ସ୍ୱାମୀଙ୍କ ଜୀବନ ପାଇଁ ସ୍ତ୍ରୀ ପାତିଛି କାନି, ଅସ୍ତ୍ର ପ୍ରଚାର ପାଇଁ ଅର୍ଥ ସାଜିଛି ବାଧକ….

ନିଜ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିବା ପାଇଁ ସ୍ତ୍ରୀ ସବୁ କିଛି କରିବାକୁ ରାଜି ଅଛି । ସ୍ତ୍ରୀ କାନି ପାତୁଛି ହାତ ଯୋଡୁଛି ଆଉ ଲୋକଙ୍କୁ,ଭଗବାନଙ୍କୁ ଗୁହାରି ହେଉଛି । କେବଳ ତା ସଙ୍ଖା ସିନ୍ଦୁର କୁ ବଞ୍ଚାଇ ଦେବା ପାଇଁ ସେ କାନ୍ଦି କାନ୍ଦି ଲୋଟି ଯାଉଛି । ହଁ ବନ୍ଧୁଗଣ ଦଶ ଦିନ ତଳେ ଜଣେ ଯୁବକଙ୍କ ଦୁର୍ଘଟଣାରେ ଗୁରୁତର ହୋଇଥିବା ବେଳେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ସବୁ ଦିନ ଭଳି ସେ ଦିନ ମଧ୍ୟ ଯୁବକ ଗ୍ରୀଲ କାମ ସାରି ଫେରୁଥିବା ବେଳେ ପୁରୀ ମଙ୍ଗଳା ଘାଟ ଛକ ବ୍ରହ୍ମଗିରି ରାସ୍ତାରେ ଲକ୍ଷ୍ମଣ ଭୋଇ ନାମକ ଯୁବକଙ୍କ ଦୁର୍ଘଟଣା ଘଟିଥିଲା । ଲକ୍ଷ୍ମଣ ଗୁରୁତର ହୋଇ ରାସ୍ତାରେ ପଡିଥିବା ବେଳେ କିଛି ସ୍ଥାନିୟ ଲୋକଙ୍କ ସହଯୋଗରେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତର ଖାନାକୁ ଆଣିଥିଲେ । ହେଲେ ସେଠାରେ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସିବା ପରିବର୍ତ୍ତେ ଅଧିକ ଗୁରୁତର ହୋଇ ଯାଇଥିଲା । ଆଉ ପରେ ଲକ୍ଷ୍ମଣଙ୍କ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ
ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଲକ୍ଷ୍ମଣଙ୍କ ମୁଣ୍ଡ ଅସ୍ତ୍ରୋପଚାର କରାଯାଇଛି । ହେଲେ ବର୍ତ୍ତମାନ ତାଙ୍କ ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ହେଲେ ଏତେ ଟଙ୍କା ଲକ୍ଷ୍ମଣଙ୍କ ପତ୍ନୀ ଶର୍ମିଷ୍ଠାଙ୍କ ପାଖରେ ନଥିବାରୁ ଶେଷରେ ଶର୍ମିଷ୍ଠା ନିଜ ବାପା ଙ୍କ ଘରେ ପହଞ୍ଚି ଅନେକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଆଉ ଶ୍ରମିଷ୍ଟା କାନ୍ଦି କାନ୍ଦି ଗୁହାରି ହେଉଛନ୍ତି ତାଙ୍କ ସ୍ୱାମୀଙ୍କ ଜୀବନ ତାଙ୍କ ପାଇଁ ଖୁବ ମୂଲ୍ୟବାନ ତାଙ୍କ ସ୍ୱାମୀଙ୍କ ବିନା ସେ ବଞ୍ଚି ପାରିବେ ନାହିଁ ।

ଦିନ ଥିଲା ତାଙ୍କ ପରିବାରରେ ଖୁସିର ଲହଡି ଖେଳି ଯାଉଥିଲା । ଦିନ ଥିଲା ତାଙ୍କ ପରିବାରର ହସ ଖୁସିରେ ଫାଟି ପଡୁଥିଲା । ଦୁହେଁ ଦୁହିଁଙ୍କ ସୁଖରେ ଦୁଃଖରେ ସାଥିରେ ରହୁଥିଲେ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାଥିରେ ରହିବାକୁ କଥା ମଧ୍ୟ ଦେଇଥିଲେ । ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ଆଜି ସ୍ୱାମୀ ଡାକ୍ତର ଖାନାର ବେଡ଼ରେ ଥିବା ବେଳେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଆହୁରି ଅଧିକ ଟଙ୍କା ର ଆବଶ୍ୟକତା ରହିଛି ।

ହେଲେ ଏତେ ଟଙ୍କା ତାଙ୍କୁ କିଏ ଦେବ । ଏତେ ସାହାଯ୍ୟ ତାଙ୍କୁ କିଏ କରିବ । ତେଣୁ ସାହାଯ୍ୟ ପାଇଁ ଗଣମାଧ୍ୟମ ରେ ଶର୍ମିଷ୍ଠା ନିବେଦନ କରୁଥିବା ବେଳେ କାନ୍ଦି କାନ୍ଦି ତଳେ ଲୋଟି ପଡୁଛନ୍ତି । କହୁଛନ୍ତି ସମସ୍ତେ ଯଦି ତାଙ୍କୁ ଅଳ୍ପ ଅଳ୍ପ ବି ସାହାଯ୍ୟ କରିବେ ତେବେ ତାଙ୍କ ପରିବାର ଉଜୁଡି ଯିବାରୁ ପୁଣି ଥରେ ରକ୍ଷା ପାଇଯିବ । ତାଙ୍କ ସ୍ୱାମୀଙ୍କ ଜୀବନ ସେ ଆଉଥରେ ଫେରି ପାଇବେ । ତେଣୁ ଚିକିତ୍ସା ପାଇଁ ସେ ସମସ୍ତଙ୍କୁ ହାତ ଯୋଡୁଛନ୍ତି । ପର ପାଖେ କାନି ପତେଇ ସ୍ୱାମୀଙ୍କ ଜୀବନ ଭିକ୍ଷା କରୁଛନ୍ତି ।

ହେଲେ କିଏ ସାହାଯ୍ୟ କରିବ ଶର୍ମିଷ୍ଠାଙ୍କୁ । ସେ କଥା ମଧ୍ୟ ଶ୍ରମିଷ୍ଟା ଭାବୁଛନ୍ତି । ଶ୍ରମିଷ୍ଟାଙ୍କ ବାପାଙ୍କ ଘରର ସେତେଟା ଅର୍ଥବଳ ନଥିବା ବେଳେ । ଶ୍ରମିଷ୍ଟାଙ୍କ ପାଖେ ଯାହା ଯେତିକି ଅର୍ଥ ଥିଲା ତାହା ଏବେ ସବୁ ସରି ଗଲାଣି । ସ୍ୱାମୀଙ୍କ ଅସ୍ତ୍ର ପଚାର ସମୟରେ ସବୁ ଝାଡ଼ି ଝୁଡ଼ି ଶର୍ମିଷ୍ଠା ଦେଇଥିଲେ । ହେଲେ ଏବେ ଯଦି ଅଧିକ ଚିକିତ୍ସା ପାଇଁ କେହି ସହୃଦୟ ବ୍ୟକ୍ତି ଶର୍ମିଷ୍ଠାଙ୍କୁ ସାହାଯ୍ୟର ହାତ ବଢାନ୍ତେ ତେବେ ଶର୍ମିଷ୍ଠାତାଙ୍କ ସ୍ୱାମୀଙ୍କୁ ଯମ କବଳରୁ ପୁଣି ଥରେ ଫେରାଇ ଆଣି ପାରନ୍ତେ । ତେବେ ଦେଖିବାକୁ ବାକି ରହିଲା କେହି ଶର୍ମିଷ୍ଠାଙ୍କୁ ସହଯୋଗ ର ହାତ ବଢ଼ାଉଛନ୍ତି କି ନାହିଁ

Leave a Reply

Your email address will not be published. Required fields are marked *