ବନ୍ଧୁମାନେ ସପ୍ତାହରେ ସାତ ଦିନ ମଧ୍ୟରେ ସମସ୍ତ ବାର ଗ୍ରହ ମାନଙ୍କର ଚଳନକୁ ନେଇ ହୋଇଥାଏ। ଏହି ବାର ମାନଙ୍କ ଭିତରୁ ଗୋଟିଏ ବାର ଆମ ଜନ୍ମ କୁଣ୍ଡଳିକୁ ନେଇ ହୋଇଥାଏ। ଏହି ଗ୍ରହର ପରିବର୍ତନ ଆମ ଜୀବନରେ ପ୍ରଭାବ ପକେଇ ଥାଏ। ଏହି ଜନ୍ମ କୁଣ୍ଡଳିର ଗ୍ରହର ଅଧିଷ୍ଠାତ୍ରୀ ଦେବି ବା ଦେବତାଙ୍କ ନଜର ସେହି ବାର ଜନ୍ମ ଲୋକଙ୍କର ଉପରେ ପଡ଼ିଥାଏ।
ଏହାର ପ୍ରଭାବ ଦ୍ଵାରା ଆମ ଜୀବନରେ ସଫଳତା ଅବା ଅସଫଳତା ବା ବିଫଳତା ଓ ଆମର ଆଚାର,ବ୍ୟବହାର ଆଦି ନିର୍ଭର କରିଥାଏ। ଆମ ଜାତକରେ ଯଦି କିଛି କୁଦୃଷ୍ଟି ଥାଏ ତେବେ ସେହି କୁଦୃଷ୍ଟିରୁ ବଞ୍ଚିବା ପାଇଁ ଉପାୟ ମଧ୍ୟ କୁହା ଯାଇଛି। ଏହି ଉପରେ ଆଧାରିତ କିଛି ନୀତି,ନିୟମ ମାନ ଆମେ ଅନୁସରଣ କରି ଏହାର ପ୍ରଭାବକୁ କମ କରିପାରିବା।
ଆଜି ଆମେ ଜାଣିବା ଶୁକ୍ରବାର ବିଷୟରେ ଯେଉଁ ବାରର ଗ୍ରହ ଶୁକ୍ରଦେବ ଏବଂ ଯିଏ ପ୍ରେମ,ବିବାହ ଆଦିର କାରକ ଅଟନ୍ତି। ସେ ସୌର ମଣ୍ଡଳରେ ସୂର୍ଯ୍ୟଙ୍କ ପରବର୍ତ୍ତୀ ଗ୍ରହ ଅଟନ୍ତି। ଏହି ଶୁକ୍ର ଗ୍ରହ ମହାଲକ୍ଷ୍ମୀଙ୍କୁ ମଧ୍ୟ ସମର୍ପିତ ଅଟେ। ଏହି ବାରରେ ତିରୁପତି ବାଲାଜୀଙ୍କ ପୂଜା କରିବା ଦ୍ୱାରା ଘରେ ଧନ,ସୁଖ,ସମୃଦ୍ଧି ଆଦିର ବୃଦ୍ଧି ଘଟିଥାଏ। ଆସନ୍ତୁ ଜାଣିବା କିପରି ଆମେ ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଓ କେଉଁ ନିୟମ ଗୁଡ଼ିକ ମାନିବା। ଯେଉଁ ଗୁଡ଼ିକ କରିବା ଉଚିତ୍ ଅବା ଅନୁଚିତ୍ କଥା ମାନ ଆସନ୍ତୁ ଜାଣିବା।
୧. ଆପଣ କେବେବି ମହାଲକ୍ଷ୍ମୀଙ୍କ ଆରାଧନା କରିବେ ତା ସହିତ ଶ୍ରୀକୃଷ୍ଣଙ୍କ ଆରାଧନା ମଧ୍ୟ କରିବେ। ଏହା ଦ୍ଵାରା ମହାଲକ୍ଷ୍ମୀ ଆଶିର୍ବାଦ ପ୍ରଦାନ କରିବେ ଏବଂ ଘରକୁ ଧନ ଓ ସୁଖ,ସମୃଦ୍ଧି ଆସିବ।
୨. ମହାଲକ୍ଷ୍ମୀଙ୍କର ଲାଲ ରଙ୍ଗ ବହୁତ୍ ପସନ୍ଦ ହୋଇଥିବାରୁ ଆପଣ ମହାଲକ୍ଷ୍ମୀଙ୍କ ମନ୍ଦିର ଶୁକ୍ରବାର ଦିନ ଯାଇ ତାଙ୍କୁ ଲାଲ ରଙ୍ଗର ଶାଢ଼ୀ,ଚୁଡ଼ି,ବିନ୍ଦି,ମେହେନ୍ଦି ଆଦି ସହିତ ବିବାହ ସାମଗ୍ରୀ ଚଢାନ୍ତୁ। ବିବାହିତ ନାରୀଙ୍କୁ ଲାଲ ବସ୍ତ୍ର ପିନ୍ଧିବାକୁ ଦିଅନ୍ତୁ ଏବଂ କନ୍ୟାଙ୍କୁ ଭୋଜନ କରାନ୍ତୁ।
୩. ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କ ବ୍ରତ କରନ୍ତୁ ଯାହାକୁ ବୈଭବ ଲକ୍ଷ୍ମୀଙ୍କ ବ୍ରତ ବୋଲି କୁହାଯାଏ। ଏହି ଦିନ ମାତା ସନ୍ତୋସିଙ୍କ ବ୍ରତ ମଧ୍ୟ ପାଳନ କରାଯାଏ। ଏହି ଦିନ କିଛି ସଂକଳ୍ପ ରଖି ବୈଭବ ଲକ୍ଷ୍ମୀଙ୍କ ବ୍ରତ ପାଳନ କରାଯାଏ। ଦିନରେ ଉପବାସ ରହି ରାତ୍ରି ସମୟରେ ମହାଲକ୍ଷ୍ମୀଙ୍କୁ ଖାଦ୍ୟ ସମର୍ପି ସେବନ କରିବା ଉଚିତ୍। ଭୋଗରେ ମିଠା ବସ୍ତୁ ଚଢ଼ା ଯାଏ ଓ ଏହି ବ୍ରତ ବହୁ ଉପକାରୀ ବୋଲି ମାନ୍ୟତା ରହିଛି। ଏହି ବ୍ରତ ୧୧ କିମ୍ବା ଗୋଟିଏ ବାର ପୁରା ହେବା ପରେ ବ୍ରତ ଉଜାପନା କରାଯାଏ।ବହୁ ନୀତିନିୟମ ଏବଂ ନିଷ୍ଠା ମନରେ ଏହି ବ୍ରତ କଲେ ସମସ୍ତ ମନୋ କାମନା ପୂର୍ଣ୍ଣ ହୁଏ। ଘର ଧନ ଧାନ୍ୟ ଏବଂ ସୁଖ,ସମୃଦ୍ଧିରେ ଭାରି ହୋଇଥାଏ।
୪. ଏହି ଦିନ କୌଣସି ମହିଳାଙ୍କୁ ଖରାପ କଥା ବା କଟୁ କଥା କହିବା ଅନୁଚିତ୍। ଘରେ ବାଦ,ବିବାଦ,ମିଛ କହିବା ଏହି ପ୍ରକାର କୌଣସି ବି କାର୍ଯ୍ୟ କରିବା ଅନୁଚିତ୍। କାହାର ଅପମାନ କରିବା ଅନୁଚିତ୍ ଓ ଖାସ୍ କରି ମାତା ଏବଂ ପିତାଙ୍କର ଅପମାନ କରିବା ଅନୁଚିତ୍। ସେମାନଙ୍କ ଉପରକୁ ହାତ ବିଲକୁଲ ଉଠାନ୍ତୁ ନାହିଁ ନଚେତ୍ ମହାଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଆନ୍ତି। ଯଦି ଜାତକରେ ଶୁକ୍ର ଗ୍ରହର ସ୍ଥିତି ଠିକ୍ ନଥାଏ ତେବେ ବୈବାହିକ ଜୀବନ ଦୁଃଖ କଷ୍ଟରେ ବିତିଯାଏ। ତେଣୁ ଏଥିପାଇଁ ଆପଣଙ୍କୁ ଆପଣଙ୍କ ଜାତକରେ ଶୁକ୍ର ଗ୍ରହର ସ୍ଥିତିକୁ ମଜବୁତ୍ କରିବା ଉଚିତ୍। ଆପଣ ପ୍ରତ୍ୟେକ ଶୁକ୍ରବାର ଗରିବଙ୍କୁ ଖାଇବାକୁ ଦେବା ସହ ଗୁଡର ଦାନ କରନ୍ତୁ। ନିଜେ ପାଣି ସହିତ ଗୁଡ଼ ଖାଆନ୍ତୁ ଏବଂ ଧଳା ବସ୍ତୁର ଦାନ କରନ୍ତୁ।
ଶୁକ୍ରବାର ଦିନ ଉଦ୍ଧାର ଦେବା ଅବା ନେବା ଅନୁଚିତ୍ ଅଟେ। ଏପରି କଲେ ମନୁଷ୍ୟକୁ ଧନ ଅଭାବର ସାମ୍ନା କରିବାକୁ ପଡେ। ଏହିଦିନ ମାଂସ ଆହାର ଠାରୁ ଦୂରେଇ ରୁହନ୍ତୁ ନଚେତ୍ ଦରିଦ୍ରତାର ଆଗମନ ହୋଇଥାଏ। ଏହି ବାରରେ ଚିନିର ଦାନ କରିବା ଅନୁଚିତ୍ କାରଣ ଚିନି ସମାନ ଶୁକ୍ର ଦେବ। ଏହା ଦାନ କଲେ ବ୍ୟକ୍ତିର ଭୌତିକ ସୁଖ କମିଯାଏ। ପ୍ରତ୍ୟେକ ମନୁଷ୍ୟର ଏହି ଇଚ୍ଛା ଥାଏ କି ତା ପାଖରେ ବହୁ ଧନ ରହୁ। ହେଲେ ବେଳେବେଳେ ବ୍ୟକ୍ତି ବହୁ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ସଫଳ ହୁଏ ନାହିଁ ଏବଂ ନିଜ ପରିବାରର ପ୍ରତି ପୋଷଣ କରିବାକୁ ଅକ୍ଷମ ହୁଏ। ଯଦି ଏହିଦିନ ଆପଣ ମହାଲକ୍ଷ୍ମୀଙ୍କୁ ସମର୍ପଣ କରି ଏହି ସବୁ ନିୟମ ମାନିବେ ତେବେ ମହାଲକ୍ଷ୍ମୀ ସନ୍ତୁଷ୍ଟ ହେବେ।
ଏହି ବାରରେ ପ୍ରତିଦିନ ଉଠି ମୁଖ୍ୟ ଦ୍ଵାରରେ ହଳଦୀ ପାଣି ଛିଞ୍ଚନ କରିବା ଉଚିତ୍। ମହାଲକ୍ଷ୍ମୀଙ୍କୁ ସଫା ସୁତୁରା ଜାଗା ବହୁ ପସନ୍ଦ ହୋଇଥିବାରୁ ଘର ସବୁ ବେଳେ ସଫା ରଖନ୍ତୁ। ଯଦି ଆପଣ ନିଜର ମନୋସ୍କାମନା ପୂର୍ଣ୍ଣ କରିବାକୁ ଚାହାନ୍ତି ତେବେ ଶୁକ୍ରବାର ଦିନ ବ୍ରତ ରଖନ୍ତୁ। ଏହି ବାରରେ ଏକ ଶଙ୍ଖ ନେଇ ସେଥିରେ ଜଳ ଭରି ଶ୍ରୀ କୃଷ୍ଣଙ୍କ ଅଭିଷେକ କରନ୍ତୁ ଓ ଏହି ଉପାୟ କେବଳ ୩ ଶୁକ୍ରବାର କରନ୍ତୁ। ଏହାଦ୍ବାରା ମହାଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡ଼ିବ।
ଆପଣଙ୍କୁ ମହାଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ତାଙ୍କ ମନ୍ତ୍ର ଓମ୍ ଶ୍ରୀମ୍ ଶ୍ରୀୟେ ନମଃ ୧୦୮ ଥର ଜପ କରନ୍ତୁ। ଏହି ବ୍ରତକୁ ଲଗାତାର ୪୮ ଦିନ ଜପ କରନ୍ତୁ। ଯେଉଁଦିନ ଏହି ମନ୍ତ୍ର ସରିଯିବ ସେଦିନ ମହା ଲକ୍ଷ୍ମୀଙ୍କୁ ଖିରିର ଭୋଗ ଲଗାନ୍ତୁ ଓ ୭ ବର୍ଷର କମ କନ୍ୟାଙ୍କୁ ଏହି ପ୍ରସାଦ ବାଣ୍ଟନ୍ତୁ। ଏହା କଲେ ଆପଣଙ୍କ ଉପରେ ମହା ଲକ୍ଷ୍ମୀଙ୍କ କୃପା ହୋଇଥାଏ ଓ ଘରକୁ ସୁଖ, ସମୃଦ୍ଧି ଓ ଧନ ଆସିଥାଏ। ଆପଣ ମଧ୍ୟ ଏହି ଉପାୟ ନିଶ୍ଚିତ କରନ୍ତୁ ଦେଖିବେ ଆପଣଙ୍କ ସବୁ ମନୋସ୍କାମନା ପୁରଣ ହେବ।