ସ୍ତ୍ରୀକୁ ବାଇକରେ ବସାଇ ଠିକାଦାର ଜନ୍ମଜୟ ଅପହରଣ କରି ନେଇଥିବା ଅଭିଯୋଗ ଆଣିଲେ ସ୍ୱାମୀ…

ସବୁଦିନ ପ୍ରାୟ ସୋସିଆଲ ମିଡ଼ିଆରେ ହତ୍ୟା ଏବଂ ଅପହରଣ ମାମଲା ନିଶ୍ଚୟ ସାମ୍ନାକୁ ଆସିଥାଏ । ଯେଉଁ ସବୁ ଘଟଣା ମଧ୍ୟରୁ କିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ହୋଇଥାଏ । ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡ଼ିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକି ଅପହରଣ ସମ୍ବନ୍ଧୀୟ ଅଟେ । ନିଶ୍ଚିତ ଭାବରେ ଏହି ଘଟଣା ଅନୁଯାୟୀ ଜଣେ ମହିଳାଙ୍କୁ ଅପହରଣ କରାଯାଇଛି । ପୁଣି ଏତେ ବଡ଼ କାଣ୍ଡ ପଛରେ ଜଣେ ପୁରୁଷ ଏବଂ ଅନ୍ୟ ଜଣେ ମହିଳା ଅଛନ୍ତି । ଜଣେ ମଣିଷ ହୋଇ ଏପରି କୁତ୍ସିତ କାର୍ଯ୍ୟ କରୁଥିବାରୁ ଏହା ବାସ୍ତବରେ ନିନ୍ଦନୀୟ ଅଟେ ।

ସୂଚନା ଅନୁଯାୟୀ ଏହି ଘଟଣା ବଣାଇ ବ୍ଲକର ଅଟେ । ଘଟଣା ଅନୁଯାୟୀ ବଣାଇ ବ୍ଲକ ଉପାଦକ୍ଷା ବିନତି ବେହେରାଙ୍କୁ ଅପହରଣ ହୋଇଥିବା ନେଇ ଟିକାୟତିପାଲି ଥାନାରେ ତାଙ୍କ ସ୍ୱାମୀ ପ୍ରସନ୍ନ ବେହେରା ଲିଖିତ ଅଭିଯୋଗ କରିଛନ୍ତି । ବିନତି ବଣାଇଗଡ଼ ପଞ୍ଚାୟତ ସମିତି ସଭ୍ୟ ଭାବରେ ନିୟୋଜିତ ହେବାପରେ ପଞ୍ଚାୟତ ସମିତିର ଉପାଦକ୍ଷା ଭାବରେ ନିୟୋଜିତ ହୋଇଥିଲେ । ଆଉ ଏହା ସହିତ ବଣାଇ ବ୍ଲକ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଭାବରେ ମଧ୍ୟ ଦାୟିତ୍ବ ନେଇଥିଲେ । ସ୍ୱାମୀ ପ୍ରସନ୍ନ ବଣାଇ ବ୍ଲକ ବିଓ ସିଆରସିସି ଭାବରେ କାର୍ଯ୍ୟରତ ।

ଉଭୟଙ୍କ ବିବାହ ୨୦୦୫ ମସିହାରେ ହୋଇଥିଲା । ବର୍ତ୍ତମାନ ସେମାନଙ୍କର ୧୪ ବର୍ଷର ପୁଅଟିଏ । ପୁଅ ଅନୁଗୁଳ ଜିଲ୍ଲାର ଖମାର ନିକଟସ୍ଥ ଏକ ଛାତ୍ରାବାସରେ ରହି ପାଠ ପଢ଼େ । ପୁଅ ବଡ଼ଦିନ ଛୁଟିରେ ଘରକୁ ଆସିଥିଲା । ବିନତି ମଧ୍ୟ ଚାରି ତାରିଖ ଦିନ ପୁଅକୁ ଛାତ୍ରାବାସକୁ ଛାଡ଼ିବାକୁ ଯାଇଥିଲେ । ପୁଅକୁ ଛାଡ଼ି ଆସୁଥିବା ସମୟରେ ଭାଗଲପୁର ଗାଁର ଜଣେ ଶ୍ରମିକ ଠିକାଦାର ଯାହାଙ୍କ ନାମ ହେଉଛି ଜନ୍ମେଞ୍ଜୟ ସାହୁ , ଏକ ବାଇକ ଯୋଗେ ବିନତିଙ୍କୁ ଅପହରଣ କରି ନେଇଥିବା ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ବିଷୟରେ ଜାଣିବା ପରେ ପ୍ରସନ୍ନ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ ମଧ୍ୟ କରିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି , କୁଆଡ଼େ ଏହି ଅପହରଣ ପଛରେ ଆଉ ଜଣେ ମହିଳାଙ୍କର ହାତ ରହିଛି । ଉକ୍ତ ମହିଳା ଜଣକ ଜମ୍ଭୀରକୁଶ ଗ୍ରାମର ବୋଲି କୁହାଯାଉଛି । ଯାହାକି ବିନତିଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି । ଏହି ମାମଲା ବର୍ତ୍ତମାନ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ହାଇଲାଇଟ ହେବା ପରେ ଏବଂ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ବଣେଇ ବ୍ଲକ ଉପାଦକ୍ଷା ବିନତି ବେହେରା କେବେ ଘରକୁ ଫେରୁଛନ୍ତି ।

Leave a Reply

Your email address will not be published. Required fields are marked *