ଷଷ୍ଠୀ ଦିନ ମାଆ ଦୁର୍ଗାଙ୍କର ପୂଜା ବିଧି , ଜାଣି ନିଅନ୍ତୁ କିପରି କରିବେ ମାଆଙ୍କର ପୂଜା

ଏଇ ବର୍ଷ ପୁଣିଥରେ ମାଆ ଆସିଛନ୍ତି । ପୁରା ଧୂମଧାମର ସହିତ ଏଥର ପୂଜା କରିବା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି । ତେବେ ଆଜି ଅକ୍ଟୋବର ୧ ତାରିଖ ଆଉ ଆଜି ଷଷ୍ଠୀ । ତେବେ ଏହି ଷଷ୍ଠୀ ଦିନ ଆପଣ କିପରି ମାଆଙ୍କର ପୂଜା କରିବେ ଆଉ କେଉଁ ବିଶେଷ ମନ୍ତ୍ର ଉଚ୍ଚାରଣ କରିବେ , ଯାହାଦ୍ୱାରା ଆପଣଙ୍କ ମନୋସ୍କାମନା ପୁରଣ ହେବେ , ଆସନ୍ତୁ ସେ ବିଷୟରେ ଜାଣି ନେବା ।

ମାଆ ଦୁର୍ଗାଙ୍କର ଅନେକ ରୂପ ରହିଛି , ତା ମଧ୍ୟରୁ ମାଆ କାତ୍ୟାୟନିଙ୍କ ରୂପ ଅନ୍ୟତମ । ଦେବର୍ଷି କାତ୍ୟାୟନଙ୍କର ଅନେକ ତପସ୍ୟା ପରେ ତାଙ୍କ ଘରେ ମାଆ ଜଗଦମ୍ବା ଜନ୍ମ ହୋଇଥିଲେ । ତେବେ ଆସନ୍ତୁ ଏହି ମାଆଙ୍କର ପୂଜାର ବିଧି ଜାଣି ନେବା । ମାଆ କାତ୍ୟାୟନିଙ୍କର ପୂଜା ସମୟରେ ଲାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ପୂଜା ସମୟରେ ମାଆଙ୍କୁ ହଳଦିଆ ରଙ୍ଗର ଭୋଗ ଏବଂ ଫୁଲ ଅର୍ପଣ କରନ୍ତୁ ।

ବୈବାହିକ ଜୀବନରେ ସମସ୍ୟା ଆସୁଥିଲେ ହଳଦିଆ ଏବଂ ଲାଲି ରଙ୍ଗର ଦୁଇଟି ବସ୍ତ୍ର ଅର୍ପଣ କରି ଘରର ଯେଉଁଠି ହେଲେ ବି ରଖି ଦିଅନ୍ତି । ମନ ଇଚ୍ଛା ବିବାହ କରିବାକୁ କିମ୍ବା ପ୍ରେମ ବିବାହ କରିବାକୁ ଚାହୁଁଥିଲେ ଆପଣ ମାଆଙ୍କ ପୂଜା କରିପାରିବେ ।

ପୂଜାର ବିଧି ବିଷୟରେ କହିବାକୁ ଗଲେ ସନ୍ଧ୍ୟା ସମୟରେ ଲାଲ ରଙ୍ଗର ପୋଷାକ ପିନ୍ଧି ମାଆଙ୍କୁ ହଲଦିଆ ରଙ୍ଗର ଫୁଲ , ଭୋଗ ଏବଂ ମହୁ ଅର୍ପଣ କରନ୍ତୁ । ଏହାବ୍ୟତୀତ ଶୀଘ୍ର ବିବାହ କରିବାକୁ ଚାହୁଁଥିଲେ , ସନ୍ଧ୍ୟା ସମୟରେ ମାଆଙ୍କ ଆଗରେ ଦୀପ ଜଳାନ୍ତୁ ଏବଂ ବିଶେଷ ମନ୍ତ୍ର ଜପନ୍ତୁ , ଏହାଦ୍ବାରା ମନୋସ୍କାମନା ପୂରଣ ହେବ । ପୂଜାରେ କଦମ୍ବ ଫୁଲ ଅର୍ପଣ କଲେ ବିଶେଷ ଲାଭ ମିଳିଥାଏ ।

ଏହାବ୍ୟତୀତ ଭୋଗ ରୂପା କିମ୍ବା ମାଟି ଜିନିଷରେ ଅର୍ପଣ କରନ୍ତି । ଏହାବ୍ୟତୀତ ମିଠା ପାନ ଅର୍ପଣ କରନ୍ତୁ । ଧନ ଜନିତ ସମସ୍ୟା ରହୁଥିଲେ ଓଁ କାତ୍ୟାୟନି ଦେବୀ ନମଃ ମନ୍ତ୍ର ଜପ କରନ୍ତୁ । ଏବଂ ତିନୋଟି ହଳଦୀ ଗଣ୍ଠି ପକାଇ ଅର୍ପଣ କରନ୍ତୁ ଏବଂ ଘରର କୌଣସି ସ୍ଥାନରେ ରଖି ଦିଅନ୍ତୁ । ଏହା ବ୍ୟତୀତ ଶୀଘ୍ର ବିବାହ କରିବାକୁ ଚାହୁଁଥିଲେ ଗାଧୋଇବା ପାଣିରେ ହଳଦି ପକାଇ ଗାଧୋଇ ପାରିବେ।

Leave a Reply

Your email address will not be published. Required fields are marked *