କିଭରେ ଭାରତୀୟ ଛାତ୍ରୀଙ୍କୁ ଉଠାଇ ନେଲେ ଋଷ ସେନା, ଭିଡ଼ିଓ ଜରିଆରେ କାନ୍ଦି କାନ୍ଦି ଭାରତ ସରକାରଙ୍କୁ ସାହାଯ୍ୟ ମାଗିଲେ ଭାରତୀୟ ଛାତ୍ରୀ :-

ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଯୁଦ୍ଧ ଏତେ ଭୟଙ୍କର ପାଲଟିଛି ଯେ କେହି କାହାକୁ ଛାଡ଼ିବାକୁ ନାରାଜ । ଯୁଦ୍ଧରେ ଅନେକ କ୍ଷୟକ୍ଷତି ହେବା ସହିତ ଶହ ଶହ ଜୀବନ ମଧ୍ୟ ଚାଲି ଯାଇଛି । ଏପଟେ ୟୁକ୍ରେନ ରେ ଫସି ରହିଥିବା ଶହ ଶହ ଭାରତୀୟ ଛାତ୍ରଛାତ୍ରୀ ସୋସିଆଲ ମିଡ଼ିଆ ଜରିଆରେ ନିଜକୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କୁ ନିବେଦନ କରୁଛନ୍ତି ।

ପୁଣି ଫେବୃଆରୀ ୨୭ ତାରିଖରେ ଟ୍ୱିଟର ରେ ଆଉ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଥିରେ ଗାରିମା ମିଶ୍ର ନାମକ ଝିଅ କିଛି ଏପରି ଘଟଣା ବିଷୟରେ କହିଛନ୍ତି ଯାହା ଶୁଣିଲେ ଆପଣ ବି ଭୟଭୀତ ହେବେ । ବାସ୍ତବରେ ଗାରିମା ମଧ୍ୟ ଏବେ ୟୁକ୍ରେନ ର ରାଜଧାନୀ କିଭ ରେ ଅଛନ୍ତି । ଏହି ଯୁଦ୍ଧ ର ପରିସ୍ଥିତି କୁ ସେ ଏକ ଭିଡ଼ିଓ ମାଧ୍ୟମରେ ଟ୍ୱିଟର ଜରିଆରେ ସେୟାର କରିଛନ୍ତି । ଉତ୍ତରପ୍ରଦେଶ ଲକ୍ଷ୍ନୌ ର ଏହି ଗାରିମା ମିଶ୍ର ଫେବୃଆରୀ ୨୭ ତରଖରେ ଏକ ଭିଡ଼ିଓ ଜରିଆରେ କହିଛନ୍ତି ଯେ କିଭ ରେ ଯେଉଁଠି ସେ ରହୁଛନ୍ତି ସେଠାରେ ତାଙ୍କ ପାଇଁ ଖୁବ ବିପଦ ଅଟେ ।

କୌଣସି ମୁହୂର୍ତ୍ତରେ କିଛିବି ହୋଇପାରେ । ସେଠାରେ କିଛିବି ସୁବିଧା ମଧ୍ୟ ନାହିଁ । ଅନବରତ ଗୋଳାବାରୁଦ ଚାଲୁ ରହିଛି । ଗାରିମା ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ କିଛି ଭାରତୀୟ ଛାତ୍ରୀ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ ଋଷ ସେନା ମାନେ ସେମାନଙ୍କୁ କୁଆଡ଼େ ନେଇ ଯାଇଛନ୍ତି । ଏହା ସହିତ ପୁଅ ପିଲାଙ୍କର କୌଣସି ସନ୍ଧାନ ନାହିଁ ।

https://twitter.com/IndiaInGraphics/status/1497956378803339267?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1497956378803339267%7Ctwgr%5E%7Ctwcon%5Es1_&ref_url=https%3A%2F%2Fsambad.in%2Findia-and-beyond%2Fthis-girl-is-saying-that-some-indian-girl-students-are-abducted-by-russian-soldiers-785069%2F

ତେଣୁ ଗାରିମା ଏହି ଭିଡ଼ିଓ ମାଧ୍ୟମରେ କାନ୍ଦି କାନ୍ଦି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ କିଛିବି କରି ସମସ୍ତଙ୍କୁ ଉଦ୍ଧାର କରାଯାଉ ବୋଲି ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଯେମିତି ବି ହେଉ ଭାରତୀୟ ସେନା ତାଙ୍କୁ ସେଠାରୁ ଉଦ୍ଧାର କରନ୍ତୁ ।

କାରଣ ଋଷ ସୈନ୍ୟ ମାନେ ଯେଉଁଭଳି ଭାବରେ ଉତ୍ୟକ୍ତ ଅଛନ୍ତି ସେମାନେ କେତେବେଳେ ବି କିଛିବି କରି ପାରନ୍ତି । ଗାରିମା ଏହା ମଧ୍ୟ କହିଛନ୍ତି ସେ ଚାରିପାଖରୁ ଋଷ ସେନା ଘେରି ଯାଇଛି । କିନ୍ତୁ ଫେବୃଆରୀ ୨୭ ରେ ଏହି ଭିଡ଼ିଓ ଅପଲୋଡ଼ କରାଯିବା ପରେ ବୈଦେଶିକ ସଚିବ ହର୍ଷ ଶୃଙ୍ଖଳା ମାର୍ଚ୍ଚ ୧ ରେ ସବୁ ଭାରତୀୟ କିଭ ଛାଡ଼ି ସାରିଥିବା ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *