପାଇଛନ୍ତି ଏବଂ ତାଙ୍କର ବେଶଭୁଷା ବର୍ତ୍ତମାନ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ସେପଟେ ଆସାମ ଗୌହାଟୀ ନିକଟରେ ଥିବା ଗାଁରେ ପରିବାର ଲୋକେ ତାଙ୍କ ଆସିବା ବାଟକୁ ଚାତକ ଭଳି ଅନାଇ ବସିଛନ୍ତି । ଦଶରୁ ବାର ବର୍ଷ ପରେ ହଜି ଯାଇଥିବା ଘରର ମୁରବି ଘରକୁ ଫେରୁଛନ୍ତି । ଦଶ ବର୍ଷ ଧରି ଘରର ମୁରବି ନଫେରିବାରୁ ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ ସାରି ଦେଇଥିଲେ ପରିବାର ଲୋକେ । କିନ୍ତୁ ବର୍ତ୍ତମାନ ଘରର ମୁରବି ଘରେ । ଆଉ ଯାହାକୁ ନେଇ ପରିବାର ଲୋକେ ବେଶ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *