ହାଇକୋର୍ଟର ଗୁରୁତ୍ତ୍ୱପୂର୍ଣ୍ଣ ରାୟ:- ସୋନାଲି ଏବଂ ତାଙ୍କ ମାଙ୍କ ନାମରେ ମାମଲା ରୁଜୁ….

ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହିଙ୍କ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ ନେଇଛି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୌମ୍ୟଙ୍କ ମୃ-ତ୍ୟୁକୁ ପ୍ରାୟ ଅଢେ଼ଇ ମାସ ବିତି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ। ତେବେ ସେ ଛାଡି ଯାଇଥିବା ସୁଇସାଇଡ଼ ନୋଟକୁ ଯଦି ଧରା ଯାଏ ତେବେ ସୌମ୍ୟଙ୍କ ମୃ-ତ୍ୟୁ ପଛରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟଙ୍କ ପ୍ରେମିକା ସୋନାଲି ହେବେ। ପୋଲିସ ଜାଣିଥିଲେ ମଧ୍ୟ ଏହାକୁ ଏଡେଇ ଦେଉଛି। ତେବେ ହାଇକୋର୍ଟର ତାଗିଦ ପରେ କମିଶନର ପୋଲିସ ସୋନାଲି ଏବଂ ତାଙ୍କ ମା ଙ୍କ ନାମରେ ମାମଲା ରୁଜୁ କରିଛି।

ନିଜ ପ୍ରେମିକା ପାଇଁ ସୌମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ପାଇଁ ଆଜି ସୌମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି। ସୌମ୍ୟଙ୍କ ମୃ-ତ୍ୟୁ ପଛରେ ସୋନାଲିଙ୍କୁ ସମସ୍ତେ ଦାୟୀ କରୁଛନ୍ତି। କାରଣ ସୋନାଲିଙ୍କ ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖିବା ସୌମ୍ୟ ସହ୍ୟ କରି ପାରିଲେ ନାହିଁ। ତେବେ ହୃଦୟ ଦୁଃଖର ଭାର ବୋହି ପାରିଲା ନାହିଁ। ତେଣୁ ସେ ଏକ ଭୁଲ ନିଷ୍ପତ୍ତି ନେଇ ଯାଇଥିଲେ। ତାହା ହେଉଛି ଆ-ତ୍ମ-ହ-ତ୍ୟା।

ସୌମ୍ୟ ଛାଡି ଯାଇଥିବା ସୁଇସାଇଡ଼ ନୋଟରେ ସେ ନିଜ ପ୍ରେମିକାର ଦୋଷ ଦେଇଥିଲେ। ତେବେ ଏହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସୋନାଲି ଏବଂ ତାଙ୍କ ପରିବାର ଲୋକଙ୍କ ବିରୁ-ଦ୍ଧରେ ସ୍ୱର ଉଠେଇ ଥିଲେ ମଧ୍ୟ ପୁଲିସ ଏହାକୁ ଅଣଦେଖା କରିଥିଲା। ଏପରିକି ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ଅଭିଯୋଗ କରିଥିଲେ ବି ପୁଲିସ ମାମଲା ରୁଜୁ କରିନଥିଲା। ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌମ୍ୟଙ୍କ ପରିବାର ଲୋକ।

ସୋନାଲିଙ୍କ ପରକୀୟା ପ୍ରୀତି ସୌମ୍ୟଙ୍କ ପାଇଁ କାଳ ସାଜି ଥିଲା। କେବଳ ସେତିକି ନୁହେଁ ଦୁହେଁ ମାଆ ଓ ଝିଅ ମିଶିକରି ସୌମ୍ୟଙ୍କୁ ଆତ୍ମ-ହତ୍ୟା କରିବା ପାଇଁ ଉସୁକେଇ ଥିଲେ। କିନ୍ତୁ ପୋଲିସ ଏହାକୁ ଅଣଦେଖା କରିଥିଲା। ତେବେ ହାଇକୋର୍ଟଙ୍କ ତାଗିଦ ପରେ ପୋଲିସ ସୋନାଲି ଏବଂ ତାଙ୍କ ମାଆଙ୍କ ବିରୁଦ୍ଧରେ ଆଇପିସି ଧାରା ୩୦୬ ଅର୍ଥାତ ଆତ୍ମ-ହତ୍ୟା ପାଇଁ ଉସକାଇବା, ଏବଂ ଆଇପିସି ଧାରା ୩୪ ଅର୍ଥାତ ସମାନ ଉଦେଶ୍ୟ ରଖି ଅପରାଧ ଘଟାଇବା ଅଭିଯୋଗରେ ମାମଲା ରୁଜୁ କରିଛି।

ତେବେ ପରିବାର ଲୋକେ ସୌମ୍ୟଙ୍କ ମୃତ୍ୟୁ ପରେ ନ୍ୟାୟ ମିଳିବ ବୋଲି କୋର୍ଟ ଉପରେ ଭରଷା ରଖିଛନ୍ତି। ଏହି ମାମଲା ଉପରେ ଓଡିଶାବାସୀଙ୍କ ନଜର ରହିଥିବା ମଧ୍ୟ ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *