ସ୍ଵାମୀଙ୍କ ଖୁସି ପାଇଁ ପତ୍ନୀ ସ୍ବାମୀଙ୍କ ଦ୍ୱିତୀୟ ବିବାହ ପାଇଁ ରାଜି ହେଇଗଲେ, ତିନିଜଣ ଏକାଠି ମିଶି ଗୋଟେ ଘରେ ରହୁଛନ୍ତି।

ସାଧାରଣତଃ ସ୍ବାମୀ ଯେତେବେଳେ ନିଜ ପତ୍ନୀଙ୍କୁ ଛାଡ଼ି ଅନ୍ୟ କାହା ସହ ସ-ମ୍ପର୍କ ରଖନ୍ତି ସେତେବେଳେ ପତ୍ନୀ ରାଗିଯାଇ ତାଙ୍କ ସହ ଝ-ଗଡା କରନ୍ତି ବା ଛା-ଡ଼ପ-ତ୍ର ଦେଇ ଦିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ଵାମୀଙ୍କ ପ୍ରେମିକା କୁ ସଉତୁଣୀ ବନେଇ ଘରକୁ ଆଣିଥିଲେ।

ଏହି ଆଶ୍ଚର୍ଯ୍ୟଜନକ ମାମ-ଲା ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର। ଡାକକାଲି ମଣ୍ଡଳର ଆମ୍ବେଦକର ନାଗରରେ ରହୁଥିବା କଲ୍ୟାଣ ତାଙ୍କ ପ୍ରେମିକା ନିତ୍ୟଶ୍ରୀଙ୍କୁ ବୁଧବାର ମନ୍ଦିରରେ ବିବାହ କରିଥିଲେ। କଲ୍ୟାଣଙ୍କ ପ୍ରଥମ ପତ୍ନୀ ବିମଳା ବାହାଘରର ସବୁଯାକ ଆୟୋଜନ କରିଥିଲେ। ବିମଳାଙ୍କ ଇଚ୍ଛାରେ ଏହି ବିବାହ ହେଇଥିଲା। କଲ୍ୟାଣ ଜଣେ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର। ସେ ୟୁଟ୍ୟୁବରେ ଭିଡିଓ ବନାନ୍ତି।

ସୋସିଆଲ ମିଡିଆରୁ କଲ୍ୟାଣ ଏବଂ ବିମଳାଙ୍କ ପ୍ରେମ ଆରମ୍ଭ ହେଇଥିଲା। ଦୁଇ ବର୍ଷ ପୂର୍ବେ ଉଭୟ ବିବାହ କରିଥିଲେ। କିନ୍ତୁ ବିବାହ ପୂର୍ବରୁ ବିଶାଖାପାଟନମର ନିତାଶ୍ରୀଙ୍କ ସହ କଲ୍ୟାଣଙ୍କର ସ-ମ୍ପର୍କ ଥିଲା। କିନ୍ତୁ କିଛି ବ୍ୟକ୍ତିଗତ ଝ-ଗଡା ପାଇଁ ଦୁହେଁ ଅଲଗା ହେଇଗଲେ। ନିତାଶ୍ରୀଙ୍କ ଜଣେ ଟିକ୍ ଟକର୍। ବିମଳାଙ୍କୁ ବିବାହ କରିବା ପରେ କଲ୍ୟାଣ ତାଙ୍କ ପତ୍ନୀଙ୍କ ସହ ଭିଡିଓ କରିବା ଆରମ୍ଭ କରିଥିଲେ ଏବଂ ଲୋକମାନେ ତାଙ୍କ ଯୋଡିକୁ ବହୁତ୍ ପସନ୍ଦ କରନ୍ତି।

ବିବାହର କିଛି ଦିନ ଗଲା ପରେ ଥରେ ନିତ୍ୟଶ୍ରୀ କଲ୍ୟାଣଙ୍କୁ ଭେଟିବାକୁ ଆସିଥିଲେ ତା’ପରେ ଦୁହେଁ ପୁଣି ପ୍ରେମରେ ପଡିଗଲେ। ତାପରେ ଦୁହେଁ ବାହା ହେବାପାଇଁ ଭାବିଲେ। ସେଥିପାଇଁ ଦୁହେଁ ମିଶି ବିମଳାଙ୍କ ଆଗରେ ସବୁ କଥା କହିଲେ। କିଛି ସମୟ ପରେ ବିମଳା ସ୍ଵାମୀଙ୍କ ଦ୍ୱିତୀୟ ବିବାହ ପାଇଁ ରାଜି ହେଇଗଲେ। କାରଣ ତାଙ୍କ ଆଗରେ ତାଙ୍କ ସ୍ୱାମୀଙ୍କ ସୁଖ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ବିବାହ ପରେ ତିନିଜଣ ବହୁତ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ତିନିଜଣ ମିଶି ଗୋଟେ ଫଟୋ ସେୟାର କରିଛନ୍ତି। ତିନିଜଣ ଗୋଟିଏ ଘରେ ରୁହନ୍ତି। ନିୟମ ଅନୁସାରେ ପ୍ରଥମ ପତ୍ନୀଙ୍କ ଛା-ଡପ-ତ୍ର ବିନା ଦ୍ୱିତୀୟ ଥର ବିବାହ ହୋଇପାରିବ ନାହିଁ। ଯଦି ଏମିତି ହୁଏ ତେବେ ବିବାହକୁ ଆଇ-ନିଗତ ମାନ୍ୟତା ଦିଆଯାଏ ନାହିଁ।

ଏହା ପୂର୍ବରୁ ଓଡିଶାର କାଲାହାଣ୍ଡି ଜିଲ୍ଲାରେ ମଧ୍ୟ ସମାନ ଘ-ଟଣା ଘଟିଥିଲା। ଫକିର ନାମକ ଜଣେ ବ୍ୟକ୍ତି ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କ ଦ୍ୱିତୀୟ ବିବାହର ଖୁସିଥିଲି। ଦ୍ୱିତୀୟ ବିବାହ ପରେ ସ୍ୱାମୀ, ସ୍ତ୍ରୀ ଏବଂ ଟ୍ରାନ୍ସଜେଣ୍ଡର ଗୋଟିଏ ଘରେ ଏକାଠି ରହୁଛନ୍ତି।

Leave a Reply

Your email address will not be published. Required fields are marked *