ହଠାତ ଦେଖି ଦେଖୁ ଆକାଶରେ ଉଡ଼ିବାକୁ ଲାଗିଲା ହାତୀ, ଜାଣନ୍ତୁ କିପରି ? ଭାଇରଲ ହେଲା ଭିଡ଼ିଓ :-

କହିବାକୁ ଗଲେ ପୃଥିବୀ ଏକ ବିଚିତ୍ର ଗ୍ରହ ଅଟେ । ଏବଂ ସମୟ ସମୟରେ ପୃଥିବୀରେ ଏପରି ପ୍ରାକୃତିକ ଘଟଣା ମାନ ଘଟିଥାଏ ତାହା ଆହୁରି ବିଚିତ୍ର ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହିପରି କିଛି ବିଚିତ୍ର ଘଟଣା ସମ୍ବନ୍ଧରେ କହିବୁ ।

୧ . ଜଳର ଧର୍ମ ହେଉଛି ଉଚ୍ଚ ରୁ ନିମ୍ନକୁ ବୋହିବା । କିନ୍ତୁ ଏହି ଭିଡ଼ିଓରେ ଆପଣ ଏହାର ସମ୍ପୂର୍ଣ୍ଣ ଓଲଟା ହେଉଥିବା ଦେଖି ପାରିବେ । ଆମେରିକାର କନେକ୍ଟକଟ ରିଭର ଥଣ୍ଡା ଅଞ୍ଚଳରେ ପ୍ରବାହିତ ହୁଏ । ମାତ୍ର ବର୍ଷର କିଛି ସମୟରେ ବାୟୁ ଚାପରେ ପରିବର୍ତ୍ତନ ଯୋଗୁଁ ଏହି ନଦୀ ନିଜର ପ୍ରବାହର ଦିଗକୁ ବଦଳାଇ ଦେଇଥାଏ । ଏହି ଘଟଣାକୁ ଯେତେବେଳେ ଲୋକେ ନିଜ ଆଖିରେ ଦେଖିଲେ ଏହାକୁ ଅସାଧାରଣ ଭାବିଲେ ।

୨ . ଆଇସ ପେନିଟେଟେସ :-

ଦ୍ୱିତୀୟ ଭିଡ଼ିଓ ରେ ଆପଣ ଦେଖି ପାରିବେ ଯେ ବରଫ ର ଛୋଟ ଛୋଟ ହୁଙ୍କା ସଦୃଶ୍ୟ ହୋଇଛି । ବାସ୍ତବରେ ଯେତେବେଳେ ଉଚ୍ଚ ପର୍ବତର ବରଫ ତରଳି ଥାଏ ସେତେବେଳେ ପାଗ ପରିବର୍ତ୍ତନ ଯୋଗୁଁ ତରଳି ଯାଇଥିବା ବରଫ ଏପରି ରୂପ ଧାରଣ କରିଥାଏ । ହିମବାହ ତରଳିଲେ ୧୫ ଫୁଟଉଚ୍ଚ ପର୍ଯ୍ୟନ୍ତ ଏପରି ବରଫର ମୂନିଆ ପିଲର ତିଆରି ହୋଇପାରେ ।

୩ . ଆପଣ ମାନେ ନିଶ୍ଚିତ ଭାବରେ ଝରଣା ଦେଖିଥିବେ ଯେଉଁଠି ପାଣି ଉପରୁ ତଳକୁ ଆସିଥାଏ । କିନ୍ତୁ ଏହି ଭିଡ଼ିଓ ରେ ଦେଖି ପାରିବେ ଯେ ପାଣି ତଳୁ ଉପରକୁ ଯାଉଛି । ଏହା ବେଶ ଆଶ୍ଚର୍ଯ୍ୟ ଜନକ ଅଟେ । ଫାରୋ ଆଇଲ୍ୟାଣ୍ଡ ର ଏହି ଝରଣା ସମ୍ପୂର୍ଣ୍ଣ ଭିନ୍ନ ଏଠାରେ ପାଣି ଉପରୁ ତଳକୁ ନଯାଇ ତଳୁ ଉପରକୁ ଯାଇଥାଏ । ବାସ୍ତବରେ ସେଠାରେ ପାଣିର ଘନତ୍ଵ କମିଯିବା ଏବଂ ବାୟୁର ଗତି ଅଧିକ ଥିବା କାରଣରୁ ଏପରି ହୋଇଥାଏ । ତେବେ ଏପରି ପାଣି ତଳୁ ଉପରକୁ ଯିବା ସବୁଦିନ ହୋଇ ନଥାଏ ବରଂ କେବେ କେବେ ହୋଇଥାଏ ।

୪ . ପରବର୍ତ୍ତୀ ଭିଡ଼ିଓ ଟି ଚୀନ ର ଅଟେ । ଚୀନ ରେ ବର୍ଷା ଦିନେ ବାଦଲ ଖଣ୍ଡ ଏପରି ରୂପ ଧାରଣ କରିଥାଏ ଯାହା ଦେଖିଲେ ଆପଣଙ୍କୁ ଇଂରାଜୀ ଫିଲ୍ମ କଥା ମନେ ପଡ଼ିବ । ତେବେ ଭିଡ଼ିଓ ରେ ଦେଖା ଯାଉଥିବା ଭଳି ଦୃଶ୍ୟ ସମ୍ପୂର୍ଣ୍ଣ ସତ୍ୟ ଅଟେ । ଚୀନ ରେ ଏହିପରି ହିଁ ବର୍ଷା ଦିନେ ବାଦଲ ସୃଷ୍ଟି ହୋଇଥାଏ । ଯାହାକୁ ବିଜ୍ଞାନ ଭାଷାରେ ମାମାଟସ କ୍ଲାଉଡ଼ ନାମରେ ଜଣା ଯାଏ ।

୫ . ସମୁଦ୍ର ଢେଉ କିପରି ଆସିଥାଏ ତାହା ଆପଣ ମାନେ ଜାଣିଛନ୍ତି । କିନ୍ତୁ ଭାଇରଲ ହେଉଥିବା ଏହି ଭିଡ଼ିଓ ରେ ଆପଣ ମାନେ ଦେଖି ପାରୁଥିବେ ଯେ ସମୁଦ୍ର ଢେଉ ଅସଂଖ୍ୟ ବର୍ଗ କ୍ଷେତ୍ର ସଦୃଶ ଚିହ୍ନ ସୃଷ୍ଟି କରୁଛି । ବିଜ୍ଞାନ ଭାଷାରେ କ୍ରସ ସି ଫେନୋମେନା ନାମରେ ଜଣା ଯାଉଥିବା ଏହି କାରଣ ଅନୁଯାୟୀ ସମୁଦ୍ର ଢେଉ ବିପରୀତ ଦିଗରେ ବୋହୁ ଥିବା ସମୟରେ ପରସ୍ପର ଧୋକା ହେବା କାରଣରୁ ଏପରି ଚିହ୍ନ ସୃଷ୍ଟି ହୋଇଥାଏ । ତେବେ ଏପରି ସେତେବେଳେ ହୋଇଥାଏ ଯେତେବେଳେ ସେହି ଅଞ୍ଚଳର ପାଣିପାଗ ରେ ଆକସ୍ମିକ ପରିବର୍ତ୍ତନ ଆସିଥାଏ । ଦୁନିଆର କିଛି ଜାଗାରେ ହିଁ ଘଟିଥାଏ ଏବଂ ମଣିଷ ପାଇଁ ଏହା ବେଶ ସମସ୍ୟା ସୃଷ୍ଟି କରିଥାଏ ।

https://www.youtube.com/watch?v=jpDtM09ZKmU

୬ . ଏହି ଭିଡ଼ିଓ ରେ ଆପଣ ଦେଖି ପାରିବେ ଯେ ଏକ ପଡ଼ିଆରେ ନିଆଁ ଲଗାଇ ଦିଆଯାଇଛି । ନିଆଁ ଆଗକୁ ଆଗକୁ ଜାଳିବାରେ ଲାଗିଛି କିନ୍ତି ସବୁଜ ଘାସ ସେହିପରି ରହିଛି । ଏହି ଘଟଣା ସ୍ପେନ ର ଅଟେ । ବାସ୍ତବରେ ସେଠାରେ ଥିବା ଗଛ ଗୁଡ଼ିକର ମଞ୍ଜିରେ ଏକ ଫଇବାର ସବୁଜ ଘାସ ଉପରେ ଏକ ଅସ୍ତରଣ ସୃଷ୍ଟି କରେ ଯାହାକୁ ଘାସ କୁ ଜଳିବାକୁ ଦିଏନାହିଁ । ତେଣୁ ନିଆଁ ଲଗାଇବା ଦ୍ୱାରା ମଞ୍ଜିର ଚୋପା ଜଳିଯାଏ କିନ୍ତି ନିଆଁକୁ ଘାସ ପାଖକୁ ପହଞ୍ଚିବାକୁ ଦିଏ ନାହିଁ ।

୭ . ଆଗାମୀ ଭାଇରଲ ଭିଡ଼ିଓ ରେ ଆପଣ ଦେଖିପାରିବେ ଏକ ହାତୀ କୁ ଆକାଶରେ ଉଡ଼ିବାର । ଏହା ଦେଖି ନିଶ୍ଚିତ ଭାବରେ ଆପଣ ଆଶ୍ଚର୍ଯ୍ୟ ହୋଇଥିବେ । କିନ୍ତୁ ଭାରତରେ ଭାଇରଲ ହୋଇଥିବା ଏହି ଭିଡ଼ିଓ ରେ ହାତୀ ଟି ପ୍ଲାଷ୍ଟିକ ଅଟେ ।

Leave a Reply

Your email address will not be published. Required fields are marked *