ଆମର ନିତିଦିନିଆ ଜୀବନରେ ବୃକ୍ଷଲତାର ଅନେକ ମହତ୍ତ୍ଵ ରହିଥାଏ । ଏପରି ଅନେକ ଗଛ ରହିଥାଏ , ଯାହାକୁ ଆମେ ଶୁଭ ଭାବରେ ବିବେଚନା କରିଥାନ୍ତି । ଆଉ ସେହି ଗଛ ଗୁଡ଼ିକ ହେଉଛି ତୁଳସୀ , ବେଲ ଆଦି । ପୂଜା କାମରେ ଏହି ଗୁଡ଼ିକୁ ବ୍ୟବହାର କରାଯାଏ । ବୃକ୍ଷ ଲତାରେ ଏପରି ଅନେକ ଅଲୌକିକ ଗୁଣ ରହିଥାଏ , ଯାହା ଆମକୁ ଅନେକ ଶୁଭ ପ୍ରଭାବ ଦେଇଥାଏ ।
ନବରାତ୍ରିରେ ମାଆଙ୍କର କୃପା ପାଇବା ପାଇଁ ଆପଣ ଏହି ବୃକ୍ଷ ମଧ୍ୟରୁ ପ୍ରସ୍ତୁତ ହୋଇଥିବା ଯେକୌଣସି ଜିନିଷ ଧାରଣ କଲେ , ଆପଣଙ୍କ ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଯିବ। ନବରାତ୍ରି ଦିନ ଏହାକୁ ନେଇ ଆସି ଘରେ ପୂଜା କରି ରୂପା ତାବିଜରେ ଏହାକୁ ଧାରଣ କରିପାରିବେ ।
ତେବେ ପ୍ରଥମରେ ଆପଣ ଚାମେଲି ଫୁଲକୁ ଆଣି ବ୍ୟବହାର କରିପାରିବେ । ଏହି ଫୁଲରେ ଔଷଧିୟ ଗୁଣ ରହିବା ସହିତ ଦୈବିକ ଶକ୍ତି ମଧ୍ୟ ଏଥିରେ ରହିଥାଏ । ଏହାକୁ ନବରାତ୍ରିରେ ଘରକୁ ନେଇ ଆସନ୍ତୁ ଆଉ ମାଆ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ , ଘରେ ରଖି ପୂଜା କରିବା ସହିତ ଦଶହରା ଦିନ ଏହାକୁ ତାବିଜରେ ଭର୍ତି କରି ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରି ହୋଇଯିବ ।
ଦ୍ଵିତୀୟରେ ଲଟଜିରା ଗଛକୁ ଘରେ ରଖିବା ଦ୍ଵାରା ମଧ୍ୟ ଘରେ ସୁଖ ସମୃଦ୍ଧି ଭରି ହୋଇଯାଏ । ଏହାକୁ ଦଶମୀ ଦିନ ଧାରଣ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଶତ୍ରୁ ମାନେ ମଧ୍ୟ ଦୂରେଇ ଯାଇଥାନ୍ତି ।
ତୃତୀୟରେ ବର ଗଛର ଓହଳକୁ ମଧ୍ୟ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ନବରାତ୍ରିର ନଅ ଦିନ ଏହାକୁ ଘରେ ରଖି ପୂଜା କରିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଏହାକୁ ଦଶମି ଦିନ ଧାରଣ କରାଯାଏ ।
ଚତୁର୍ଥରେ ଅପରାଜିତା ଫୁଲ । ଏହି ଫୁଲ ମାଆ ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହାକୁ ଘରେ ରଖି ପୂଜା କରିବା ଦ୍ୱାରା ଶୁଭ ହୋଇଥାଏ । ନବରାତ୍ରିରେ ଏହାକୁ ଘରକୁ ଆଣି ପୂଜା କରି ତାବିଜରେ ପିନ୍ଧି ନିଅନ୍ତୁ ।