ମାଆ କାଳରାତ୍ରିଙ୍କ ଆରାଧନା କରିଲେ ମିଳିବ ମୁକ୍ତି , ଶ-ତ୍ରୁ ମାନେ ହେବେ ଦୂର

ସପ୍ତମୀ ଦିନ ମାଆ କାଳରାତ୍ରିଙ୍କ ଆରାଧନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଶ-ତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳିଥାଏ। ଏହାବ୍ୟତୀତ ଅନେକ ମନୋସ୍କାମନା ପୂରଣ ମଧ୍ୟ ହୋଇଥାଏ। ମାଆ କାଳରାତ୍ରିଙ୍କ ଆରାଧନା କରିବା ଦ୍ୱାରା ଶନି ଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ମାଆ କାଳରାତ୍ରି କିଏ ଆଉ ତାଙ୍କର ଆରାଧନା କିପରି କରିବେ।

ତେବେ ରକ୍ତବିଜ ନାମକ ଜଣେ ରାକ୍ଷ-ସକୁ ବିନାଶ କରିବା ପାଇଁ ମାଆ ପାର୍ବତୀ ଏକ ରୂପ ନେଇଥିଲେ ଆଉ ଯାହାକୁ ମାଆ କାଳରାତ୍ରି କୁହାଯାଏ । ମାଆ ଦୁର୍ଗାଙ୍କ ସପ୍ତମ ରୂପକୁ ମାଆ କାଳରାତ୍ରି କୁହାଯାଏ । ମାଆଙ୍କର ରୂପ ପୁରାପୁରି କଳା ଅଟେ ଆଉ ତାଙ୍କ କେଶ ପୁରାପୁରି ଖୋଲା ରହିଥାଏ । ତାଙ୍କର ତିନୋଟି ନେତ୍ର ରହିଥାଏ ଆଉ ବେକରେ ଚମକୁ ଥିବା ମାଳ ପଡ଼ିଥାଏ।

ତେବେ ମାଆଙ୍କୁ ପୂଜା କରିବାର ବିଧି ବିଷୟରେ ଜାଣି ନେବା । ସକାଳେ ଗାଧୋଇ ସାରିବା ପରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ମାଆଙ୍କ ଆଗରେ ଏକ ମୁଖୀ ଦୀପ ଜ-ଳାନ୍ତୁ ଏବଂ ସେଥିରେ ଦୁଇଟି ଲ-ବଙ୍ଗ ପକାଇ ଦିଅନ୍ତୁ । ଏହାବ୍ୟତୀତ ମାଆଙ୍କୁ ପ୍ରସନ୍ନ କରିବାପାଇଁ ରାତି ୧୧ ରୁ ୧ଟା ମଧ୍ୟରେ ମାଆଙ୍କ ଆଗରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ଦୀପ ଜ-ଳାଇ ଦିଅନ୍ତୁ ।

ଏହାପରେ ୧୦୧ ଲବଙ୍ଗ ରଖି ପୂଜା କରନ୍ତୁ ଏବଂ ପୂଜା ଶେଷ ହେବା ପରେ ଏହାକୁ ନିଆଁରେ ପକାଇ ଜାଳି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଶତ୍ରୁ ମାନେ ଆପଣଙ୍କୁ ଆଉ ହଇରାଣ କରିପାରିବେ ନାହିଁ । ଜୀବନରେ କିଛି ବି ସମସ୍ୟା ଆସୁଥିଲେ , ଜୀବନରେ ବାଧା ଆସୁଥିଲେ , ମାଆଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଏହାବ୍ୟତୀତ ନବରାତ୍ରି ଶେଷ ହେବା ପୂର୍ବରୁ ଲାଲ ରଙ୍ଗର ସୂତା ନେଇ ପାଖ ମନ୍ଦିରକୁ ଯାଇ ବାନ୍ଧି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *